Below header

କୋରାପୁଟ ଲକ୍ଷ୍ମୀପୁର ନିର୍ବାଚନ ଅସିଦ୍ଧ ଘୋଷଣା ମାମଲାରେ ନୋଟିସ୍‌

କୋରାପୁଟ(କେନ୍ୟୁଜ୍): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ଅସିଦ୍ଧ ଘୋଷଣା ମାମଲାରେ ନୋଟିସ୍‌ । ଲକ୍ଷ୍ମୀପୁର ବିଧାନସଭା ଆସନ ନିର୍ବାଚନରେ ଅନିୟମିତତାକୁ ନେଇ ହାଇକୋର୍ଟରେ ଦାୟର ମାମଲାରେ ପ୍ରତିପକ୍ଷଙ୍କୁ ନୋଟିସ୍‌ ଜାରି ହୋଇଛି। ବିଜୟୀ ବିଜେଡି ପ୍ରାର୍ଥୀ ପ୍ରଭୂ ଜାନିଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ପାଇଁ ପରାଜିତ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକାଙ୍କ ପକ୍ଷରୁ ମାମଲା ଦାୟର ହୋଇଥିଲ।। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍‌ଟୋବର ୨୯ ତାରିଖରେ ହେବ। ଭୋଟ ଗ୍ରହଣ ଓ ଗଣିତରେ ଅସାଧୁ ଉପାୟ ଅବଲମ୍ବନ କରାଯାଇଥିବା କୁଲେସିକା ଅଭିଯୋଗ କରିଛନ୍ତି। ଏହି ମାମଲାରେ ବିଜୟୀ ପ୍ରାର୍ଥୀ ପ୍ରଭୂ ଜାନୀ, ପୂର୍ଣ୍ଣ ମାଡଙ୍ଗୀ, ଅନୀତା ସଗରିଆ ଓ କୁମୁଦ ଚନ୍ଦ୍ର ସାଉଁଟାଙ୍କ ସଭ୍ୟପଦକୁ ବେଆଇନ ଭାବେ ନିର୍ବାଚନ ଅଧିକାରୀ ଗ୍ରହଣ କରିଥିବା କୈଳାସ କୁଲେସିକା ଅଭିଯୋଗ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.