Below header

ମୁମ୍ବାଇର ପାଲି ହିଲ୍‌ଠାରେ ୩୭.୮୦ କୋଟିର ନୂଆ ବଙ୍ଗଳା କିଣିଲେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ ମୁମ୍ବାଇର ପାଲି ହିଲ୍‌ଠାରେ ଏକ ପ୍ରିମିୟମ୍ ରେସିଡେନ୍‌ସିଆଲ୍‌ ଆପାର୍ଟମେଣ୍ଟ୍‌ କିଣିଛନ୍ତି। ଆଲିଆଙ୍କ ଏହି ନୂତନ ଘର ପାଲି ହିଲରେ ଥିବା ଏରିଆଲ୍ ଭ୍ୟୁ କୋଅପରେଟିଭ୍ ହାଉସିଂ ସୋସାଇଟି ଲିମିଟେଡ୍‌ରେ ଅବସ୍ଥିତ। ଏବେ ସେ ସ୍ବାମୀ ରଣବୀର କପୁର ଓ ଝିଅ ରିହାଙ୍କ ସହ ରଣବୀରଙ୍କ ଫ୍ଲାଟ୍‌ ‘ବାସ୍ତୁ’ରେ ରହୁଛନ୍ତି।

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜର ଆକ୍ଟିଂ ଏବଂ ସୌନ୍ଦର୍ଯ୍ୟ ପାଇଁ ବି-ଟାଉନ୍‌ରେ ବେଶ୍‌ ଲୋକପ୍ରିୟ। ସେ ବଲିଉଡ୍‌ର ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ, ଯିଏ ନିଜ ହୃଦୟର କଥାକୁ ବିନା ଭୟରେ ସମସ୍ତଙ୍କ ସାମ୍ନାରେ ଆଣିବାକୁ ସାହସ ରଖନ୍ତି। ବଲିଉଡର ଷ୍ଟାର କପଲ ଆଲିଆ ଭଟ୍ଟ ଏବଂ ରଣବୀର କପୁର ନିକଟରେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହା ପରେ ଷ୍ଟାର କପଲ ଲଗାତାର ନୂଆ ଅପଡେଟ୍‌ ଦେଉଛନ୍ତି। ତେବେ ଆଲିଆଙ୍କୁ ନେଇ ଆଉ ଏକ ନୂଆ ଅପଡେଟ୍ ଏବେ ସାମ୍ନାକୁ ଆସିଛି।

ସୂଚନା ଥାଉକି, ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ ମୁମ୍ବାଇର ପାଲି ହିଲ୍‌ଠାରେ ଏକ ପ୍ରିମିୟମ୍ ରେସିଡେନ୍‌ସିଆଲ୍‌ ଆପାର୍ଟମେଣ୍ଟ୍‌ କିଣିଛନ୍ତି। ଆଲିଆଙ୍କ ଏହି ନୂତନ ଘର ପାଲି ହିଲରେ ଥିବା ଏରିଆଲ୍ ଭ୍ୟୁ କୋଅପରେଟିଭ୍ ହାଉସିଂ ସୋସାଇଟି ଲିମିଟେଡ୍‌ରେ ଅବସ୍ଥିତ। ଏବେ ସେ ସ୍ବାମୀ ରଣବୀର କପୁର ଓ ଝିଅ ରିହାଙ୍କ ସହ ରଣବୀରଙ୍କ ଫ୍ଲାଟ୍‌ ‘ବାସ୍ତୁ’ରେ ରହୁଛନ୍ତି। ସେଠାରେ ଏବେ ସେମାନଙ୍କର ଆଠ ମହଲା ବିଶିଷ୍ଟ ଘର ନିର୍ମାଣ ହେଉଛି।

 

ଆଗକୁ ଆଲିଆ ଭଟ୍ଟଙ୍କୁ କରଣ ଜୋହରଙ୍କ ନିର୍ଦ୍ଦେଶିକ ‘ରକି ଔର୍‌ ରାନୀ କୀ ପ୍ରେମ କହାନୀ’ରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ତାଙ୍କର ନାୟକ ଭୂମିକାରେ ଅବତୀର୍ଣ୍ଣ ହେଲେ ରଣବୀର ସିଂହ। ଏହା ସହ ସେ ‘ହାର୍ଟ ଅଫ୍‌ ଷ୍ଟୋନ୍‌’ ଜରିଆରେ ହଲିଉଡ୍‌ରେ ବି ଡେବ୍ୟୁ କରିବେ।

ଏପେଟ ଯାହା ଜଣାପଡିଛି, ପଶ୍ଚିମ ବାନ୍ଦ୍ରାସ୍ଥିତ ୨,୪୯୭ ବର୍ଗଫୁଟ୍‌ର ଏହି ଆପାର୍ଟମେଣ୍ଟ୍‌କୁ କିଣିବା ପାଇଁ ଅଭିନେତ୍ରୀ ୩୭.୮୦ କୋଟି ଟଙ୍କା ଦେଇଛନ୍ତି। ଅଭିନେତ୍ରୀ ଆଲିଆ ଏହି ଆପାର୍ଟମେଣ୍ଟ୍‌ ପାଇଁ ୨.୨୬କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ପ୍ରଦାନ କରିଥିବା ବେଳେ ଏପ୍ରିଲ ୧୦ରେ ଏହି ଚୁକ୍ତିନାମାକୁ ସିଲ୍ କରାଯାଇଛି।

ଅନ୍ଯପଟେ ସେହିଦିନ ଆଲିଆ ତାଙ୍କ ଭଉଣୀ ସାହିନ ଭଟ୍ଟଙ୍କୁ ୭.୬୮ କୋଟି ଟଙ୍କା ମୂଲ୍ୟର ଦୁଇଟି ଆପାର୍ଟମେଣ୍ଟ ଉପହାର ଦେଇଛନ୍ତି। ମୁମ୍ବାଇର ଜୁହୁରେ ଥିବା ୨,୦୮୬.୭୫ ବର୍ଗ ଫୁଟ୍‌ ବିଶିଷ୍ଟ ଉପହାର ଦେଇଥିବା ଦୁଇଟି ଫ୍ଲାଟ୍‌ ପାଇଁ ଆଲିଆ ୩୦.୭୫ ଲକ୍ଷ ଟଙ୍କାର ଷ୍ଟାମ୍ପ ଡ୍ୟୁଟି ପ୍ରଦାନ କରିଥିଲେ।

ବଲିଉଡ୍‌ର ଅଧିକ ଲୋକପ୍ରିୟ ଷ୍ଟାର କପଲ୍‌ ଆଲିଆ ଭଟ୍ଟ ଓ ରଣବୀର କପୁର ଗତବର୍ଷ ବାପା ମା ହେବାର ସୌଭାଗ୍ଯ ପାଇଥିଲେ ଏବଂ ଚଳିତ ବର୍ଷ ନୂଆ ବଙ୍ଗଳା କିଣି ତାଙ୍କ ଫ୍ଯାନ୍ସ ମାନଙ୍କୁ ସରପ୍ରାଇଜ୍ ଉପରେ ସରପ୍ରାଇଜ୍ ଦେଇ ଚାଲିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.