ଆକ୍ସନ ମୋଡରେ ବିଜେବି କଲେଜ କର୍ତ୍ତୃପକ୍ଷ: ଅଣଛାତ୍ରଙ୍କ ପ୍ରବେଶ ଉପରେ କଟକଣା, ଲାଗିଲା ପୋଷ୍ଟର

ଭୁବନେଶ୍ୱର ବିଜେବି କଲେଜ ଛାତ୍ରଙ୍କୁ ଅଣଛାତ୍ରଙ୍କ ଆକ୍ରମଣ ଘଟଣା ପରେ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାନୁଷ୍ଠାନ । କଲେଜ କ୍ୟାମ୍ପସରେ ଅଣଛାତ୍ରଙ୍କ ପ୍ରବେଶ ଉପରେ ଲାଗିଲା କଟକଣା । ଏଥିପାଇ କଲେଜର ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର ।

ଭୁବନେଶ୍ୱର (କେନ୍ୟୁଜ): ଆକ୍ସନ ମୋଡରେ ବିଜେବି କଲେଜ କର୍ତ୍ତୃପକ୍ଷ । କଲେଜ କ୍ୟାମ୍ପସରେ ଅଣଛାତ୍ରଙ୍କ ପ୍ରବେଶ ଉପରେ ଲାଗିଲା କଟକଣା । ଏଥିପାଇ କଲେଜର ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର । ଭୁବନେଶ୍ୱର ବିଜେବି କଲେଜ ଛାତ୍ରଙ୍କୁ ଅଣଛାତ୍ରଙ୍କ ଆକ୍ରମଣ ଘଟଣା ପରେ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାନୁଷ୍ଠାନ । ଗତକାଲି ଅଭିଯୁକ୍ତଙ୍କ ଘର ଭାଙ୍ଗିଥିଲା ବଡ଼ଗଡ଼ ପୋଲିସ ।

କ୍ୟାପିଟାଲ ଥାନା ପୋଲିସ ସହାୟତାରେ ଝରଣା ବସ୍ତିରେ ଆଜି ଗିରଫ ଅଭିଯୁକ୍ତ ବାଦଲ ଦାସ ଓ କେ.ଲକ୍ଷ୍ମୀ ନାରାୟଣଙ୍କର ଘର ଭାଙ୍ଗିଲା ବଡଗଡ଼ ଥାନା ପୋଲିସ । ଅଭିଯୁକ୍ତଙ୍କ ଘରୁ ଖଣ୍ଡା ଓ ଭୁଜାଲି ଜବତ କରିଥିଲା ପୋଲିସ । ବିଜେବି କଲେଜରେ ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ୮ ଅଣଛାତ୍ର ଗିରଫ ହୋଇଛନ୍ତି । ଗତ ୨୨ ତାରିଖରେ କ୍ରିକେଟ ଖେଳକୁ ନେଇ ବିଜେବି କଲେଜ ପରିସରରେ ହୋଇଥିଲା ମହାଭାରତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.