Below header

ଖେଳୁଥିଲା ହିନ୍ଦୁସ୍ତାନ, ବିଜୟ ପ୍ରାର୍ଥନା କରୁଥିଲା ପାକିସ୍ତାନ ହେଲେ ପାକ୍‌ର ସେମିଫାଇନାଲ୍ ଆଶାରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଦେଲା ଟିମ୍ ଇଣ୍ଡିଆ

ଖେଳୁଥିଲା ହିନ୍ଦୁସ୍ତାନ କିନ୍ତୁ ବିଜୟ ପାଇଁ ପ୍ରାର୍ଥନା କରୁଥିଲା ପାକିସ୍ତାନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଗତକାଲି ଇଂଲଣ୍ଡ ଏବଂ ଭାରତ ମୁକାବିଲାରେ । ହେଲେ ପାକର ପ୍ରାର୍ଥନା ପ୍ରାର୍ଥନାରେ ହିଁ ରହିଗଲା । ଆଉ ବିଶ୍ବକପରେ ବିରାଟ ବାହିନୀର ବିଜୟ ରଥ ଅଟକାଇ ଦେଲା ଇଂଲଣ୍ଡ । ଟିମ୍ ଇଣ୍ଡିଆ ସାମ୍ନାରେ ୩୩୮ ରନର ବିଜୟ ଲକ୍ଷ୍ୟ ରଖିଥିଲା ଇଂଲଣ୍ଡ । ଯାହାକୁ ପିଛା କରି ମାତ୍ର ୩୧ ରନରେ ମ୍ୟାଚ୍ ହାରିଥିଲା ଭାରତ । ତେବେ ଏହି ପରାଜୟରେ ନିରାଶ ହୋଇଥିଲେ ଭାରତୀୟ ପ୍ରଶଂସକ । କିନ୍ତୁ ହିନ୍ଦୁସ୍ତାନ ଫ୍ୟାନଙ୍କଠୁ ବେଶି ନିରାଶ ଥିଲେ ପାକିସ୍ତାନ ଫ୍ୟାନ୍। କାରଣ ମ୍ୟାଚ୍ ହାରି ପାକ୍‌ର ସେମିଫାଇନାଲ୍ ଆଶାକୁ ପାଣିରେ ଭସାଇ ଦେଇଛି ଟିମ୍ ଇଣ୍ଡିଆ ।  ଅନ୍ୟପଟେ କ୍ୟାପଟେନ୍ କୋହଲି କହିଛନ୍ତି ପ୍ରଥମ ଥର ପାଇଁ ଭାରତର ବିଜୟ ପାଇଁ ପାକିସ୍ତାନ ପ୍ରାର୍ଥନା କରୁଥିବାର ଦେଖି ଖୁସି ଲାଗିଲା ।

ତେବେ ଭାରତର ଏହି ପରାଜୟ ପରେ ସୋସିଆଲ୍ ମିଡିଆରେ ରାଗ ଜାହିର୍ କରିଛନ୍ତି ପାକ୍ ପ୍ରଶଂସକ । ଆଉ କହିଛନ୍ତି, ଫିକ୍ସିଂ ହୋଇଥିଲା ମ୍ୟାଚ୍ ଏବଂ ଜାଣିଶୁଣି ହାରିଛି ଟିମ୍ ଇଣ୍ଡିଆ । ଯଦି ସୋସିଆଲ୍ ମିଡିଆର ପୋଷ୍ଟରେ ଗୋଟିଏ ନଜର ପକାଇବା ତେବେ ଜାଣି ପାରିବେ ଭାରତର ପରାଜୟରେ କେମିତି ହତାଶାରେ ଡୁବି ଯାଇଛି ପାକ୍ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.