Below header

ଫିଲ୍ମ ‘କବୀର ସିଂହ’ ପରେ ଏବେ ସାଉଥ୍ ରିମେକ୍ ରେ କାମ କରିବେ ଶାହିଦ କପୁର

ଫିଲ୍ମ ‘କବୀର ସିଂହ’ ର ସଫଳତା ପରେ ଶାହିଦ କପୁରଙ୍କର ଖୁବ୍ ଲୋକପ୍ରିୟତା ଦେଖିବାକୁ ମିଳିଛି। ସନ୍ଦିପ୍ ଭାଗ୍ ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କବୀର ସିଂହ’ ବର୍ତ୍ତମାନ ପର୍ଯ୍ୟନ୍ତ ବକ୍ସ ଅଫିସରେ ୧୫୦କୋଟିରୁ ଅଧିକ ଟଙ୍କା ଆୟ କରି ସାରିଲାଣି । ଏହି ଫିଲ୍ମ ଶାହିଦଙ୍କ ଜୀବନର ସବୁଠାରୁ ବଡ଼ ସଫଳତା ପାଲଟିଛି । ‘କବୀର ସିଂହ’ଙ୍କୁ ଦର୍ଶକଙ୍କ ଏତେ ଭଲ ପାଇବା ମିଳୁଥିବା ଦେଖି ଶାହିଦଙ୍କୁ ଆଉ ଏକ ତେଲୁଗୁ ଫିଲ୍ମର ରିମେକ ପାଇଁ ପ୍ରସ୍ତାବ ଦିଆଯାଇଥିବା ଜଣା ପଡ଼ିଛି । ଗତ କିଛି ଦିନ ପୂର୍ବରୁ ତାଙ୍କ ପାଖରେ କୌଣସି ଫିଲ୍ମ ନଥିବା କଥା ଶାହିଦ ଏକ ସାକ୍ଷାତକାର ମାଧ୍ୟମରେ କହିଥିଲେ। କିନ୍ତୁ ‘କବୀର ସିଂହ’ର ସଫଳତା ପରେ ବର୍ତ୍ତମାନ ଶାହିଦଙ୍କ ପାଖରେ ଅନେକ ଫିଲ୍ମର ଅଫର ରହିଛି।

saheedସୂଚନା ମୁତାବକ ଶାହିଦ କପୁର ପୁଣି ଏକ ସାଉଥ୍ ରିମେକ୍ ରେ କାମ କରିବେ। ଫିଲ୍ମ ‘ଜର୍ସି’ର ରିମେକ ପାଇଁ କରନ ଜୋହର ଶାହିଦ କପୁରଙ୍କୁ ସୁଯୋଗ ଦେବା ପାଇଁ ଚିନ୍ତା କରିଛନ୍ତି। ଏଥିରେ ନିଜେ କରନ ଜୋହର ଫିଲ୍ମ ପ୍ରଡ୍ୟୁସ କରିବେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମ କାଷ୍ଟିଙ୍ଗକୁ ନେଇ କୌଣସି ସୂଚନା ସାମ୍ନାକୁ ଆସିନାହିଁ । ତେବେ କବୀର ସିଂହର ସଫଳତା ଦେଖି ଧର୍ମା ପ୍ରଡକ୍ସନ ‘ଜର୍ସି’ରେ ଶାହିଦଙ୍କୁ ନେବା ପାଇଁ ଚିନ୍ତା କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଯଦି ଚର୍ଚ୍ଚା ସତ ହୁଏ, ତେବେ ଦର୍ଶକ ଶାହିଦଙ୍କୁ ଆଉ ଏକ ଚ୍ୟାଲେଞ୍ଜିଂ ଚରିତ୍ରରେ ଦେଖିବାକୁ ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.