ସ୍ୱାମୀଙ୍କ ଠାରୁ ଦୂରରେ ରହିବାକୁ ବରଦାସ୍ତ କରିପାରୁନାହାନ୍ତି ରାକ୍ଷୀ ସାଓ୍ଵନ୍ତ, କାନ୍ଦି କାନ୍ଦି ଭିଡିଓ କଲେ ସେୟାର
ରାକ୍ଷୀ ସାଓ୍ଵନ୍ତ ଏବେ ବହୁତ ଚିନ୍ତାରେ ଅଛନ୍ତି। ଆପଣ ଭାବୁଥିବେ ଏବେ ପୁଣି ଡ୍ରାମା କୁଇନ ରାକ୍ଷୀ ସାଓ୍ଵନ୍ତଙ୍କର କଣ ହେଲା। ରାକ୍ଷୀଙ୍କର ଚିନ୍ତାର କାରଣ ହେଉଛି ତାଙ୍କ ବିବାହ। କୁହାଯାଉଛି ରାକ୍ଷୀଙ୍କୀ ବିବାହ ଏବେ ବହୁତ ସମସ୍ୟାରେ ରହିଛି। ସେ ଏବେ ଯେଉଁଭଳି ସବୁ ଭିଡିଓ ସୋସିଆଲ ମିଡିଆରେ ସେୟାର କରୁଛନ୍ତି ସେଥିରୁ ଏହା ସ୍ପଷ୍ଟ ଜଣାପଡୁଛି ଯେ ତାଙ୍କର ବୈବାହିକ ଜୀବନ ଠିକଠାକ୍ ଚାଲୁନାହିଁ।
ଖବର ଅନୁଯାୟୀ ରାକ୍ଷୀଙ୍କର ସ୍ୱାମୀ ଲଣ୍ଡନରେ କାର୍ଯ୍ୟରତ । ଏଥିପାଇଁ ଉଭୟେ ବହୁତ କମ୍ ଜଣେ ଜଣଙ୍କୁ ସମୟ ଦେଇପାରନ୍ତି। ରାକ୍ଷୀଙ୍କ ବିବାହକୁ ଏକ ଗୋଟିଏ ମାସ୍ ମାତ୍ର ହୋଇଛି ଏବଂ ଏବେଠାରୁ ହିଁ ଦୁହିଁଙ୍କ ମଧ୍ୟରେ ଦୂରତା ଆସିଗଲାଣି। ଡ୍ରାମା କୁଇନ୍ ରାକ୍ଷୀ ସାଓ୍ଵନ୍ତ ଏମିତି ଭିଡିଓ ସବୁ ସେୟାର କରିଛନ୍ତି ଯେ ଯେଉଁଥିରୁ ଜଣାପଡୁଛି ସେ ତାଙ୍କ ସ୍ୱାମୀଙ୍କୁ ବହୁତ ମିସ୍ କରୁଛନ୍ତି।
View this post on Instagram
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରାକ୍ଷୀଙ୍କ ଫ୍ୟାନ୍ ତାଙ୍କ ବିବାହକୁ ବିଶ୍ୱାସ ହିଁ କରୁନାହାଁନ୍ତି। ଗୋଟେ ଭିଡିଓରେ ସେ କହୁଛନ୍ତି, ‘କିଏ କହିଲା ମୋ ଲାଇଫରେ ସମସ୍ୟା ନାହିଁ, ବାସ୍ ମୁଁ କେବଳ ମୋ ପରିସ୍ଥିତିରେ ହସିବା ଶିଖିଯାଇଛି।’
ଏହାସହ ପଢନ୍ତୁ : ଦିପକ୍ କଲାଲଙ୍କୁ ଏମିତି ମାଡ ମାରିଲେ ରାକ୍ଷୀଙ୍କ ନଣନ୍ଦ, ଦେଖନ୍ତୁ ଭିଡିଓ
ଆଉ ଗୋଟେ ଭିଡିଓରେ ଲାଗୁଛି ଯେପରି ରାକ୍ଷୀଙ୍କ ପ୍ରେମ ତାଙ୍କ ସାଥ୍ ଛାଡିଦେଇଛି। ସମସ୍ତ ଭିଡିଓରେ ରାକ୍ଷୀ ବହୁତ ଉଦାସ ଥିବା ଜଣାଯାଉଛନ୍ତି। ତାଙ୍କୁ ଦେଖି ଏମିତି ଲାଗୁ ଛି ଯେ ସେ ପ୍ରେମରେ ଧୋକା ଖାଇଛନ୍ତି। ଅନେକ ଦୁଃଖ ଗୀତରେ ସେ ଭିଡିଓ ପୋଷ୍ଟ କରିଛନ୍ତି। ସେହିଭଳି ଅନ୍ୟ ଏକ ଭିଡିଓରେ ସେ କାନ୍ଦୁଥିବାର ନଜର ଆସୁଛନ୍ତି।
View this post on Instagram
ରାକ୍ଷୀ ସାଓ୍ଵନ୍ତ ଗତ ମାସରେ ନିଜ ବିବାହକୁ ନେଇ ବହୁତ ଚର୍ଚ୍ଚାରେ ଥିଲେ। ବିବାହରେ ଦୁହିଁଙ୍କ ପରିବାରର କେବଳ ୪-୫ ଜଣ ଉପସ୍ଥିତ ଥିଲେ। ରାକ୍ଷୀ ସାଓ୍ଵନ୍ତ ଖୁଲାସା କରିଥିଲେ ଯେ ତାଙ୍କ ସ୍ୱାମୀ ରିତେଶ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଖରେ କାମ କରନ୍ତି।
View this post on Instagram