Below header

ଦୁର୍ଘଟଣାରେ ନିଜକୁ ଭୁଲି ଯାଇଥିଲେ ଅଭିନେତ୍ରୀ, ଫିଲ୍ମ ଦେଖି ପାଇଲେ ନିଜ ପରିଚୟ

୧୯୯୦ରେ ରିଲିଜ୍‌ ହୋଇଥିବା ତାଙ୍କର ଡେବ୍ୟୁ ଫିଲ୍ମ ‘ଆଶିକୀ’ ଏକ ବ୍ଲକବଷ୍ଟର ଫିଲ୍ମ ହୋଇଥିଲା ଏବଂ ରାତାରାତି ସେ ରବିନା ଟଣ୍ଡନ୍, କରିସ୍ମା କପୁରଙ୍କ ସମେତ ଅନେକ ଶ୍ରେଷ୍ଠ ଅଭିନେତ୍ରୀଙ୍କୁ ପଛରେ ପକାଇଥିଲେ । ଆଜି ବି ପୂରା ଭାରତ ଏହି ଫିଲ୍ମକୁ ମନେ ରଖିଛି ଏବଂ ଏହାର ଗୀତଗୁଡ଼ିକୁ ଶୁଣିବାକୁ ମିଳୁଛି । କିନ୍ତୁ ଆପଣମାନେ ଜାଣି ଆଶ୍ଚଯ୍ୟ ହେବେ ଯେ ଅନୁ ନିଜେ ତାଙ୍କ ଫିଲ୍ମ ବିଷୟରେ ଭୁଲି ଯାଇଥିଲେ। ।

ବଲିଉଡରେ ଗୋଟିଏ ସମୟ ଏପରି ଥିଲା ଯେତେବେଳେ ଅନୁ ଅଗ୍ରୱାଲ ସମସ୍ତଙ୍କର ନେସ୍‌ନାଲ କ୍ରସ୍ ଥିଲେ । ୧୯୯୦ରେ ରିଲିଜ୍‌ ହୋଇଥିବା ତାଙ୍କର ଡେବ୍ୟୁ ଫିଲ୍ମ ‘ଆଶିକୀ’ ଏକ ବ୍ଲକବଷ୍ଟର ଫିଲ୍ମ ହୋଇଥିଲା ଏବଂ ରାତାରାତି ସେ ରବିନା ଟଣ୍ଡନ୍, କରିସ୍ମା କପୁରଙ୍କ ସମେତ ଅନେକ ଶ୍ରେଷ୍ଠ ଅଭିନେତ୍ରୀଙ୍କୁ ପଛରେ ପକାଇଥିଲେ । ଆଜି ବି ପୂରା ଭାରତ ଏହି ଫିଲ୍ମକୁ ମନେ ରଖିଛି ଏବଂ ଏହାର ଗୀତଗୁଡ଼ିକୁ ଶୁଣିବାକୁ ମିଳୁଛି । କିନ୍ତୁ ଆପଣମାନେ ଜାଣି ଆଶ୍ଚଯ୍ୟ ହେବେ ଯେ ଅନୁ ନିଜେ ତାଙ୍କ ଫିଲ୍ମ ବିଷୟରେ ଭୁଲି ଯାଇଥିଲେ। । ତେବେ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଥିଲେ ମହେଶନ ଭଟ୍ଟ । ରାହୁଲ ରୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଅନୁ ଏହି ବ୍ଲକବଷ୍ଟର ଫିଲ୍ମ ଦେବାର ୫ବର୍ଷ ପରେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ନିଜକୁ ଦୂରେଇ ରଖିଥିଲା । ୧୯୯୯ ମସିହାରେ ସେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ଏବଂ ୨୯ ଦିନ କୋମାରେ ରହିଥିଲେ ।

ଦୁର୍ଘଟଣା ପରେ ଅନୁ ଅଗ୍ରୱାଲ ନିଜ ସ୍ମୃତି ଶକ୍ତି ହରାଇଥିଲେ । ଅନୁ କିଛି ଦିନ ପୂର୍ବରୁ ଏକ ଇଣ୍ଟରମ୍ୟୁରେ କହିଛନ୍ତି ଯେ ସେ ଆଉ ଅଧିକ ଫିଲ୍ମ ଦେଖୁ ନାହାନ୍ତି । ଯଦିଓ ସେ ଆଉ ଏକ ଫିଲ୍ମ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହା ସହ ସେ ଏପରି ମଧ୍ୟ କହିଛନ୍ତି ଯେ ଶେଷ ଥର ପାଇଁ ସେ ‘ଆଶିକୀ’ କେବେ ଦେଖିଥିଲେ । ସେ କହିଛନ୍ତି, ‘‘ଦୁର୍ଘଟଣା ପରେ ଯେତେବେଳେ ମୁଁ ସ୍ମୃତି ଶକ୍ତି ହରାଇଥିଲି, ସେତେବେଳେ ମୁଁ ସେହି ଫିଲ୍ମ ଦେଖିଥିଲି ।

ଏହା ସହ ଅନୁ ଅଗ୍ରୱାଲ ଏପରି ମଧ୍ୟ କହିଛନ୍ତି, ‘‘ମୋ ମା ମୋ ପାଇଁ ଫିଲ୍ମ ‘ଆଶିକୀ’ ଲଗାଇଥିଲେ । କିନ୍ତୁ ମୁଁ ଏହା ସହିତ ନିଜକୁ ବିଲ୍‌କୁଲ ବି କନେକ୍ଟ କରିପାରିଲି ନାହିଁ । ସେହି ପରଦାରେ ଦେଖାଯାଇଥିବା ଝିଅଟି ମୁଁ ବୋଲି ମୁଁ ଅନୁଭବ କରି ପାରିଲି ନାହିଁ । ତେବେ ମୋ ମା କହିଥଲେ, ‘ସେହି ଝିଅ ତୁମେ’ ! ଏହା ସହ ମୁଁ ଏହାକୁ ପିଲା ପରି ଦେଖୁଥିଲି, କିନ୍ତୁ ମୁଁ ସେହି ଫିଲ୍ମରେ ନିଜକୁ ଚିହ୍ନି ପାରିଲି ନାହିଁ । ସେତେବେଳେ ‘ଆଶିକୀ ୨’ ରିଲିଜ ହୋଇଥିଲା, ତେଣୁ ସେ ମୋ ପାଇଁ ଏହି ଫିଲ୍ମଟି ପୁଣିଥରେ ଲଗାଇଥିଲେ । କିନ୍ତୁ ଏହା ମଧ୍ୟ ମୁଁ ବୁଝିପାରିନଥିଲି ।

ଏହି ସବୁ କଥା ବ୍ୟତୀତ ଅନୁ ଅଗ୍ରୱାଲ ଏପରି ମଧ୍ୟ କହିଛନ୍ତି, ‘‘ ମା କହିଥିଲେ – ଦେଖ, ଏହା ତୁମର ଫିଲ୍ମ ‘ଆଶିକୀ’ ଏବଂ ବର୍ତ୍ତମାନ ମୁଁ ‘ଆଶିକୀ ୨’ ଲଗାଇଛି । ଏହା ପରେ ଅନୁ ତାଙ୍କ ମା’ଙ୍କୁ ପଚାରିଥିଲେ ଯେ କ’ଣ ୨ ? କାରଣ ସେ ଏକ ନମ୍ବର ମଧ୍ୟ ଜାଣି ପାରିନଥିଲେ । ହେଲେ ସେହ ଏହି ପିଲ୍ମକୁ ପରଦାରେ ଦେଖିବା ପରେ, ତାଙ୍କୁ ଏହି ଫିଲ୍ମ କିଛି ମାତ୍ରାରେ ପ୍ରଭାବିତ କରିଥିଲା ।

ଏହା ପରେ ଅନୁ ଅଗ୍ରୱାଲ ଏହା ମଧ୍ୟ କହିଛନ୍ତି, ଯେ ‘‘ମୁଁ କଳ୍ପନା କରିପାରୁ ନଥିଲି ଯେ ପରଦାରେ ଦେଖାଯାଇଥିବା ଝିଅଟି ମୁଁ, କିନ୍ତୁ କିଛି ସମୟ ପରେ ମୁଁ ଅନୁଭବ କଲି ଯେ ସେହି ଝିଅଟି ମୁଁ ବୋଲି । ତେବେ ସେହି ଫିଲ୍ମରେ ବହୁତ ଷ୍ଟ୍ରଙ୍ଗ ଫିଲିଙ୍ଗ୍‌ ଥିଲା । ସେଥିପାଇଁ ଲୋକମାନେ ଏବେ ମଧ୍ୟ ଏହା ବିଷୟରେ କଥାବାର୍ତ୍ତା କରନ୍ତି । ଏହିପରି ଭାବେ ତାଙ୍କ ସ୍ମୃତି ଶକ୍ତି ଯିବାପରେ ମଧ୍ୟ ସେ ଏହି ଫିଲ୍ମ ଦ୍ୱାରା ବହୁତ ପ୍ରଭାବିତ ହୋଇଥିଲେ । ତେବେ ଅନୁ ଏପରି ଭାବେ ନିଜର ଏହି ଷ୍ଟୋରି ବିଷୟରେ ଇଣ୍ଟର ଭ୍ୟୁରେ କଥାବାର୍ତ୍ତା ହୋଇଥିଲେ । ଏବେ ସେ ପୁଣି ଫିଲ୍ମ ଇଣ୍ଡଷ୍ଟ୍ରୀକୁ କମ୍‌ବ୍ୟକ୍‌ କରିବାକୁ ଚାହୁଁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.