Below header

ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଉପରେ ହାତ ଉଠାଉଥିବାର ନଜରକୁ ଆସିଲେ ଏହି ଆକ୍ଟର, ଦେଖନ୍ତୁ କିପରି ନିଜକୁ ବଞ୍ଚାଉଛନ୍ତି ଅଭିନେତ୍ରୀ

ଫିଲ୍ମ ସ୍ଟୁଡେଣ୍ଟ ଅଫ ଦ ଇୟରରୁ ବଲିଉଡରେ ଡେବ୍ୟୁ କରିଥିବା ଆକ୍ଟ୍ରେସ ଅନନ୍ୟା ପାଣ୍ଡେଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବ ପାଇଁ ସମୟ ଲାଗିନଥାଏ । ନିକଟରେ ଅନନ୍ୟାଙ୍କର ଏକ ବୁମେରାଙ୍ଗ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି । ଯେଉଁଥିରେ ଜଣେ ଆକ୍ଟର ତାଙ୍କ ଉପରକୁ ହାତ ଉଠାଇଥିବା ନଜରକୁ ଆସିଛି ।

ଏହି ବଲିଉଡ ଆକ୍ଟର ଜଣକ ଅନ୍ୟ କେହି ନୁହେଁ ବରଂ ବଲିଉଡର ଚକଲେଟ ବୟ କାର୍ତ୍ତିକ ଆର୍ୟନ ଅଟନ୍ତି । ସେହି ବୁମେରାଙ୍ଗ ଭିଡିଓରେ କାର୍ତିକ ଅନନ୍ୟାଙ୍କ ସହିତ ମସ୍ତି କରୁଥିବା ନଜରକୁ ଆସିଛି । ଭିଡିଓରେ କାର୍ତିକ ମସ୍ତିରେ ଅନନ୍ୟାଙ୍କ ଉପରକୁ ହାତ ଉଠାଉଥିବାର ଦେଖାଯାଇଛି ଏବଂ ଅଭିନେତ୍ରୀ ତାଙ୍କଠାରୁ ବଂଚିବାକୁ ଚେଷ୍ଟା କରୁଛନ୍ତି ।

Kartik Aryan, Ananya Pandey and Bhumi Pednekar

ସୂଚନା ଅନୁଯାୟୀ କାର୍ତ୍ତିକ ଆର୍ୟନ ଏବଂ ଅନନ୍ୟା ପାଣ୍ଡେ ଫିଲ୍ମ “ପତି ପତ୍ନୀ ଔର ୱ” ରେ ଏକା ସହିତ ନଜରକୁ ଆସିବେ । ଏହି ଫିଲ୍ମର ସୁଟିଂ ସେଟର ଫଟୋ ଏବଂ ଭିଡିଓ ପ୍ରଥମରୁ ସୋସିଆଲ ମିଡିଆରେ ଭାଇରଲ ହୋଇସାରିଛି । ଏହା ସହିତ ଏହି ଲାଟେଷ୍ଟ ଭିଡିଓକୁ ମଧ୍ୟ ଦର୍ଶକ ମାନେ ବହୁତ ସେୟାର କରୁଛନ୍ତି । ଫିଲ୍ମରେ ଅନନ୍ୟ ଏବଂ କାର୍ତ୍ତିକଙ୍କ ସହିତ ଭୂମି ମଧ୍ୟ ନଜର ଆସିବେ ।

पति पत्नी और वो के फोटोज

ଫିଲ୍ମ “ପତି ପତ୍ନୀ ଔର ୱ” ଏକ ରୋମାଣ୍ଟିକ କମେଡି ଡ୍ରାମା ଫିଲ୍ମ ଅଟେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମୁଦସ୍ସର ଅଜିଜ ଓ ଏହି ଫିଲ୍ମ ୧୯୭୮ ମସିହାର ଫିଲ୍ମ ‘ପତି ପତ୍ନୀ ଔର ୱ’ ର ରିମେକ ଅଟେ । ସୂଚନା ଅନୁଯାୟୀ ଏହି ଫିଲ୍ମ ଜାନୁଆରୀ ୧୦ ତାରିଖ ୨୦୨୦ରେ ରିଲିଜ ହେବାକୁ ଯାଉଛି ।

सारा अली खान और कार्तिक आर्यन

ଆକ୍ଟର କାର୍ତ୍ତିକ ଆର୍ୟନ ବର୍ତ୍ତମାନ ସାରା ଅଲି ଖାନଙ୍କ ସହିତ ଆଫେୟାରକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଅନେକ ସମୟରେ ଦୁଇଜଣ ଏକସଙ୍ଗେ ନଜର ଆସୁଛନ୍ତି ଏବଂ ସୋସିଆଲ ମିଡିଆରେ ମଧ୍ୟ ଦୁହିଁଙ୍କର ଫଟୋ ଓ ଭିଡିଓକୁ ୟୁଜର୍ସ ମାନେ ବହୁତ ପସନ୍ଦ କରୁଛନ୍ତି ।

Kartik Aaryan

ଏହାସହ ପଢନ୍ତୁ ମୁଁ ଫୁଟପାଥରୁ ନୁହେଁ ବହୁତ ଭଲ ପରିବାରରୁ ଆସିଛି, ଆଉ ମୋ ସ୍ୱାମୀ… ରାନୁ ମଣ୍ଡଳ

କାର୍ତ୍ତିକ ଆର୍ୟନଙ୍କ ପାଖରେ ‘ପତି ପତ୍ନୀ ଔର ୱ’ ବ୍ୟତୀତ ସାରା ଅଲି ଖାନଙ୍କ ସହିତ ଇମତିଆଜ ଅଲ୍ଲୀଙ୍କର ଏକ ଫିଲ୍ମ । ଭୁଲ ଭୁଲେୟା ଓ ଦୋସ୍ତାନା2 ଭଳି ଫିଲ୍ମ ଅପକମିଙ୍ଗ ଲିଷ୍ଟରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.