ବିଶ୍ୱକପରେ ପାକିସ୍ତାନ ଟିମର ବିପର୍ଯ୍ୟୟ, ପିସିବିର ମୁଖ୍ୟ ଚୟନକର୍ତ୍ତା ଇଞ୍ଜମାମ-ଉଲ୍‌-ହକ୍‌ଙ୍କ ଇସ୍ତଫା

ପିସିବିର ମୁଖ୍ୟ ଚୟନକର୍ତ୍ତା ଇଞ୍ଜମାମ-ଉଲ-ହକ୍ ଇସ୍ତଫା ଦେଇଛନ୍ତି । ଇଞ୍ଜମାମ-ଉଲ-ହକ୍ ତାଙ୍କ ଇସ୍ତଫାପତ୍ର ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ମୁଖ୍ୟ ଜାକା ଅଶରଫଙ୍କ ନିକଟକୁ ପଠାଇଦେଇଛନ୍ତି । ବିଶ୍ୱକପରେ ୬ଟି ମ୍ୟାଚରୁ ୪ଟି ହାରିସାରିଛି ପାକିସ୍ତାନ ।

ବିଶ୍ୱକପରେ ପାକିସ୍ତାନ ଲଜ୍ଜାଜନକ ପ୍ରଦର୍ଶନ । ଆଉ ଏହାକୁ ନେଇ ପିସିବିର ମୁଖ୍ୟ ଚୟନକର୍ତ୍ତା ଇଞ୍ଜମାମ-ଉଲ-ହକ୍ ଇସ୍ତଫା ଦେଇଛନ୍ତି। ବିଶ୍ୱକପରେ ୬ଟି ମ୍ୟାଚରୁ ୪ଟି ହାରିସାରିଛି ପାକିସ୍ତାନ । ପଏଣ୍ଟ ତାଲିକାରେ ୬ ନଂ ସ୍ଥାନରେ ରହିଛି । ଭାରତ ଠାରୁ ହାରିବା ପରେ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ପଛରେ ପଡିଛି ସମଗ୍ର ପାକିସ୍ତାନ । ଏହାପରେ ବାବର ଆଜମଙ୍କ ଚାଟ୍ ମଧ୍ୟ ଲିକ୍ ହୋଇଥିବା ବେଳେ ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମ-ଉଲ-ହକ୍ ଇସ୍ତଫା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଇଞ୍ଜମାମ-ଉଲ-ହକ୍ ତାଙ୍କ ଇସ୍ତଫାପତ୍ର ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ମୁଖ୍ୟ ଜାକା ଅଶରଫଙ୍କ ନିକଟକୁ ପଠାଇଦେଇଛନ୍ତି । ଇଞ୍ଜମାମ-ଉଲ-ହକ୍ ପୂର୍ବରୁ ମଧ୍ୟ ଏହି ପଦରେ ରହିସାରିଛନ୍ତି । ପ୍ରଥମ କାର୍ଯ୍ୟକାଳରେ ସେ ୨୦୧୬-୧୯ ପର୍ଯ୍ୟନ୍ତ ପାକିସ୍ତାନର ମୁଖ୍ୟ ଚୟନକର୍ତ୍ତା ଥିଲେ । କିନ୍ତୁ ନିକଟରେ ପାକିସ୍ତାନ ଦଳର ଖରାପ ସ୍ଥିତି ପାଇଁ ମଧ୍ୟ ତାଙ୍କୁ ଟାର୍ଗେଟ କରାଯାଉଥିଲା । ବାବର ଆଜମଙ୍କ ଚାଟ୍ ମଧ୍ୟ ଲିକ୍ ହୋଇଥିବା ବେଳେ କିଛି ପୂର୍ବତନ କ୍ରିକେଟର ଏହି ଲିକ୍ ମାମଲାରେ ପିସିବି ଅଧ୍ୟକ୍ଷ ଜାକା ଅଶରଫଙ୍କୁ ଦାୟୀ କରୁଛନ୍ତି ।

ବିଶ୍ୱକପ୍ ଖେଳୁଥିବା ବେଳେ ଆଉ ୩ଟି ମ୍ୟାଚ୍ ବାକି ରହିଛି । ଏସବୁ ଭିତରେ ଅଧିନାୟକ ବାବର ଆଜମଙ୍କ ଏକ ଚାଟ୍ ମଧ୍ୟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ କିଛି ଉତ୍ତର ଦେଉଥିବା ଦେଖିବାକୁ ମିଳିଛି । ଏହି ଚାଟ୍କୁ ନେଇ ମଧ୍ୟ ହଇଚଇ ସୃଷ୍ଟି ହୋଇଛି । ପାକିସ୍ତାନ ଟିମ୍‌ ନେଦରଲାଣ୍ଡସକୁ ୮୧ ରନରେ ହରାଇ ୨୦୨୩ ବିଶ୍ୱକପରେ ନିଜର ବିଜୟ ଅଭିଯାନ ଆରମ୍ଭ କରିଥିଲା । କିନ୍ତୁ ଏହାପରେ ଭାରତ ଠାରୁ ହାରିବା ପରେ ସବୁକିଛି ଗଡ଼ବଡ଼ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.