Below header

ଧନଦାତ୍ରୀଙ୍କ ପୂଜା ପାଇଁ ଗାଁ ଠୁ ସହର ହୋଇଛି ଉତ୍ସବ ମୁଖର, ଆଶିଷ ପାଇବା ପାଇଁ ଲାଗିଛି ଭକ୍ତଙ୍କ ଭିଡ଼

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପଟୁଣିଆ ପଞ୍ଚାୟତରେ ଗଜଲକ୍ଷ୍ମୀ ପୂଜା ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହେଉଛି । ଚଳିତ ବର୍ଷ ଏହି ପୂଜା ୩୮ବର୍ଷରେ ପହଞ୍ଚିଛି । ସୁନ୍ଦର ତୋରଣ ସାଙ୍ଗକୁ ଆଲୋକ ମାଳାରେ ଝଲସି ଉଠିଛି ସମ୍ପୂର୍ଣ୍ଣ ପୂଜା ମଣ୍ଡପ ପରିବେଶ ।

ଓଡ଼ିଶା ଏପରି ଏକ ରାଜ୍ୟ ଯେଉଁଠାରେ ପ୍ରତ୍ୟେକ ସମୟରେ କିଛି ନା କିଛି ପୂଜା ଲାଗି ରହିଥାଏ । ଗଣେଶ ପୂଜା, ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଆଉ ତା ସାଙ୍ଗକୁ କାଳୀପୂଜା । ପ୍ରତ୍ୟେକ ପୂଜାର ରହିଛି ଭିନ୍ନ ମାହାତ୍ମ୍ୟ । ଲୋକଙ୍କ ବିଶ୍ୱାସ ଓ ପରମ୍ପରାକୁ ନେଇ ପାଳିତ ହୁଏ ଏହି ସବୁ ପୂଜା । ସମସ୍ତ ପୂଜା ମଧ୍ୟରୁ ଲକ୍ଷ୍ମୀ ପୂଜାର ରହିଛି ଭିନ୍ନ ମହତ୍ୱ । କାରଣ ମା’ ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ । ଧନଦାତ୍ରୀଙ୍କ ପୂଜା ପାଇଁ ଗାଁ ଠୁ ସହର ବର୍ତ୍ତମାନ ଉତ୍ସବ ମୁଖର। ମା’ଙ୍କ ପୂଜା ପାଇଁ ଗାଁ ଗାଁରେ ପାଳିତ ହେଉଛି ଗଜଲକ୍ଷ୍ମୀ ପୂଜା । ରଙ୍ଗିନ ଆଲୋକରେ ଝଲସି ଉଠୁଛି ଗାଁ ଦାଣ୍ଡ ।

ଏହିକ୍ରମରେ ପ୍ରତିବର୍ଷ ପରି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପଟୁଣିଆ ପଞ୍ଚାୟତରେ ଗଜଲକ୍ଷ୍ମୀ ପୂଜା ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହେଉଛି । ଚଳିତ ବର୍ଷ ଏହି ପୂଜା ୩୮ବର୍ଷରେ ପହଞ୍ଚିଛି । ସୁନ୍ଦର ତୋରଣ ସାଙ୍ଗକୁ ଆଲୋକ ମାଳାରେ ଝଲସି ଉଠିଛି ସମ୍ପୂର୍ଣ୍ଣ ପୂଜା ମଣ୍ଡପ ପରିବେଶ। ମା’ଙ୍କର ଆକର୍ଷଣୀୟ ମୃଣ୍ମୟୀ ମୂର୍ତ୍ତିକୁ ଦର୍ଶନ କରିବା ସହ ଆଶିଷ ପାଇବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ୮ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ପୂଜା ଉତ୍ସବରେ ପ୍ରତ୍ୟହ ମାଙ୍କର ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଚାଲିଛି। ସନ୍ଧ୍ୟାରେ ମାଙ୍କର ମହା ଆଳତି ଦର୍ଶନ ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଛି । ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏଠାରେ ମୀନବଜାର ଲାଗିଛି । ମା’ଙ୍କ କୃପାଲାଭ କରିବା ସହ ମୀନା ବଜାର ବୁଲି ଭରପୁର ମଜା ଉଠାଉଛନ୍ତି ଦର୍ଶକ। ପୂଜା ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ସ୍ଥାନୀୟ ପୂଜା କମିଟି ଓ ବାଲିଚନ୍ଦ୍ରପୁର ପୋଲିସ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

ମା’ଙ୍କ ପୂଜା ପାଖେଇ ଆସିଲେ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ମନରେ ଭରି ଉଠେ ଖୁସିର ଲହରୀ । ପୂଜା ସାଙ୍ଗକୁ ଗାଁରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମକୁ ମନ ଭରି ଉପଭୋଗ କରନ୍ତି ଗାଁ ଲୋକେ । ମା’ଙ୍କ ଉପରେ ଗାଁ ଲୋକଙ୍କର ରହିଛି ଅଗାଢ ବିଶ୍ୱାସ । ଏନେଇ ମା’ଙ୍କ ଏହି ପୂଜା ଖୁବ ଧୁମଧାମରେ ପାଳିତ ହୁଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.