Below header

ବାଗବାନ ଫିଲ୍ମ ଅଭିନେତ୍ରୀଙ୍କୁ ସ୍ବାମୀ ଦେଲେ ନିର୍ଯାତନା, FIR ସହ ସିସିଟିଭି ଫୁଟେଜ କଲେ ଜାରି

ମୁମ୍ବାଇ : ସଲମାନ ଖାନ ଏବଂ ଅଭିତାଭ ବଚ୍ଚନଙ୍କ ଫିଲ୍ମ ବାଗବାନର ଅଭିନେତ୍ରୀ ଆରଜୁ ଗୋବିତ୍ରିକର ନିଜ ସ୍ବାମୀଙ୍କ ବିରୋଧରେ ଆଣିଛନ୍ତି ନିର୍ଯାତନା ଅଭିଯୋଗ । ଅଭିନେତ୍ରୀ ଆରଜୁ ଘରୋଇ ହିଂସା ନେଇ ସ୍ବାମୀ ସିର୍ଦ୍ଧାଥଙ୍କ ବିରୋଧରେ FIR ଲେଖିଥିବା ବେଳେ ଘଟଣାର ସିସିଟିଭି ଫୁଟେଜ୍ ମଧ୍ୟ ଶେୟାର କରିଛନ୍ତି।

arzoo

ଆପଣଙ୍କୁ ଜଣାଇବାକୁ ଚାହିଁବୁ ବାଗବାନ ଫିଲ୍ମରେ ଆରଜୁଙ୍କୁ ଅମିତାଭଙ୍କ ବୋହୁ ଭାବେ ଦେଖିବାକୁ ମିଳିଥିଲା। ଆରଜୁ ୨୦୧୦ ମସିହାରେ ସ୍ବାମୀ ସିର୍ଦ୍ଧାଥଙ୍କ ସହ ପ୍ରେମ ବିବାହ କରିଥିଲେ। ଦୁହିଁଙ୍କର ୫ ବର୍ଷର ପୁଅ ମଧ୍ୟ ରହିଛି।
ଅଭିନେତ୍ରୀ ବର୍ଲୀ ପୁଲିସ ଷ୍ଟେସନରେ ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଲେଖିଛନ୍ତି। ଘଟଣାର ପ୍ରମାଣ ସ୍ବରୁପ ସେ ସିସିଟିଭି ଫୁଟେଜ ମଧ୍ୟ ଦେଇଛନ୍ତି। ଏହି ଭିଡିଓରେ ସିର୍ଦ୍ଧାଥ, ଆରଜୁଙ୍କୁ ଚାପୁଡ଼ା ମାରୁଥିବାର ନଜର ଆସିଛି। ଅଭିନେତ୍ରୀ ତାଙ୍କ ବୟାନରେ କହିଛନ୍ତି , ସ୍ବାମୀ ସିର୍ଦ୍ଧାଥ ତାଙ୍କୁ କିଛି ବର୍ଷ ହେବ ଶାରୀରିକ ଏବଂ ମାନସୀକ ସ୍ତରରେ ପପ୍ରୀଡ଼ିତ କରୁଛନ୍ତି। ଏପରିକି ସିର୍ଦ୍ଦାଥ ତାଙ୍କ ପୁରା ପରିବାରକୁ ମାରିବାର ଧମକ ମଧ୍ୟ ଦେଇଛନ୍ତି।

Arzoo-Govitrikar

 

ଏଫଆଇଆରରେ କହିଛନ୍ତି, ଗତ ଜାନୁଆରୀ ୨୨ରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏଥିମଧ୍ୟରେ ସେ ଆରଜୁଙ୍କ ଉପରେ ହାତ ଉଠାଇଥିଲେ। ଖାଲି ସେତିକି ନୁହଁ ସେ ତାଙ୍କ ଉପରେ ଛେପ ମଧ୍ୟ ଫୋପାଡିଥିଲେ। ଆରଜୁ ସ୍ବାମୀଙ୍କ ବିରୋଧରେ ପୁଅକୁ ଅପହରଣ କରି ତାହା ବଦଳରେ ଟଙ୍କା ମାଗିବା ଆରୋପ ମଧ୍ୟ ଲଗାଇଛନ୍ତି। ଏହି ଘଟଣାରେ ପୋଲିସ ସିର୍ଦ୍ଦାଥଙ୍କ ବିରୋଧରେ ମାମଲା ରୁଜୁ କରି ତାହାର ତଦନ୍ତ ଚଳାଇଛି।

ନିଶ୍ଚିତ ପଢ଼ନ୍ତୁ:ଆପଣଙ୍କ ଲୋକପ୍ରିୟ ବଲିଉଡ ଅଭିନେତାଙ୍କ ପ୍ରକୃତ ନାମ କଣ ଜାଣନ୍ତୁ, ଯାହା ପୂର୍ବରୁ ଆପଣ ବୋଧହୁଏ…

ତେବେ ଏହି ମାମଲାରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସିର୍ଦ୍ଦାଥ। ସେ କହିଛନ୍ତି, ଚାପୁଡା ମାରିବା ପାଇଁ ଖୋଦ ଆରଜୁ ତାଙ୍କୁ କହିଥିଲେ। ଏହା ସବୁ ନାଟକ । ଆରଜୁ ଏକ ପ୍ଳେ ପାଇଁ ସହାୟତା ମାଗିବା ସହ ତାଙ୍କୁ ମାରିବା ପାଇଁ କହିଥିଲେ। ନିଜ ଉପରେ ଲଗାଯାଇଥିବା ଆରୋପର ସେ ଜବାବ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.