କରୋନା ଆକ୍ରାନ୍ତ ନମ୍ବର ୬୧ରୁ ୬୯, ସମସ୍ତଙ୍କ ଯାତ୍ରା ବିବରଣୀ ଦେଲେ ସରକାର

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତ ହୋଇଥିବା ୬୧ରୁ ୬୯ ନମ୍ବର ଯାଏ ବ୍ୟକ୍ତିଙ୍କର ଟ୍ରାଭେଲ ହିଷ୍ଟ୍ରି ମିଳି ସାରିଛି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଏହି ସବୁ ସୂଚନା ଦେଇଛି । ଏହି ବ୍ୟକ୍ତିମାନେ କେଉଁଠିକୁ ଯାଇଥିଲେ ଏବଂ କାହା ସହିତ ମିଶିଥିଲେ ସେ ସମ୍ପର୍କରେ ସୂଚନା ଦିଆଯାଇଛି ।

ବାଲେଶ୍ୱର ଜିଲ୍ଲାର ପେସେଣ୍ଟ ନମ୍ବର ୬୧ । ବୟସ ୫୮ ବର୍ଷ । ଗତ ମାର୍ଚ୍ଚ ୧୩ ତାରିଖରେ ଝାଡ଼ଖଣ୍ଡରୁ ଫେରିଥିଲେ । ଏପ୍ରିଲ ୭ ତାରିଖରେ ଚିକିତ୍ସା ପାଇଁ ଯାଇଥିଲେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ପରେ ଏପ୍ରିଲ ୧୩ ତାରିଖରେ ଗାଡ଼ି ଭଡ଼ା କରି ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଆସିଥିଲେ । ଏପ୍ରିଲ ୧୪ରେ ସେ ଯାଇଥିଲେ କ୍ୟାପିଟାଲ୍‌ ହସ୍ପିଟାଲ୍‌ । ୧୬ ତାରିଖରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ । ୧୮ ତାରିଖରେ ତାଙ୍କର ନମୁନା ରିପୋର୍ଟ ଆସିଥିଲା ପଜିଟିଭ୍‌ ।

ସେହିପରି ପେସେଣ୍ଟ ନମ୍ବର ୬୨, ୬୩, ୬୪, ୬୫ ଓ ୬୬ ଭଦ୍ରକ ଜିଲ୍ଲାର । ସମସ୍ତେ କୋଲକାତା ଫେରନ୍ତା । ପେସେଣ୍ଟ ନମ୍ବର ୬୨, ୬୩ ଓ ୬୪ ବାସୁଦେବପୁର ବ୍ଲକରୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଭଣ୍ଡାରୀପୋଖରୀ ବ୍ଲକ ବାସିନ୍ଦା । ଚାରି ଜଣ ଗାଡ଼ି ଭଡ଼ା କରି କିଛି ସହଯାତ୍ରୀଙ୍କ ସହ ଘରକୁ ଫେରିଥିଲ ।

ଜଣେ ଗୋଟିଏ ଟ୍ରକରେ କୋଲକାତାରୁ ଫେରିଥିଲେ ଭଦ୍ରକ । ମାର୍ଚ୍ଚ ୨୮ ଓ ୨୯ ତାରିଖରେ ସେମାନେ ପଶ୍ଚିମବଙ୍ଗରୁ ଫେରିଥିଲେ ଓଡ଼ିଶା । ପ୍ରଥମେ ହୋମ୍‌ କ୍ୱାରେଣ୍ଟାଇନ୍‌ ଓ ପରେ ସରକାରୀ କ୍ୱାରେଣ୍ଟାଇନ ସେଣ୍ଟରରେ ସମସ୍ତଙ୍କୁ ରଖାଯାଇଥିଲା । ଗତ ୧୯ ତାରିଖରେ ସମସ୍ତଙ୍କ ରିପୋର୍ଟ ଆସିଥିଲା ପଜିଟିଭ୍‌। ଏହାପରେ ସମସ୍ତ ଆକ୍ରାନ୍ତଙ୍କୁ କଟକ ସ୍ଥିତ କୋଭିଡ୍‌ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.