ବିଶ୍ୱବିଦ୍ୟାଳୟ ଶିକ୍ଷକ ନିଯୁକ୍ତିରେ ସଂରକ୍ଷଣ ନେଇ ୧୩ ପଏଣ୍ଟ ରୋଷ୍ଟର ସିଷ୍ଟମ ବନ୍ଦ, ପୁଣି ଲାଗୁ ହେବ ୨୦୦ ପଏଣ୍ଟ ରୋଷ୍ଟର ସିଷ୍ଟମ

ଭୁବନେଶ୍ବର : ବିଶ୍ୱବିଦ୍ୟାଳୟ ଶିକ୍ଷକ ନିଯୁକ୍ତିରେ ସଂରକ୍ଷଣ ନେଇ ୧୩ ପଏଣ୍ଟ ରୋଷ୍ଟର ସିଷ୍ଟମ ବନ୍ଦ । ପୁଣି ଲାଗୁ ହେବ ୨୦୦ ପଏଣ୍ଟ ରୋଷ୍ଟର ସିଷ୍ଟମ । ଏ ସଂକ୍ରାନ୍ତ ଅର୍ଡିନାନ୍ସରେ କେନ୍ଦ୍ର କ୍ୟାବିନେଟ୍‌ ମୋହର ମାରିଛି । କେନ୍ଦ୍ରର ଶେଷ କ୍ୟାବିନେଟ୍‌ ବୈଠକ ପରେ ଏହା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ । ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷକଙ୍କ ପାଇଁ ସଂରକ୍ଷଣ ରହିବ । ସେହିପରି ଶିକ୍ଷକଙ୍କ କ୍ୟାଡରରେ ଏସ୍‌ଇବିସିଙ୍କ ପାଇଁ ବି ସଂରକ୍ଷଣ ବ୍ୟବସ୍ଥା ହେବ । କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ ଶିକ୍ଷକଙ୍କ ପାଇଁ ଏହି ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ଏହା ଦ୍ୱାରା ସିଧାସଳଖ ୫ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ପାଇପାରିବେ । ୧୩ ପଏଣ୍ଟ ରୋଷ୍ଟର ସିଷ୍ଟମ ଅନୁସାରେ ବିଶ୍ୱବିଦ୍ୟାଳୟର ପ୍ରତି ବିଭାଗକୁ ୟୁନିଟ୍‌ ଧରାଯାଇ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେଉଥିଲା । ଏହା ଦ୍ୱାରା ଦୁର୍ବଳ ବର୍ଗର ଲୋକେ ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଥିଲେ । ୨୦୦ ପଏଣ୍ଟ ରୋଷ୍ଟର ସିଷ୍ଟମ ବ୍ୟବସ୍ଥାରେ ପ୍ରତି ବିଶ୍ୱବିଦ୍ୟାଳୟକୁ ଏକ ୟୁନିଟ୍‌ ଭାବେ ଧରାଯାଇ ଶିକ୍ଷକ ନିଯୁକ୍ତିରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.