ND Studioରେ ଭୀଷଣ ନିଆଁ, ଜଳିପୋଡ଼ି ଛାରଖାର ହୋଇଗଲା ଫିଲ୍ମ ‘ଯୋଦ୍ଧା-ଆକବର’ର ସେଟ

ମୁମ୍ବାଇ ନିକଟସ୍ଥ କରଜତରେ ଥିବା ଏନଡି ଷ୍ଟୁଡିଓରେ ଭୀଷଣ ନିଆଁ ଲାଗିଯାଇଛି। ଏଥିରେ ଯୋଦ୍ଧା-ଆକବର ଫିଲ୍ମର ଆଇକୋନିକ ସେଟର ବଡ଼ ଅଂଶ ଜଳି ଛାରଖାର ହୋଇଯାଇଛି। ପୋଲିସ ସୂଚନା ମୁତାବକ, ଶୁକ୍ରବାର ଦ୍ୱିପ୍ରହର ପାଖାପାଖି ୧୨ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି। ଏଥିରେ କେହି ମୃତାହତ ହୋଇନାହାନ୍ତି।

ଏହି ଅଗ୍ନିକାଣ୍ଡରେ ପ୍ଲାଇଉଡ, ପିଓପି ଏବଂ ଅନ୍ୟାନ୍ୟ ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ସ୍ଥାନୀୟ ଅଗ୍ନିଶମ ଗାଡ଼ିକୁ ଡକାଯାଇଥିଲା। ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ନିଆଁ ଲାଗିବାର କାରଣ ଏ ଯାଏ ସ୍ପଷ୍ଟ ହୋଇ ନ ଥିବା ବେଳେ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ସୂଚନାଥାଉ କି, ହିନ୍ଦୀ ସିନେମାର ଜଣାଶୁଣା ଆର୍ଟ ଡାଇରେକ୍ଟର ନିତିନ ଚନ୍ଦ୍ରକାନ୍ତ ଦେଶାଇ ଏନଡି ଷ୍ଟୁଡିଓ ନିର୍ମାଣ କରିଛନ୍ତି। ୨୦୦୮ରେ ରିଲିଜ ହୋଇଥିବା ଫିଲ୍ମ ଯୋଦ୍ଧା-ଆକବରର ଶୁଟିଂ ପୂରା ହେବା ପରେ ବି ଏହି ସେଟକୁ ସେମିତି ହିଁ ରହିବାକୁ ଦିଆଯାଇଥିଲା।

Leave A Reply

Your email address will not be published.