ହସ୍ପିଟାଲରୁ ଫେରିଲେ ବିଗ୍ ବି, ରୁଟିନ୍‌ ଚେକ୍‌ଅପ୍‌ ପାଇଁ ହୋଇଥିଲେ ଆଡମିଟ୍‌

ହସ୍ପିଟାଲରୁ ଫେରିଲେ ବିଗ୍ ବି। ଗତକାଲି ରାତିରେ ସେ ମୁମ୍ୱାଇର ନାନାବତୀ ହସ୍ପିଟାଲ୍ରୁ ଘରକୁ ଫେରିଛନ୍ତି। ହସ୍ପିଟାଲରୁ ଫେରିବା ସମୟରେ ପୁଅ ଅଭିଷେକ ବଚ୍ଚନ ଏବଂ ପତ୍ନୀ ଜୟା ବଚ୍ଚନ ତାଙ୍କ ସହିତ ଥିଲେ। ବିଗ୍ ବି ଗତ ତିନି ଦିନ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

ରିପୋର୍ଟ ଅନୁଯାୟୀ ଗତ ମଙ୍ଗଳବାର ରାତି ପ୍ରାୟ ୨ଟାରେ ତାଙ୍କ ପେଟରେ ଅଧିକ ଯନ୍ତ୍ରଣା ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲର ଏକ ସ୍ପେଶାଲ୍ ରୁମ୍‌ରେ ତାଙ୍କୁ ରଖି ଚିକିତ୍ସା କରାଯାଉଥିବା ବେଳେ କେବଳ ପରିବାର ଲୋକେ ତାଙ୍କୁ ଦେଖା କରିବା ପାଇଁ ଯାଉଥିଲେ।

discharged

ଏହାସହ ପଢନ୍ତୁ: ପରିସ୍ଥିତିରେ ପଡି ନିଜ ଦେହରେ ନିଆଁ ଲଗାଇଥିଲେ ଏହି ପ୍ରତିଯୋଗୀ, ଯାହା ଶୁଣିବା ପରେ ଭାବ ବିହ୍ଵଳ ହୋଇପଡିଲେ ଜଜ୍‌

ସୂଚନା ଅନୁଯାୟୀ ରୁଟିନ୍ ଚେକ୍‌ଅପ୍ ପାଇଁ ହସ୍ପିଟାଲ ଯାଇଥାନ୍ତି। କିନ୍ତୁ ୨୦୧୨ ମସିହାରେ ସର୍ଜରୀ ହେବା କାରଣରୁ ୧୨ ଦିନ ପାଇଁ ତାଙ୍କୁ ହସ୍ପିଟାଲରେ ରଖାଯାଇଥିଲା। ପୂର୍ବରୁ ଅମିତାଭଙ୍କ ଲିଭର୍ ର ସମସ୍ୟା ରହିଛି। ୧୯୮୨ ମସିହାରେ ଫିଲ୍ମ ‘କୁଲି’ର ଶୁଟିଂ କରୁଥିବା ସମୟରେ ଅମିତାଭଙ୍କୁ ଆଘାତ ଲାଗିଥିଲା। ଏହି ସମୟରେ ତାଙ୍କର ଖୁବ୍ ରକ୍ତ ବୋହିଯାଇଥିଲା। ଅନେକ ରକ୍ତ ବୋହିଯିବା କାରଣରୁ ଆକ୍ସିଡେଣ୍ଟ ପରେ ତାଙ୍କୁ ୨୦୦ ଡୋନର୍ସ ଜରିଆରେ ୬୦ ବୋତଲ ରକ୍ତ ଦିଆଯାଇଥିଲା। ଏହାପରେ ସେ ବିପଦରୁ ବାହାରିଥିଲେ। କିନ୍ତୁ ସେହି ସମୟରେ ଭୁଲରେ ହେପାଟାଇଟିସ୍ ଭାଇରସ୍ ଥିବା ଜଣେ ବ୍ୟକ୍ତି ତାଙ୍କୁ ରକ୍ତ ଦେଇଥିଲେ। ସେବେଠାରୁ ବିଗ୍ ବି ସିରୋସିସ୍ ରୋଗରେ ପୀଡ଼ିତ ଅଛନ୍ତି। ଏହି ରୋଗ ଯୋଗୁ ତାଙ୍କର ଲିଭର୍ ୭୫ ପ୍ରତିଶତ ଅଂଶ କାମ କରିବା ବନ୍ଦ କରି ଦେଇଛି। ତାଙ୍କ ଲିଭର୍ ମାତ୍ର ୨୫ ପ୍ରତିଶତ କାମ କରୁଛି ବୋଲି ବିଗ୍ ବି ଅନେକ ଥର କହିଛନ୍ତି।