Below header

ବିଗ୍‌ ବି’ଙ୍କ ଘରେ ବାଦୁଡି, ଟ୍ଵିଟ୍‌ କରି ସୂଚନା ଦେଲେ ଅମିତାଭ

ବିଗ୍‌ ବି’ଙ୍କ ଘରେ ବାଦୁଡି । ଜଲ୍‌ସାର ତୃତୀୟ ମହଲାରେ ଏକ ବାଦୁଡି ପଶି ଆସିଥିବା ନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ଅମିତାଭ ବଚ୍ଚନ । ବିଗ ବି ଟ୍ଵିଟ୍‌ କରି ଲେଖିଛନ୍ତି, ବ୍ରେକିଂ ନ୍ୟୁଜ୍‌ ଓ ଏହି ସମୟର ବଡ ଖବର ଜଲସାର ତୃତୀୟ ମହଲାକୁ ଏକ ବାଦୁଡି ପଶି ଆସିଛି । ଯେଉଁଠି ସେ ପରିବାର ସହ ମଜା ମସ୍ତି କରିଥାନ୍ତି । ବଡକଷ୍ଟରେ ସେ ବାଦୁଡିକୁ ଘରୁ ବାହାର କରିଥିବା କହିଛନ୍ତି । ପୂର୍ବରୁ କେବେ ତାଙ୍କ ଘରେ କିମ୍ବା ତାଙ୍କ ଅଞ୍ଚଳରେ ବାଦୁଡିକୁ ଦେଖିନଥିଲେ । ହେଲେ ଏପରି ପରିସ୍ଥିତିରେ ଘର ଭିତରେ ବାଦୁଡିକୁ ଦେଖିବାକୁ ମିଳିଥିଲା । ଏହାସହ ବିଗ୍‌ ବି କହିଛନ୍ତି କରୋନା ତାଙ୍କ ପିଛା ଛାଡୁନି ।

photo

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.