Below header

ନବରଙ୍ଗପୁର: ଗାଁକୁ ପକ୍କା ସଡ଼କ ନଥିବାରୁ ଗଡିଲାନି ଆମ୍ବୁଲାନ୍ସ,ହାତରେ ବୁହାହେଲେ ପ୍ରସୂତି

ନବରଙ୍ଗପୁର(କେନ୍ୟୁଜ୍): ଥମୁନି ଜନନୀ ଯନ୍ତ୍ରଣା । ଗାଁକୁ ଆମ୍ବୁଲାନ୍ସ ଆସିଥିଲେ ବି କାଦୁଅ ରାସ୍ତା ଯୋଗୁଁ ଯାଇପାରିଲାନି । ହାତରେ ବୁହା ହେଲେ ପ୍ରସୂତି । ୪ଜଣ ମହିଳା ହାତରେ ହାତ ଛନ୍ଦି ପ୍ରସୂତୀଙ୍କୁ ଏକ କିଲୋମିଟର ପର୍ଯ୍ୟନ୍ତ ବୋହି ନେଇଥିଲେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ତାରାଯୋଡି ଗାଁରେ । ଗାଁର ମୋହନ ହରିଜନଙ୍କ ପତ୍ନୀ ସୁନାମଣୀ ହରିଜନଙ୍କ ପ୍ରସବ ବେଦନା ଆରମ୍ଭ ହୋଇଥିଲା । ଡାକ୍ତରଖାନାକୁ ନେବା ପାଇଁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଆମ୍ବୁଲାନ୍ସ ବି ଆସିଥିଲା । ତେବେ ପକ୍କା ସଡ଼କ ନଥିବାରୁ ଆମ୍ବୁଲାନସ ଗାଁରୁ ୩ କିଲୋମିଟର ଦୂରରେ ରହିଥିଲା । ପରେ ଅଟୋରେ ମହିଳାଙ୍କୁ ନିଆଯାଇଥିଲେ ବି ଖରାପ ରାସ୍ତା ଯୋଗୁଁ ଅଟୋ ଅଟକିଥିଲା । ଫଳରେ ବାଧ୍ୟ ହୋଇ ପରିବାର ଲୋକ ମହିଳାଙ୍କୁ ନିଜେ ଏକ କିଲୋମିଟର ବୋହି ବୋହି ନେଇ ଶିର୍ଷିଆଗୁଡା ଛକ ନିକଟରେ ଅଟକି ଥିବା ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ । ପରେ ମହିଳାଙ୍କୁ ଝରିଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.