Below header

ଜାଣନ୍ତୁ କିପରି ହୋଇଥିଲା ମା ଦୁର୍ଗାଙ୍କ ଜନ୍ମ

ମା ଦୁର୍ଗା ଆଦି ଶକ୍ତି, ଭବାନୀ ଏବଂ ଅନ୍ୟ କେତେକ ନାମରେ ଜଣାଶୁଣା। ପୌରାଣିକ କଥା ଅନୁଯାୟୀ ମାଁ ଙ୍କ ଜନ୍ମ ଦୈତ୍ୟମାନଙ୍କ ବିନାଶ ପାଇଁ ହୋଇଥିଲା। ଏହିକାରଣରୁ ବର୍ଷସାରା ମାଁ ଙ୍କ ପୂଜା କରାଯାଇଥଇଲେ ମଧ୍ୟ ନବରାତ୍ରୀ ସମୟରେ ବିଶେଷ ପୂଜାର ଆୟୋଜନ କରାଯାଇଥାଏ। ଉଲ୍ଲେଖ ରହିଛି ନବରାତ୍ରୀରେ ମାଁ ନଅ ଦିନ ପର୍ଯ୍ୟନ୍ତ ଧରାପୃଷ୍ଠକୁ ଆସି ଭକ୍ତମାନଙ୍କ ସହ ରହିଥାନ୍ତି। ଏହିକାରଣରୁ ମାଁଙ୍କୁ ଖୁସି କରାଇବା ପାଇଁ ଭକ୍ତ ବିଧି ପୂର୍ବକ ପୂଜା, ଆଳତୀ କରିଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ମାଁ ଦୁର୍ଗାଙ୍କ ଉତ୍ପତି କିପରି ହୋଇଥିଲା।
ଥରେ ସମସ୍ତ ଦେବଗଣ ଅସୁରମାନଙ୍କର ଅତ୍ୟାଚାରରେ ଅତିଷ୍ଟ ହୋଇଯାଇଥିଲେ। ସେହିସମୟରେ ଭଗବାନ ବ୍ରହ୍ମା କହିଥିଲେ ଦୈତ୍ୟରାଜମାନଙ୍କୁ ଏହି ବର ମିଳିଛି କି ସେମାନଙ୍କର ମୃତ୍ୟୁ କେବଳ କୁଆଁରୀ କନ୍ୟା ମାନଙ୍କ ହାତରେ ହିଁ ହେବ। ଏହାପରେ ସମସ୍ତ ଦେବଗଣ ମିଶି ଏକ ଉପାୟ ଚିନ୍ତା କରି ସମସ୍ତ ଶକ୍ତିକୁ ଜଣେ ଦେବୀଙ୍କ ଶରୀରରେ ପ୍ରକଟ କରାଇଥିଲେ। ଏହାପରେ ବିଭିନ୍ନ ଦେବତାଙ୍କ ଶରୀରରୁ ବାହାରିଥିବା ତେଜରୁ ଦେବୀଙ୍କର ଭିନ୍ନ ଭିନ୍ନ ଅଙ୍ଗ ତିଆରି ହୋଇଥିଲା।

Maa-Durgaଭଗବାନ ଶଙ୍କରଙ୍କ ତେଜରୁ ଦେବୀଙ୍କ ମୁଖ ପ୍ରକଟ ହୋଇଥଇଲା, ଯମରାଜଙ୍କ ତେଜରୁ ମସ୍ତକ ଏବଂ କେଶ, ବିଷ୍ଣୁଙ୍କ ତେଜରୁ ଭୂଜ, ଚନ୍ଦ୍ରମାଙ୍କ ତେଜରୁ ସ୍ତନ, ଇନ୍ଦ୍ରଙ୍କ ତେଜରୁ ଅଣ୍ଟା, ବରୁଣଙ୍କ ତେଜରୁ ଜଙ୍ଘ, ପୃଥ୍ଵୀଙ୍କ ତେଜରୁ ନିତମ୍ବ , ବ୍ରହ୍ମାଙ୍କ ତେଜରୁ ଚରଣ, ସୂର୍ଯ୍ୟଙ୍କ ତେଜରୁ ଦୁଇଟି ପାଦ ଏବଂ ଆଙ୍ଗୁଠି, ପ୍ରଜାପତିଙ୍କ ତେଜରୁ ସମସ୍ତ ଦାନ୍ତ, ଅଗ୍ନିଙ୍କ ତେଜରୁ ଦୁଇଟି ନେତ୍ର, ବାୟୁଙ୍କ ତେଜରୁ କାନ ତଥା ଅନ୍ୟ ଦେବତାଙ୍କ ତେଜରୁ ଦେବୀଙ୍କର ଭିନ୍ନ-ଭିନ୍ନ ଅଙ୍ଗ ସୃଷ୍ଟି ହୋଇଥିଲା। ଏହାପରେ ଭଗବାନ ଶଙ୍କର ମହାଶକ୍ତିଙ୍କୁ ନିଜର ତ୍ରିଶୁଳ ପ୍ରଦାନ କରିବା ସହ ମା ଲକ୍ଷ୍ମୀ ପଦ୍ମ ଫୁଲ, ଭଗବାନ ବିଷ୍ଣୁ ଚକ୍ର, ଅଗ୍ନି ଶକ୍ତି, ପ୍ରଜାପତି ସ୍ଫଟିକ ମାଳି, ବରୁଣ ଶଙ୍ଖ, ହନୁମାନ ଗଦା, ଶେଷନାଗ ମଣିରେ ସୁସଜ୍ଜିତ ନାଗ, ଇନ୍ଦ୍ରଙ୍କ ଠାରୁ ବଜ୍ର, ଭଗବାନ ରାମଙ୍କ ଠାରୁ ଧନୁ, ବରୁଣ ଦେବତାଙ୍କ ଠାରୁ ପାଶ ବା ତୀର, ଭଗାବନ ବ୍ରହ୍ମା ଚାରି ବେଦ ପ୍ରଦାନ କରିଥିଲେ।

ଏହାସହ ପଢନ୍ତୁ: ଆସୁଛି ନବରାତ୍ରୀ, ଜାଣନ୍ତୁ କେଉଁ ଦିଗରେ ପୂଜା କଲେ କେଉଁ ଫଳ ପ୍ରାପ୍ତି ହୁଏ

ଏହାବ୍ୟତୀତ ସମୁଦ୍ରରୁ ଉଜ୍ଜଳ ହାର, କେବେ ବି ନ ଚିରିବା ଭଳି ଦିବ୍ୟ ବସ୍ତ୍ର, ଚୁଡାମଣି, ଦୁଇଟି କୁଣ୍ଡଳ, ହାତକୁ ଚୁଡି, ପାଦକୁ ପାଉଁଜି ଏବଂ ଝୁଣ୍ଟିଆ ପ୍ରଦାନ କରିଥିଲେ। ଏହି ସମସ୍ତ ଜିନିଷକୁ ଦେବୀ ମା ନିଜର ଅଷ୍ଟ ଭୂଜାରେ ପରିଧାନ କରିଥିଲେ। ମା ଦୁର୍ଗା ଏହି ସୃଷ୍ଟିର ଆଦି ଶକ୍ତି। ପିତାମହ ବ୍ରହ୍ମା, ଭଗବାନ ବିଷ୍ଣୁ ଏବଂ ଭଗବାନ ଶଙ୍କର ମାଙ୍କ ଶକ୍ତିରୁ ହିଁ ସୃଷ୍ଟିର ଉତ୍ପତି, ପାଳନ-ପୋଷଣ ଏବଂ ସଂହାର କରିଥାନ୍ତି। ଅନ୍ୟ ଦେବତାମାନେ ମଧ୍ୟ ମା ଙ୍କ ଶକ୍ତିରେ ଶକ୍ତିମାନ ହୋଇ ସମସ୍ତ କାର୍ଯ୍ୟ କରିଥାନ୍ତି। ମାଁଙ୍କର ଏହି ତେଜ ଦେଖିବା ପରେ ଦୈତ୍ୟରାଜ ବହୁତ ଡରିଯାଇଥିଲେ। ଏହାପରେ ମାଁ ନିଜର ଅସ୍ତ୍ର ସାହାଯ୍ୟରେ ଅସୁରର ବିନାଶ କରିଥିଲେ। ସେହି ପ୍ରାଚୀନ ଯୁଗରୁ ମାଙ୍କୁ ମାଁ ଦୁର୍ଗାଙ୍କ ନାମରେ ସମ୍ବୋଧନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.