ନିର୍ଦ୍ଦେଶନାରେ ଡେବ୍ୟୁ କରିବେ ‘ମେଲା’ କୋଷ୍ଟାର ଫୈଜଲ

ବଲିଉଡର ମିଷ୍ଟର ପରଫେକନିଷ୍ଟ ଆମିର ଖାନଙ୍କ ଭାଇ ତଥା ‘ମେଲା’ ଫିଲ୍ମର ଅଭିନେତା ଫୈଜଲ ଖାନ ଖୁବଶୀଘ୍ର ନିର୍ଦ୍ଦେଶନା କ୍ଷେତ୍ରରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫୈଜଲ ଆକ୍ସନ ଥ୍ରୀଲର ଫିଲ୍ମ ‘ଫ୍ୟାକ୍ଟ୍ରି’ରୁ ନିର୍ଦ୍ଦେଶନା କ୍ୟାରିଅର ଆରମ୍ଭ କରିବେ। ଏହାକୁ ନିଜେ ଫୈଜଲ ଘୋଷଣା କରିଛନ୍ତି।

ଏହାକୁ ନେଇ ଫୈଜଲ କହିଛନ୍ତି, ମୁଁ ସବୁବେଳେ ନିର୍ଦ୍ଦେଶନା ଦେବାକୁ ଚାହୁଁଥିଲି, କିନ୍ତୁ ଏସବୁ କରିବା ସମ୍ଭବ ନଥଲା। ପୂର୍ବରୁ ଏହି ଫିଲ୍ମ ପାଇଁ ଶରିକ ମିହ୍ନାଜ ରହିଥିଲେ କିନ୍ତୁ ଡେଟ୍‌ ଅଭାବ ଯୋଗୁଁ ମୋତେ ଏହି କାମ କରିବାକୁ ପଡିଲା। ଫିଲ୍ମ ବିଷୟରେ ସେମାନେ ସବୁ ଜାଣିଥିବା ବେଳେ ମୋ ନିର୍ଦ୍ଦେଶନା ଦେବା କଥା ମା’ କିମ୍ବା ଭାଇ ଆମିରଙ୍କୁ ମଧ୍ୟ ଜଣାନାହିଁ। ଫିଲ୍ମର ପ୍ରଥମ ପର୍ଯ୍ୟାୟ ସୁଟିଂ ଶେଷ ହେବା ପରେ ସେମାନଙ୍କୁ ସରପ୍ରାଇଜ ଦେବାକୁ ଚାହୁଁଛି।

ଫୈଜଲ କେବଳ ଫିଲ୍ମ ନିର୍ଦ୍ଦେଶନା ନୁହେଁ ବରଂ ଏଥିରେ ଗୀତ ‘ଇସ୍କ ତେରା’ ମଧ୍ୟ ଗାଇବେ। ସୂଚନାଯୋଗ୍ୟ, ଫୈଜଲ ୧୯୯୪ରେ ଆସିଥିବା ଫିଲ୍ମ ‘ମଦହୋଶ’ ଜରିଆରେ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି କରିଥିଲେ। ୧୯୯୯ରେ ସେ ଫିଲ୍ମ ‘ମେଲା’ ଆମିର ପାଇଁ ନିର୍ମାଣ କରିଥିଲେ।

Leave A Reply

Your email address will not be published.