Vivoର ଏହି ଫୋନରେ ରହିଛି ୪୮ ମେଗାପିକ୍ସେଲ ସହିତ ଟ୍ରିପଲ ରିୟର କ୍ୟାମେରା, କିଣିଲେ ମିଳିବ ବମ୍ପର ଡିସକାଉଣ୍ଟ

ଚାଇନା ସ୍ମାର୍ଟଫୋନ କମ୍ପାନୀ ଭିଭୋ Z–ସିରିଜରେ ୮ ଜିବି ରାମ ବିଶିଷ୍ଟ ନୂଆ ଫୋନ ‘Z 1 X’ ଭେରିୟଣ୍ଟକୁ ଲଞ୍ଜ କରିଛି। କମ୍ପାନୀ ଏହାର ଦାମ ୨୧,୯୯୦ ଟଙ୍କା ରଖିଛି। ଏହି ସ୍ମାର୍ଟଫୋନ ‘ଫ୍ୟୁଜନ ବ୍ଲୁ’ ଭେରିୟଣ୍ଟରେ ଲଞ୍ଚ କରାଯିବ, ଯାହା ନିକଟରେ ଲଞ୍ଚ ହୋଇଥିବା Z1 Xର ଅପଗ୍ରେଡ ଭେରିୟଣ୍ଟ। ଏହି ଫୋନକୁ ୮ଜିବି ରାମ ଏବଂ ୧୨୮ ଜିବି ଷ୍ଟୋରେଜ ସହିତ ଲଞ୍ଚ କରାଯିବ।

ନୂଆ ଫୋନର ଫିଚର୍ସ ବିଷୟରେ କହିବାକୁ ଗଲେ ଏଥିରେ ‘Z1 X’ କ୍ୱାଲକମ ସ୍ନାପଡ୍ରାଗନ ୭୧୨ ଏଆଇଇଇ ଚିପସେଟରେ କାମ କରିଥାଏ। ଫୋନର ଡିସପ୍ଲେ ପ୍ରୋଟେକସନ ପାଇଁ ଖାସ୍ SCHOTT Xensation ଗ୍ଲାସ ଦିଆଯାଇଛି, ଯାହା ସ୍କ୍ରାଚ୍ ଏବଂ ଭାଙ୍ଗିଲେ ରକ୍ଷା କରିବ। ଫୋନରେ ୬.୩୮ ଇଞ୍ଚ ଫୁଲ ଏଚଡି+ଡିସପ୍ଲେ ଦିଆଯାଇଛି ଏବଂ ଏହାର ଆସପେକ୍ଟ ରେସିଓ ୧୯.୫:୯ ରହିଛି।

କ୍ୟାମେରା

ଏହି ଫୋନରେ ୪୮ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା, ୮ ମେଗାପିକ୍ସେଲର ସୁପର ଓ୍ଵାଇଡ୍ ଆଙ୍ଗଲ କ୍ୟାମେରା ଏବଂ ୨ ମେଗାପିକ୍ସେଲର ଡିସପ୍ଲେ କ୍ୟାମେରା ସହିତ AI–ଇନେବଲ ଟ୍ରିପଲ ରିୟର କ୍ୟାମେରା ସେଟଅପ୍ ଦିଆଯାଇଛି। ସେଲଫି ପାଇଁ ଏହି ଫୋନରେ ୩୨ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଅଯାଇଛି।

ଏହାସହ ପଢନ୍ତୁ : Apple ଆସନ୍ତା ବର୍ଷ କରିବ ନିଜର ସବୁଠୁ ଶସ୍ତା ଫୋନକୁ ଲଞ୍ଚ, ଆଇଫୋନ ୮ ଭଳି ରହିବ ଡିଜାଇନ୍‌

ବ୍ୟାଟେରୀ

ପାଓ୍ଵାର ପାଇଁ ଏହି ଫୋନରେ ୪,୫୦୦ ମାହ ବ୍ୟାଟେରୀ ଦିଆଯାଇଛି। ଏହି ଫୋନ ୨୨.୫ ଓ୍ଵାଟ ଭିଭୋ ଚାର୍ଜ ଟେକ୍ନୋଲୋଜି ଲେସ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.