Below header

ଡ୍ରଗ୍ସ କେସ୍‌ରେ ପୁଣିଥରେ ଏନ୍‌ସିବି ଅଫିସରେ ପହଞ୍ଚିଲେ କମେଡିଆନ୍‌ ଭାରତୀ ସିଂହ ଓ ସ୍ୱାମୀ ହର୍ଷ, ଖୋଲିଲେ ବଡ଼ ଗୁମର

ପୁଣିଥରେ ଏନ୍‌ସିବି ଅଫିସରେ ପହଞ୍ଚିଲେ କମେଡିଆନ୍‌ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବଚିଆ। ଉଭୟେ ଏନ୍‌ସିବି ଅଫିସ ଯାଉଥିବା ବେଳର ଫଟୋ ସାମ୍ନାକୁ ଆସିଛି। ଭାରତୀ ଓ ହର୍ଷଙ୍କର ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି। ଡ୍ରଗ୍ସ ମାମଲାରେ ପୁନର୍ବାର ପଚରାଉଚରା କରିବାକୁ ଏନ୍‌ସିବି ଉଭୟଙ୍କୁ ଡାକିଥିବା କୁହାଯାଉଛି। ଭାରତୀ ଓ ହର୍ଷ ସୋମବାର ଅପରାହ୍ନ ୩ଟା ବେଳେ ଏନ୍‌ସିବି ଅଫିସରେ ପହଞ୍ଚିଥିଲେ। ସେମାନଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରାଯାଇଥିଲା। ପଚରାଉଚରା ବେଳେ ସେମାନେ ବହୁ ଗୁମର ଖୋଲିଥିବା କୁହାଯାଉଛି।

ସୂଚନାଯୋଗ୍ୟ ଯେ ପୂର୍ବରୁ ମଧ୍ୟ ଏନ୍‌ସିବି ଭାରତୀ ଓ ହର୍ଷଙ୍କ ଘରେ ଚଢ଼ଉ କରି ବିପୁଳ ପରିମାଣର ନିଶା ଜାତୀୟ ଦ୍ରବ୍ୟ ଜବତ କରିଥିଲା। ଏହି ମାମଲାରେ ଉଭୟ ପତିପତ୍ନୀଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ମାତ୍ର ପରେ ଉଭୟଙ୍କୁ ଜାମିନ୍‌ ମିଳିଥିଲା।

ତେବେ କେବଳ ଭାରତୀ ଓ ହର୍ଷ ନୁହଁନ୍ତି,ଏନ୍‌ସିବି ଅଭିନେତା ଅର୍ଜୁନ୍‌ ରାମପାଲଙ୍କୁ ମଧ୍ୟ ପଚରାଉଚରା ପାଇଁ ଅଫିସ ଡାକିଥିଲା। ଏନ୍‌ସିବି ୧୫ ତାରିଖରେ ଅର୍ଜୁନ୍‌ଙ୍କୁ ସମନ ପଠାଇ ୧୬ରେ ହାଜର ହେବାକୁ କହିଥିଲା। କିନ୍ତୁ ସେତେବେଳେ ଅର୍ଜୁନ୍‌ ମୁମ୍ବାଇରେ ନଥିବାରୁ ସେ ୨୧ରେ ହାଜର ହେବାକୁ ସମୟ ମାଗିଥିଲେ। ଅର୍ଜୁନ୍‌ ମଧ୍ୟ ଗତକାଲି ଏନ୍‌ସିବି ଅଫିସରେ ପହଞ୍ଚିଥିଲେ।

arjun

ପ୍ରକାଶ ଯେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ କେସ୍‌ରେ ଡ୍ରଗ୍ସ ଆଙ୍ଗେଲ୍‌ ସାମ୍ନାକୁ ଆସିବା ପରେ ଏନ୍‌ସିବି ଲଗାତାର ଏହାର ଯାଞ୍ଚ ଚଳାଇଛି। ଡ୍ରଗ୍ସ କେସ୍‌ରେ ଏନ୍‌ସିବି ଅନେକ ଲୋକଙ୍କୁ ଗିରଫ କରିଛି। ଏଥିସହ କେତେକ ବଲିଉଡ୍‌ ଷ୍ଟାରଙ୍କ ନାଁ ସାମ୍ନାକୁ ଆସିବା ପରେ ତାଙ୍କୁ ପଚରାଉଚରା ମଧ୍ୟ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.