Below header

ବିଗ ବି’ଙ୍କ ଟ୍ଵିଟର ଆକାଉଣ୍ଟ ହ୍ୟାକ୍‌, ପ୍ରୋଫାଇଲରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନଙ୍କ ଫଟୋ

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ଟ୍ଵିଟର ଆକାଉଣ୍ଟ ହ୍ୟାକ୍‌ । ବିଗ ବିଙ୍କ ପ୍ରୋଫାଇଲରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍‌ରାନ୍‌ ଖାନ୍‌ଙ୍କ ଫଟୋ ଦେଖିବାକୁ ମିଳିଛି । ସେହିପରି ହ୍ୟାକର ମାନେ ଅମିତାଭଙ୍କ ବାୟୋଡାଟାରେ ଲଭ ପାକିସ୍ତାନ ବୋଲି ଲେଖିଛନ୍ତି । ପରେ ବିଗ ବିଙ୍କ ଆକାଉଣ୍ଟ ରିକଭର ପରେ ସ୍ୱଭାବିକ ହୋଇଛି । ହ୍ୟାକର କରିଥିବା ସବୁ ଟ୍ଵିଟକୁ ହଟାଯାଇଛି । ଏପଟେ ଘଟଣାକୁ ଗମ୍ଭୀରତାର ସହ ନେଇଛି ମୁମ୍ବାଇ ପୋଲିସ । ମହାରାଷ୍ଟ୍ର ସାଇବର ୟୁନିଟ୍‌ ଘଟଣାର ତଦନ୍ତ କରୁଛି । କିଏ ଓ କେଉଁଟି ଆକାଉଣ୍ଟକୁ ହ୍ୟାକ୍‌ କରିଛି ସେ ନେଇ ତଦନ୍ତ ଆରମ୍ଭ ହୋଇଛି । ପୂର୍ବରୁ ଅଭିଶେଖ ବଚ୍ଚନଙ୍କ ଟ୍ଵିଟର ଆକାଉଣ୍ଟ ହ୍ୟାକ୍‌ ହୋଇଥିଲା । ପାକିସ୍ତାନ ସମର୍ଥକ ତୁର୍କୀ ସାଇବର ଆର୍ମୀ ଘଟଣାରେ ସଂପୃକ୍ତ ଥିଲା । ସେହିପରି ବରିଷ୍ଠ ଅଭିନେତା ଅନୁପମ ଖେରଙ୍କ ଆକାଉଣ୍ଟ ବି ହ୍ୟାକ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.