Below header

ଏଠି ଜାଗରର ବାସି ଦିନ ପାଳନ କରାଯାଏ ମହାଶିବରାତ୍ରୀ, କାହିଁକି ଜାଣନ୍ତୁ

ସମଗ୍ର ଦେଶରେ ଗତ ୪ ତାରିଖରେ ମହାଶିବରାତ୍ରୀ ପାଳିତ ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲା ମାଣ୍ଡାଡଙ୍ଗରୀ ଶୈବପୀଠରେ ଜାଗରର ପରଦିନ ଅର୍ଥାତ ୫ ତାରିଖରେ ପାଳିତ ହୋଇଛି ମହାଶିବରାତ୍ରୀ। ଏହି ଶୈବପୀଠକୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ଏହି ବାସି ଶିବରାତ୍ରୀ ଉପଲକ୍ଷେ ବିଭିନ୍ନ ସାଂସ୍କ୍ରୁତିକ କାର୍ଯ୍ୟକ୍ରମ ସହିତ ବହୁ ଦୋକାନ ବଜାରର ଆସର ଲାଗିଥାଏ। ଏହି ମନ୍ଦିର ନବରଙ୍ଗପୁର ସହର ଠାରୁ ମାତ୍ର ୧୫ କିମି ଦୂରରେ ଅବସ୍ଥିତ।

shivଏହି ମନ୍ଦିରରେ ବହୁତ କିମ୍ବଦନ୍ତୀ ରହିଛି, ଏଠାରେ ବାସି ଶିବରାତ୍ରୀ ପାଳିବା ପଛରେ ଏକ କାହାଣୀ ରହିଛି। ବହୁ ବର୍ଷ ପୂର୍ବରୁ ଏହି ଗ୍ରାମର ଜଣେ କୁଷ୍ଠ ରୋଗୀଙ୍କୁ ମହାଦେବ ସ୍ବପ୍ନରେ କହିଲେ ଯେ ଏହି ପାହାଡରେ ଥିବା ଶିବ ଲିଙ୍ଗକୁ ପୂଜା କଲେ ତାର ସେହି କୁଷ୍ଠ ରୋଗ ଭଲ ହୋଇଯିବ। ସେହି ରୋଗୀ ସ୍ବପ୍ନାଦେଶ ପରେ ଠିକ ଶିବରାତ୍ରୀ ପରଦିନ ସେଠାକୁ ଆସି ଶିବଲିଙ୍ଗକୁ ପାଇ ପୂଜାର୍ଚ୍ଚନା କଲାପରେ ତାର ରୋଗ ଭଲ ହୋଇଯାଇଥିଲା।

ତେଣୁ ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ବାସି ଶିବରାତ୍ରୀ ପାଳନ କରାଯାଉଛି। ଆହୁରୀ ମଧ୍ୟ କୁହାଯାଉଛି ଯେ ମହାଦେବଙ୍କ ପାଦୁକା ସେବନ କଲେ ବହୁ ଦୂରାରୋଗ ଭଲ ହେବାର ବିଶ୍ବାସ ରହିଛି। ଏହି ମନ୍ଦିରକୁ ବିଭିନ୍ନ ଜିଲ୍ଲା ଯଥା କଳାହାଣ୍ଡି, କେରାପୁଟ ତଥା ରାଜ୍ୟ ବାହାର ଛତିଶଗଡରୁ ବହୁ ଭକ୍ତ ଆସିଥାନ୍ତି। 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.