ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ବୋଧନ; କହିଲେ, ‘ଯେଉଁଠି ତିଆରି ହୋଇଛି ମନ୍ଦିର, ସେଠି ନିର୍ମାଣ ହେବାର ନିଆଯାଇଥିଲା ସଂକଳ୍ପ’

ସିଏମ୍‌ ଯୋଗୀ କହିଛନ୍ତି ଯେ ‘ଆଜିର ଦିନ ହେଉଛି ମୋ ବ୍ୟକ୍ତିଗତ ଜୀବନର ସବୁଠାରୁ ଆନନ୍ଦର ଅବସର । ମନ୍ଦିର ସେହିଠାରେ ତିଆରି ହୋଇଛି, ଯେଉଁଠି ନିର୍ମାଣର ସଂକଳ୍ପ ନିଆଯାଇଥିଲା । ରାମଲାଲା ୫୦୦ ବର୍ଷ ପରେ ନିଜ ମନ୍ଦିରରେ ବିରାଜିଛନ୍ତି । ଏମିତି ଲାଗୁଛି, ଯେମିତି ଆମେ ତ୍ରେତୟା ଯୁଗରେ ଆସିଯାଇଛୁ’ ।

ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି । ମନ୍ଦିର ପରିସରରେ ପ୍ରାଣ ପ୍ରତିଷ୍ଠା ପରେ ଉପସ୍ଥିତ ଅତିଥିବୃନ୍ଦଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ, ‘ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି’ ।

ସିଏମ୍‌ ଯୋଗୀ କହିଛନ୍ତି ଯେ ‘ଆଜିର ଦିନ ହେଉଛି ମୋ ବ୍ୟକ୍ତିଗତ ଜୀବନର ସବୁଠାରୁ ଆନନ୍ଦର ଅବସର । ମନ୍ଦିର ସେହିଠାରେ ତିଆରି ହୋଇଛି, ଯେଉଁଠି ନିର୍ମାଣର ସଂକଳ୍ପ ନିଆଯାଇଥିଲା । ରାମଲାଲା ୫୦୦ ବର୍ଷ ପରେ ନିଜ ମନ୍ଦିରରେ ବିରାଜିଛନ୍ତି । ଏମିତି ଲାଗୁଛି, ଯେମିତି ଆମେ ତ୍ରେତୟା ଯୁଗରେ ଆସିଯାଇଛୁ’ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଏଥିପାଇଁ ବହୁ ସଂଖ୍ୟକ ସମାଜ ସଂଘର୍ଷ କରିଥିଲେ ଏବଂ ଲଢ଼େଇ ଲଢ଼ିଥିଲେ । ଆଜି ପ୍ରତ୍ୟେକଙ୍କ ଘରେ ରାମଙ୍କ ନାମ ନିଆଯାଉଛି । ରାମଙ୍କ ଜୀବନ ଆମକୁ ସଂଯମ ଶିଖାଏ ଏବଂ ଭାରତୀୟ ସମାଜ ମଧ୍ୟ ସଂଯମର ପରିଚୟ ଦିଏ । ଅଯୋଧ୍ୟା ଧାମର ବି ବିକାଶ ହେଉଛି । ଗୋଟିଏ ଯୁଗରେ ଏହା ସ୍ୱପ୍ନ ଥିଲା କି, ଅଯୋଧ୍ୟାରେ ବିମାନବନ୍ଦର ହେଉ, ଯାହା ଆଜି ସାକାର ହୋଇଛି’ ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ, ‘ପ୍ରଭୁ ରାମଲାଲା ଭବ୍ୟ, ଦିବ୍ୟ ଏବଂ ନବ୍ୟ ଧାମରେ ବିରାଜିଥିବାରୁ ଆପଣ ସମସ୍ତଙ୍କୁ କୋଟି କୋଟି ଅଭିନନ୍ଦନ’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.