Below header

ମହାଭାରତରେ ଏମିତି ପାଇଥିଲେ ଅର୍ଜୁନ ଭୂମିକା, ୨୩ ହଜାର ଅଡିସନ୍‌ ପରେ ଫିରୋଜ ଖାନ୍‌ ହୋଇଥିଲେ ମନୋନୀତ

ରାମାୟଣ ଓ ମହାଭାରତ ଧାରାବାହିକ ପୁଣି ଥରେ ଟିଭିରେ ହଙ୍ଗାମା ସୃଷ୍ଟି କରିଛି । ଯେପରି ଏହା ଅଶୀ ଦଶକରେ ଟିଭି ପାଖରେ ଭିଡ଼ ଜମାଉଥିଲା ଏବେ ବି ସେପରି ହୋଇଛି । ଧାରାବାହିକରେ କାମ କରୁଥିବା କଳାକାରମାନେ ମଧ୍ୟ ପୁଣି ଚର୍ଚ୍ଚାକୁ ଆସିଛନ୍ତି ।

ତେବେ କ୍ୱଚିତ୍‌ ଏହି ଧାରାବାହିକ କଳାକାରଙ୍କ ମନୋନୟନ ପ୍ରକ୍ରିୟା ବିଷୟରେ ଜାଣିଥିବେ । ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଧାରାବାହିକ ପାଇଁ ଜଣେ ଜଣେ କଳାକାରଙ୍କୁ ମନୋନୀତ କରିବା ପାଇଁ ବର୍ଷ ବର୍ଷ ସମୟ ଲାଗିଛି ।

arjun-3

ବି. ଆର୍‌ ଚୋପ୍ରାଙ୍କ ‘ମହାଭାରତ’ ଧାରାବାହିକ ପାଇଁ ଅର୍ଜୁନ ଭୂମିକାରେ ଅଭିନୟ କରିଛନ୍ତି ଫିରୋଜ୍‌ ଖାନ୍‌ । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅର୍ଜୁନଙ୍କୁ ମନୋନୀତ କରିବା ପାଇଁ ୨୩ ହଜାର ଅଡିସନ୍‌ ନିଆଯାଇଥିଲା ।

୨୩ ହଜାର ଅଡ଼ିସନ ନେବା ପରେ ଅର୍ଜୁନ ଭୂମୀକା ପାଇଁ ଫିରୋଜ ଖାନ୍‌ଙ୍କୁ ମନୋନୀତ କରାଯାଇଥିଲା । ଏହି ଭୂମିକା ଫିରୋଜ ଖାନ୍‌ଙ୍କୁ ଏତେ ମ୍ୟାଚ୍‌ କରିଥିଲା ଯେ ଅର୍ଜୁନ ଭୂମିକା ପାଇବା ପରେ ସେ ନିଜେ ତାଙ୍କ ନାମକୁ ଅର୍ଜୁନକୁ ପରିବର୍ତ୍ତନ କରିଥିଲେ ।

arjun-4

ଏବେ ଲୋକେ ତାଙ୍କୁ ଫିରୋଜ ଖାନ୍‌ ଅପେକ୍ଷା ଅର୍ଜୁନ ଭାବେ ବେଶୀ ଜାଣନ୍ତି । ଫିରୋଜ ମହାଭାରତ ବ୍ୟତୀତ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ୧୯୮୪ରେ ଫିଲ୍ମ ‘ମଞ୍ଜିଲ ମଞ୍ଜିଲ’ରେ ଫିରୋଜ ଫିଲ୍ମ ଦୁନିଆରେ ପାଦ ଦେଇଥିଲେ ।

୧୯୮୮ରେ ସେ ମହାଭାରତରେ ଅର୍ଜୁନ ଭୂମିକାରେ କାମ ଆରମ୍ଭ କଲେ । ମହାଭାରତ ୧୯୮୮ରୁ ୧୯୯୦ ଯାଏ ଚାଲିଲା । ମହାଭାରତରେ ମନୋନୀତ ହୋଇଥିବାରୁ ଫିରୋଜ ଧନ୍ୟବାଦ ଦେଇଛନ୍ତି ବି. ଆର୍‌ ଚୋପ୍ରାଙ୍କୁ ।

ଏକ ଇଣ୍ଟରଭ୍ୟୁରେ ଫିରୋଜ କହିଛନ୍ତି ଯେ ଯେମିତି ଅମିତାଭ ବଚ୍ଚନ ଫିଲ୍ମ ‘ଜଞ୍ଜିର’ ଅମଜାଦ ଖାନ୍‌ ‘ଶୋଲେ’, ଧର୍ମେନ୍ଦ୍ର ‘ଫୁଲ୍‌ ଔର ପଥର’ ଓ ବିନୋଦ ଖାନ୍ନା ‘କଚ୍ଚେ ଧାଗେ’ ଫିଲ୍ମ ପାଇଁ ଜଣା ଯାଆନ୍ତି । ସେହିପରି ମୁଁ ଅର୍ଜୁନ ଚରିତ୍ର ପାଇଁ ଜଣାହେବାକୁ ଚାହେଁ ।

arjun-2

ଗୋଟିଏ ପ୍ରକାର ଭୂମିକା କରିବାକୁ ଚାହୁଁ ନଥିବାରୁ ଫିରୋଜ ପୁଣି ଥରେ ‘ମହାଭାରତ’ ଧାରାବାହିକରେ କାମ କରିବାକୁ ଆସିଥିବା ଅଫରକୁ ମନା କରିଦେଇଥିଲେ । ଫିରୋଜ ତାଙ୍କ କ୍ୟାରିଅର ମଧ୍ୟରେ ୨୬୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି।

ଏଗୁଡ଼ିକ ମଧ୍ୟରେ ଅଛି ‘ଜିଗର, ତିରଙ୍ଗା, ଆଦ୍‌ମୀ,ଫୁଲ୍‌ ଔର୍‌ ଅଙ୍ଗାରେ, ମିଷ୍ଟର ଆଜାଦ୍‌, କରନ୍‌ ଅର୍ଜୁନ, ମେହେଁଦି ଓ ଯୋଡ଼ି ନଂ ଓ୍ଵାନ୍‌ ଭଳି ଅନେକ ଫିଲ୍ମ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.