ଗୋବରୀ ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ଗୋବରୀ ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର। କଟକ ଜିଲ୍ଲା ମାହାଙ୍ଗା ଥାନା ପାଇକରାପୁର ପଞ୍ଚାୟତର ବ୍ରାହ୍ମଣ ମଣିଜୋରୀ ଗାଁ ନିକଟ ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର କଲା କୁଆଁପାଳ ଜମକଳ ବାହିନୀ। ପରେ ମାହାଙ୍ଗା ପୋଲିସ ତଦନ୍ତ ଆରମ୍ଭ କରିଛି। ମୃତ ମହିଳାଜଣକ ହରପ୍ରିୟା ସାହୁ ବୋଲି ଚିହ୍ନଟ ହୋଇଛି। ତାଙ୍କୁ ହତ୍ୟା କରାଯାଇଥିବା ମହିଳାଙ୍କ ବାପା ଘର ଲୋକେ ଅଭିଯୋଗ କରିଛନ୍ତି। ଜୁନ ୧୫ ତାରିଖରେ ସେହିଗ୍ରାମର ସୁଶାନ୍ତ ସାହୁ ତାଙ୍କୁ ଦୁଷ୍କର୍ମ କରିଥିଲା। ପରେ ଏହି ଅଶ୍ଳୀଳ ଭିଡିଓକୁ ଭାଇରାଲ ସହ ହରପ୍ରିୟାଙ୍କ ସ୍ୱାମୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା। ତେବେ ପୀ଼ଡିତା ଓ ତାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିବା ପରେ ସୁଶାନ୍ତଙ୍କୁ ଗିରଫ କରିଥିଲା ପୋଲିସ। ତେବେ କିଛି ସ୍ଥାନୀୟ ଭଦ୍ରବ୍ୟକ୍ତିଙ୍କ ଦ୍ୱାରା ମାମଲାର ସମାଧାନ କରାଯାଇ ଜରିମାନା ବାବଦରେ ଏକଲକ୍ଷ ଟଙ୍କା ହରପ୍ରିୟାଙ୍କୁ ଦେବାକୁ ସ୍ଥିର ହୋଇଥିଲା। ଅଭିଯୁକ୍ତ ୫୦ହଜାର ଟଙ୍କା ଦେଇଥିବା ବେଳେ ଗତକାଲି ହରପ୍ରିୟାଙ୍କର ମୃତ୍ୟୁ ଘଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.