ଏପ୍ରିଲ ୧ ତାରିଖରୁ କଟକ ଜିଲ୍ଲାର ସମସ୍ତ ସ୍କୁଲ ହେବ ସକାଳୁଆ

କଟକ : ଏପ୍ରିଲ ୧ ତାରିଖରୁ କଟକ ଜିଲ୍ଲାର ସମସ୍ତ ସ୍କୁଲ ସକାଳୁଆ ହେବ। ଏହି ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ । ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତର ମୁକାବିଲା ପାଇଁ କଟକ ଜିଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ଗ୍ରୀଷ୍ମ ସହ ସାଧାରଣ ନିର୍ବାଚନ ଥିବାରୁ ପ୍ରଶାସନିକ ଅଧିକାରୀ ଅଧିକ ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଅଂଶୁଘାତ ଆହତଙ୍କୁ ଆଶୁ ଚିକିତ୍ସା ଯୋଗାଇ ଦେବା ପାଇଁ ଏସସିବି ମେଡିକାଲ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶେଷ ଭାବେ ସମସ୍ତ ଲୋକଙ୍କ ନିକଟରେ କିଭଳି ପାନୀୟ ଜଳ ପହଁଚି ପାରିବ ସେ ନେଇ ଆଲୋଚନା ହୋଇଥିଲା। ଖରାଦିନେ ସାଧାରଣ ନିର୍ବାଚନ ହେଉଥିବାରୁ ଭୋଟକେନ୍ଦ୍ର ଗୁଡିକରେ ପାନୀୟ ଜଳ ବ୍ୟବସ୍ଥା ସହ ଭୋଟରଙ୍କ ପାଇଁ ଛାଇ ସ୍ଥାନ ପ୍ରସ୍ତୁତ କରିବାକୁ କଟକ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ବିଭିନ୍ନ ବ୍ଲକ ଅଧିକାରୀ, ସିଏମସି କର୍ମକର୍ତ୍ତା, ପିଏଚଡି ଓ ଆରଡବ୍ଲୁଏସ୍‌ଏସ୍‌ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.