ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଲା କ୍ୟାମେରା ସାମ୍ନାରେ କାଢ଼ିଦେଲେ ନିଜ ବ୍ରା! ଭିଡିଓ ଦେଖି ପ୍ରିୟଙ୍କା ଚୋପ୍ରା କଲେ ଏମିତି କମେଣ୍ଟ

ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଲା କପୁରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଅଂଶୁଲା କ୍ୟାମେରା ଅନ୍‌ କରି ନିଜ ବ୍ରା କାଢ଼ୁଥିବାର ନଜର ଆସୁଛନ୍ତି। ଅଂଶୁଲା ଯେମିତି ହିଁ ଏହି ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ସଙ୍ଗେ ସଙ୍ଗେ ଏହା ଭାଇରାଲ ହୋଇଛି। ଖାସ୍‌ କଥା ହେଉଛି, ଏହି ଭିଡିଓ ସେୟାର କରି ଅଂଶୁଲା ହ୍ୟାସଟ୍ୟାଗ ସହିତ ‘No Bra Club’ ଲେଖିଛନ୍ତି। ସେହିପରି ଅଂଶୁଲାଙ୍କ ଏହି ଭିଡିଓରେ ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଏମିତି କମେଣ୍ଟ୍‌ କରିଛନ୍ତି ଯେ ଯାହାକି ଭାଇରାଲ ହୋଇଯାଇଛି।

ଅଂଶୁଲା ଏହି ଭିଡିଓକୁ ନିଜ ଅଫିସିଆଲ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଭିଡିଓରେ ସେ କ୍ୟାମେରା ସାମ୍ନାରେ ନିଜ ବ୍ରା କାଢ଼ୁଛନ୍ତି ଏବଂ ଏହାପରେ ବହୁତ ରିଲାକ୍ସ ଓ ଖୁସି ନଜର ଆସୁଛନ୍ତି। ଭିଡିଓ ପୋଷ୍ଟ କରି ଅଂଶୁଲା ଲେଖିଛନ୍ତି, ‘ରବିବାର ଘରକୁ ଆସିବା ପରେ ସବୁଠାରୁ ବେଷ୍ଟ୍‍ କାମ। ହ୍ୟାସ୍‌ଟ୍ୟାଗ୍‌ No Bra Club’। ଅଂଶୁଲାଙ୍କ ଏହି ଭିଡିଓରେ କିଛି ସେଲିବ୍ରିଟି ମଧ୍ୟ କମେଣ୍ଟ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରିୟଙ୍କା ଚୋପ୍ରା ଲେଖିଛନ୍ତି, ‘Everyday’। ଏଥି ସହିତ ସେ ହସୁଥିବା ଇମୋଜି ମଧ୍ୟ ସେୟାର କରିଛନ୍ତି।

ତେବେ ଏହାପୂର୍ବରୁ ଅଂଶୁଲା ନିଜ ଓଜନ ହ୍ରାସକୁ ନେଇ ଚର୍ଚ୍ଚାରେ ଥିଲେ। ପୂର୍ବାପେକ୍ଷା ତାଙ୍କଠାରେ ଅନେକ ପରିବର୍ତ୍ତନ ଆସିଛି। ସେ ପ୍ରାୟତଃ ନିଜ ଟ୍ରାନ୍ସଫର୍ମେସନର ଫଟୋ ସୋସିଆଲ ମିଡିଆରେ ସେୟାର କରି ଥାଆନ୍ତି। କହି ରଖୁଛୁ, ଅଂଶୁଲା ହେଉଛନ୍ତି ଅର୍ଜୁନ କପୁରଙ୍କ ସାନ ଭଉଣୀ। ଏହି ଦୁଇ ଭାଇଭଉଣୀଙ୍କ ମଧ୍ୟରେ ଜବରଦସ୍ତ ବଣ୍ଡିଂ ରହିଛି।

 

View this post on Instagram

 

A post shared by Anshula Kapoor (@anshulakapoor)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.