Below header

ମୋଦି ସରକାର ୨.୦କୁ ପୂରିଲା ୧୦୦ ଦିନ, ଜାଣନ୍ତୁ ସରକାରଙ୍କ ବଡ଼ ଉପଲବ୍ଧି ସମ୍ପର୍କରେ

ନୂଆଦିଲ୍ଲୀ: ମୋଦି ସରକାର ୨.୦କୁ ଆଜି ୧୦୦ ଦିନ ପୂରଣ ହୋଇଛି। ଗତ ୧୦୦ ଦିନ ମଧ୍ୟରେ ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ରହିଛି। ସରକାରଙ୍କ ୧୦୦ ଦିନର ଉପଲବ୍ଧିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଓ ବିିଜେପି ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯୋଜନା ହେଉଛି।

ରିପୋର୍ଟ ମୁତାବକ, ଏ ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ରାଜ୍ୟରେ ଜିଲ୍ଲାସ୍ତରୀୟ କୁଇଜ୍‌ ପ୍ରତିଯୋଗିତାର ଆୟୋଜନ କରାଯିବ। ଏଥିସହ ଛୋଟ ଛୋଟ କାର୍ଯ୍ୟକ୍ରମ, ପ୍ରେସ୍‌ ବ୍ରିଫିଙ୍ଗ୍‌, ପ୍ୟାମ୍‌ପ୍ଲେଟ୍‌ ଡିଷ୍ଟ୍ରିବ୍ୟୁସନ୍‌, ଇ-ବୁକ୍‌ଲେଟ୍‌ ଏବଂ ସୋସିଆଲ ମିଡିଆରେ ସରକାରଙ୍କ କାର୍ଯ୍ୟକ୍ରମର ପ୍ରଚାରପ୍ରସାର କରାଯିବ। ସେପ୍ଟେମ୍ବର ୧୨ ତାରିଖରେ ପ୍ରଧାନମନ୍ତ୍ରୀ ମଥୁରାର ସାହିବଗଞ୍ଜ ମଲ୍ଟି ମଡେଲ ହବ୍‌ର ଉଦ୍‌ଘାଟନ୍‌ କରିବେ। ଏହି କାର୍ଯ୍ୟକ୍ରମ ଅବସରରେ ମୋଦି ସରକାରଙ୍କ ପ୍ରମୁଖ ମନ୍ତ୍ରୀମାନଙ୍କୁ ସମ୍ପାଦକୀୟ ଲେଖିବାକୁ କୁହାଯାଇଛି।

ଏହାସହ ପଢ଼ନ୍ତୁ: ଆଜି ଚନ୍ଦ୍ରକୁ ଛୁଇଁବାର ଇଚ୍ଛାଶକ୍ତି ଆହୁରି ଦୃଢ ହୋଇଛି, ଆମେ ନିଶ୍ଚିତ ସଫଳ ହେବୁ: ପ୍ରଧାନମନ୍ତ୍ରୀ

ସୂଚନାନୁଯାୟୀ, ସେପ୍ଟେମ୍ବର ୮ ତାରିଖରେ ପ୍ରେସ୍‌ କନ୍‌ଫରେନ୍ସ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଉପଲବ୍ଧି ସମ୍ପର୍କରେ ଜନତାଙ୍କୁ ଅବଗତ କରାଯିବ। ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଦେଶର ପ୍ରମୁଖ ସହରରେ ଦଳୀୟ ନେତାମାନେ ମୋଦି ସରକାରଙ୍କ ୨.୦ର ଉପଲବ୍ଧି ବିଷୟରେ ସୂଚନା ଦେବେ।

ଚଳିତବର୍ଷ ମୋଦି ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାସ୍‌ କରିବାରେ ସଫଳ ହୋଇଛନ୍ତି। ଧାରା ୩୭୦, ଟ୍ରିପଲ ତଲାକ୍‌ ବିଲ୍‌, ମୋଟରଯାନ୍‌ ଆଇନ୍‌ ୨୦୧୯, ଆଇବିସି କୋଡ ୨୦୧୯ ଭଳି ବିଭିନ୍ନ ଆଇନ୍‌ ଲାଗୁ କରାଯାଇଛି। ଏଥିସହ ଆର୍ଥିକ ଅଭିବୃଦ୍ଧି ଲାଗି ସରକାର ବ୍ୟାଙ୍କଗୁଡ଼ିକ ପାଇଁ ୭୦ ହଜାର କୋଟିର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ତେବେ ସରକାର ସମସ୍ତ କ୍ଷେତ୍ରରେ ଉନ୍ନତି ଲାଗି ଯୋଜନା ପ୍ରସ୍ତୁତ କରିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.