ରାସ୍ତା ମଝିରେ ଓ୍ଵାର୍ମଅପ୍ କଲେ ଆନ୍ଦୋଳନରତ କୁସ୍ତି ଯୋଦ୍ଧା, ଦେଖନ୍ତୁ ଭିଡିଓ
ଭିନେଶ ଫଗୋଟ, ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକଙ୍କ ଭଳି ଅନେକ କୁସ୍ତଯୋଦ୍ଧା ରାସ୍ତାରେ କରୁଛନ୍ତି ବ୍ୟାୟାମ । ଯାହାର ଭିଡିଓ ଭାଇରଲ ହେଉଛି । ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷଙ୍କ ବିରୋଧରେ ମାମଲା ରୁଜୁ କରିବା ଦାବିରେ ୪ ଦିନ ହେଲାଣି ଜନ୍ତରମନ୍ତରରେ ଚାଲିଛି ଆନ୍ଦୋଳନ ।

ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ଦାବିରେ ଆନ୍ଦୋଳନ କରୁଛନ୍ତି କୁସ୍ତି ଯୋଦ୍ଧା । ଆଜି ରାସ୍ତାରେ ସେମାନେ ବ୍ୟାୟାମ ଓ ଅଭ୍ୟାସ କରିଛନ୍ତି । ଭିନେଶ ଫଗୋଟ, ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକଙ୍କ ଭଳି ଅନେକ କୁସ୍ତଯୋଦ୍ଧା ରାସ୍ତାରେ କରୁଛନ୍ତି ବ୍ୟାୟାମ । ରାତିରେ ଏଠାରେ ଖାଇବା, ଶୋଇବା କରିବା ପରେ ଏବେ ରାସ୍ତା ମଝିରେ ବ୍ୟାୟାମ ମଧ୍ୟ କରୁଛନ୍ତି ।
ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଭିନେଶ ଫୋଗଟଙ୍କ ସମେତ ୭ଜଣ ମହିଳା ଖେଳାଳି ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ପିଏସ ନରସିହ୍ମନଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଏଫଆଇଆର ରୁଜୁ ପାଇଁ ଖେଳାଳିଙ୍କ ଦାବି ଉପରେ ଦିଲ୍ଲୀ ସରକାର ଓ ଦିଲ୍ଲୀ ପୋଲିସକୁ ଜବାବ ତଲବ କରିଛନ୍ତି।
Bajrang Punia, Vinesh Phogat, Sakshi Malik and other protesting Wrestlers warm up at Jantar Mantar #wrestling #jantarmantar #indiansports #bajrangpunia #sakshimalik #vineshphogat @BajrangPunia @Phogat_Vinesh @SakshiMalik pic.twitter.com/7J8xHpwq2K
— Sports Today (@SportsTodayofc) April 26, 2023
ତେବେ ଧାରଣାରେ ବସିଥିବା ମହିଳା ଯୋଦ୍ଧା କୁସ୍ତି ମହାସଂଘର ମୁଖ୍ୟ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାଏର କରିଛନ୍ତି । ବିନେଶ ଫୋଗଟଙ୍କ ସହିତ ୭ ଜଣ ମହିଳା କୁସ୍ତିଯୋଦ୍ଧା ଫେଡେରେସନ୍ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦିଲ୍ଲୀର କଣ୍ଟେନ୍ ପ୍ଲେସ୍ ପୋଲିସ ଷ୍ଟେସନରେ ଯୌନ ଉତ୍ପୀଡନର ଅଭିଯୋଗ କରିଛନ୍ତି ।
୨୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। କୁସ୍ତି ଯୋଦ୍ଧାଙ୍କ ଧାରଣାକୁ କଂଗ୍ରେସ ଓ ଆପ୍ ସମର୍ଥନ କରିଛି।
ତେବେ କୁସ୍ତିଯୋଦ୍ଧାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନରେ ୭ ଜଣ ମହିଳା କୁସ୍ତି ଯୋଦ୍ଧା ଯୌନ ଉତ୍ପୀଡନ ଅଭିଯୋଗ କରିଛନ୍ତି । ତେଣୁ ମହିଳା କୁସ୍ତି ଯୋଦ୍ଧାଙ୍କ ଜୀବନକୁ ବିପଦ ରହିଛି ବୋଲି ବଜରଙ୍ଗ ପୁନିଆ କହିଛନ୍ତି । ସେ କହିଛନ୍ତି, କୁସ୍ତି ସଂଘର ଲୋକ ଘରକୁ ଆସି ପ୍ରଲୋଭନ ଦେଉଛନ୍ତି । ତେବେ ଯଦି ଅଭିଯୋନ କରିଥିବା ମହିଳା କୁସ୍ତିଯୋଦ୍ଧାଙ୍କୁ କିଛି ବିପଦ ଆସେ, ତେବେ ଦିଲ୍ଲୀ ପୋଲିସ ଏବଂ ସରକାରୀ ଦାୟୀ ହେବେ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ଏହାର ୩ ମାସ ପୂର୍ବରୁ ମଧ୍ୟ ସେମାନେ ସେଠାରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ। କିନ୍ତୁ ଜଣେ ନେତା ତାଙ୍କୁ ଆସନ ଛାଡିବାକୁ ଅନୁରୋଧ କରିଥିଲେ। ଏହି ପ୍ରସଙ୍ଗରେ ଦିଲ୍ଲୀ ପୋଲିସ କ୍ରୀଡ଼ା ମନ୍ତ୍ରଣାଳୟର କମିଟିରୁ ତଦନ୍ତ ରିପୋର୍ଟ ମାଗିଛି। କ୍ରୀଡ଼ା ମନ୍ତ୍ରଣାଳୟ କମିଟି ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗର ଯାଞ୍ଚ କରିସାରିଛି।