Below header

ଜେଲରୁ ମୁକୁଳିବା ପରେ ହାଇକୋର୍ଟଙ୍କ ଏହି ସବୁ ସର୍ତ୍ତ ଗୁଡ଼ିକ ମାନିବେ ଆର୍ଯ୍ୟନ, ଆଜି ସଂଧ୍ୟା ସୁଦ୍ଧା ଜେଲରୁ ମୁକୁଳିବେ

କେନ୍ୟୁଜ୍(ବ୍ୟୁରୋ):  ଜେଲରୁ ମୁକୁଳିବେ ଆର୍ଯ୍ୟନ। ଗତକାଲି ଜାମିନ ନିର୍ଦ୍ଦେଶ ଜାରି କରିଛନ୍ତି ବମ୍ବେ ହାଇକୋର୍ଟ । ୧ ଲକ୍ଷ ଟଙ୍କାର ପିଆର ବଣ୍ଡରେ ଜାମିନ ଦିଆଯାଇଛି। ଏହାସହ ସର୍ତ୍ତ ରହିଛି, ଅନ୍ୟ ଅଭିଯୁକ୍ତଙ୍କ ସହ ଯୋଗାଯୋଗ ରଖିବେ ନାହିଁ ଆର୍ଯ୍ୟନ। ଜାମିନ ଥିବା ବେଳେ ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିବେ ନାହିଁ। ପ୍ରତି ଶୁକ୍ରବାର ସକାଳ ୧୧ରୁ ଅପରାହ୍ନ ୨ଟା ମଧ୍ୟରେ ମୁମ୍ବାଇ ଏନ୍‌ସିବି ଅଫିସରେ ହାଜର ହେବେ। ଆଗୁଆ ଅନୁମତି ନ ନେଇ ଦେଶ ଛାଡ଼ି ପାରିବେ ନାହିଁ। ସ୍ୱତନ୍ତ୍ର କୋର୍ଟରେ ପାସପୋର୍ଟ ଦାଖଲ କରିବେ। କେସ ସମ୍ପର୍କରେ ମିଡିଆ ଆଗରେ କୌଣସି ପ୍ରତିକ୍ରିୟା ରଖିବେ ନାହିଁ।

ମୁମ୍ବାଇ ବାହାରକୁ ଗଲେ ତଦନ୍ତକାରୀ ଅଧିକାରୀଙ୍କୁ ଜଣାଇବା ସହ ଯାତ୍ରା ସମ୍ପର୍କରେ ତଥ୍ୟ ପ୍ରଦାନ କରିବେ। ଆଜି ସଂଧ୍ୟା ସୁଦ୍ଧା ଆର୍ଥର ରୋଡ ଜେଲରୁ ମୁକୁଳିବା ସମ୍ବାବନା ରହିଛି। ଅକ୍ଚୋବର ୨ତାରିଖରେ ମୁମ୍ବାଇ ତଟରେ କୋର୍ଡେଲିଆ କ୍ରୁଜ ରେଭ ପାର୍ଟିରେ ଚଢଉ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ଡ୍ରଗ୍‌ସ ସେବନ ଓ କାରବାର ଅଭିଯୋଗରେ ୨୩ ବର୍ଷିୟ ଆର୍ଯ୍ୟନ ଖାନଙ୍କୁ ଅଟକ ରଖିଥିଲା ଏନସିବି। ତାଙ୍କୁ ଲଗାତାର ପଚରାଉଚରା ପରେ ଗିରଫ କରାଯାଇଥିଲା।

ଆଜ ଆର୍ଥର ରୋଡ ଜେଲ୍‌ରୁ ବାହାରି ପାରନ୍ତି ଆର୍ଯ୍ୟନ ଖାନ । କିଛି ସୟମ ତଳେ ବମ୍ବେ ହାଇକୋର୍ଟ ଜାମିନ ନେଇ ସଂପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ରାୟର ନକଲ ମିଳିବା ପରେ ଏହାକୁ ସ୍ୱତନ୍ତ୍ର ଏନଡିପିଏସ କୋର୍ଟରେ ଦାଖଲ କରାଯିବ । ଏହାସହ ଜାମିନ ପାଇଁ ସମସ୍ତ ଔପଚାରିକତା ପୂରଣ କରାଯିବ ବୋଲି ଆର୍ଯ୍ୟନଙ୍କ ଓକିଲ କହିଛନ୍ତି । ସଂଧ୍ୟା ସୁଦ୍ଧା ଆର୍ଥର ରୋଡ ଜେଲ୍‌ରୁ ଆର୍ଯ୍ୟନ ବାହାରିବା ନେଇ ସେ ଆଶା ରଖିଛନ୍ତି ।

ଆର୍ଯ୍ୟନଙ୍କୁ ବେଲ୍‌ ମିଳିବା ଖବର ଶୁଣି ଭାବବିହ୍ଵଳ ହୋଇପଡ଼ିଥିଲେ ଶାହାରୁଖ ଖାନ୍‌। ପ୍ରଥମେ ଏହି ଖବର ତାଙ୍କୁ ଜଣାଇଥିଲେ ଆର୍ଯ୍ୟନଙ୍କ ଓକିଲ ମୁକୁଲ ରୋହତଗୀ। ଭେଟିବା ସମୟରେ ଶାହାରୁଖଙ୍କ ଆଖି ଛଳଛଳ ହୋଇଯାଇଥିଲା । ଆର୍ଯ୍ୟନଙ୍କ ସହ ଅର୍ବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚ୍ଚାଙ୍କୁ ମଧ୍ୟ ବେଲ୍‌ ପ୍ରଦାନ କରିଛନ୍ତି କୋର୍ଟ। ମୁମ୍ବାଇର ସ୍ୱତନ୍ତ୍ର ଏନଡିପିଏସ କୋର୍ଟରେ ଜାମିନ ଖାରଜ ପରେ ଆର୍ଯ୍ୟନଙ୍କ ଜାମିନ ପାଇଁ ଲଢିଥିଲେ ମୁକୁଲ। ଆଉ ଶେଷରେ ମନ୍ନତକୁ ଫେରାଇ ଆଣିବାକୁ ତାଙ୍କ ପ୍ରୟାସ ସଫଳ ହୋଇଛି। ଅକ୍ଚୋବର ୨ତାରିଖରେ ମୁମ୍ବାଇ ତଟରେ କୋର୍ଡେଲିଆ କ୍ରୁଜ ରେଭ ପାର୍ଟିରେ ଚଢଉ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ଡ୍ରଗ୍‌ସ ସେବନ ଓ କାରବାର ଅଭିଯୋଗରେ ୨୩ ବର୍ଷିୟ ଆର୍ଯ୍ୟନ ଖାନଙ୍କୁ ଅଟକ ରଖିଥିଲା ଏନସିବି। ତାଙ୍କୁ ଲଗାତାର ପଚରାଉଚରା ପରେ ଗିରଫ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.