Below header

ଆପଣ କ’ଣ ଗୋଟିଏ ମାସ୍କକୁ ବାରମ୍ବାର ବ୍ୟବହାର କରୁଛନ୍ତି କି ? ଜାଣନ୍ତୁ ଏହା କେତେ ସୁରକ୍ଷିତ

ନୂଆଦିଲ୍ଲୀ :  କରୋନ ଭାଇରସ୍‌ ପାଇଁ ଟିକା ଆସୁ ବା ନଆସୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ବ୍ୟବହାର ସବୁଠୁ ଭଲ ଉପାୟ । ଏକ ଭଲ କ୍ୱାଲିଟି ମାସ୍କ ଆପଣଙ୍କୁ ସଂକ୍ରମଣରୁ ରକ୍ଷା କରିବା ସହ ଭୁତାଣୁକୁ ବ୍ୟାପିବାକୁ ଦେଇ ନଥାଏ । ଏଥିପାଇଁ ସର୍ଜିକାଲ୍‌ ମାସ୍କ ଭଲ କାମ କରିଥାଏ । ହେଲେ ହାତ ତିଆରି କପଡ଼ା ମାସ୍କର ବ୍ୟବହାର ଅଧିକ ଲୋକ କରିଥାନ୍ତି । କାରଣ ଏହା ପରିବେଶ ଓ ଅର୍ଥ ବଞ୍ଚାଇବାର ସବୁଠୁ ବଡ଼ ବିକଳ୍ପ । ଗବେଷକଙ୍କ କହିବା ଅନୁଯାୟୀ, ସର୍ଜିକାଲ୍‌ ମାସ୍କକୁ ପୁନର୍ବାର ବ୍ୟବହାର କରିବା ଦ୍ୱାରା ଏହା କାମ କରିନଥାଏ ।

ଜାଣନ୍ତୁ, ଦ୍ୱିତୀୟ ଥର ବ୍ୟବହାର ହେଉଥିବା ମାସ୍କ କେତେ ସୁରକ୍ଷିତ ?

ନୂତନ ଗବେଷଣାରୁ ଜଣାପଡ଼ିଛି ଯେ ଗୋଟିଏ ମାସ୍କକୁ ବାରମ୍ବାର ବ୍ୟବହାର କରିବା ଦ୍ୱାରା ଏହା ବିପଦପୂର୍ଣ୍ଣ ହୋଇପାରେ । ବିଶେଷକରି କରୋନା ମହାମାରୀ ସମୟରେ ଗୋଟିଏ ମାସ୍କକୁ ବାରମ୍ବାର ବ୍ୟବହାର ହାନିକାରକ ହୋଇଥାଏ । ଆସନ୍ତୁ ଜାଣିବା ଏପରି କାହିଁକି

mask girl

ଗବେଷଣା କ’ଣ କହେ

ଗବେଷକଙ୍କ କହିବା ଅନୁଯାୟୀ, ସର୍ଜିକାଲ୍‌ ମାସ୍କକୁ ପୁନର୍ବାର ବ୍ୟବହାର କରିବା ଦ୍ୱାରା ଏହା କାମ କରିନଥାଏ । କାରଣ ଏପରି ମାସ୍କକୁ ବାରମ୍ବାର ବ୍ୟବହାର କରିବା ଦ୍ୱାରା ଏହାର ପ୍ରକୃତ ଆକାରରେ ପରିବର୍ତ୍ତନ ହେବା ସହ ଫାବ୍ରିକରେ ମଧ୍ୟ ପରିବର୍ତ୍ତନ ଘଟିଥାଏ । ଯାହାଫଳରେ ଏହା ସଂକ୍ରମଣରୁ ଆମକୁ ସୁରକ୍ଷା ଦେଇ ପାରିନଥାଏ । କପଡ଼ାରେ ତିଆରି ମାସ୍କ ମଧ୍ୟ ବାରମ୍ବାର ବ୍ୟବହାର କରିବା ଦ୍ୱାରା ଖରାପ ହୋଇଯାଇଥାଏ ।

କମ୍ପ୍ୟୁଟର ରେ ଉପଯୋଗ କରିବା ପରେ ଗବେଷକମାନେ ଏହି ନିର୍ଣ୍ଣୟରେ ପହଞ୍ଚିଛନ୍ତି । ଏହି ମାସ୍କ କେବଳ ମୁହଁରେ ପବନ ପହଞ୍ଚିବାକୁ ଦେଇ ନଥାଏ । ହେଲେ ଭୁତାଣୁକୁ ସମ୍ପୂର୍ଣ୍ଣ ରୋକି ପାରିନଥାଏ । ନୂଆ ତାଜା ମାସ୍କ ସବୁଠୁ ଅଧିକ ସୂରକ୍ଷା ପ୍ରଦାନ କରିଥାଏ । ନୂଆ ମାସ୍କ ତୁଳନାରେ ପୂରୁଣା ମାସ୍କ ୬୦% କମ୍‌ ଭୁତାଣୁ ଫିଲ୍‌ଟର କରିଥାଏ ।

ଦ୍ୱିତୀୟ ଥର ବ୍ୟବହାର କରୁଥିବା ମାସ୍କକୁ କେବେ ବଦଳାଇବା ଜରୁରୀ :

– ଯେତେବେଳେ ମାସ୍କ ଚେହେରା ଉପରେ ଫିଟ୍‌ ନହେବା କାରଣରୁ ଏହାକୁ ବାରମ୍ବାର ଛୁଇଁବାକୁ ପଡିଥାଏ । ସେତେବେଳେ ଏହି ମାସ୍କକୁ ବଦଳାଇବା ଜରୁରୀ ।
– ମାସ୍କ ର ଇଲାଷ୍ଟିକ ଯଦି ଢ଼ିଲା ତେବେ ଏହା ବାରମ୍ବାର ପଡ଼ିଯିବ । ତେଣୁ ଏହାକୁ ବଦଳାଇବା ଜରୁରୀ ।
– ବାରମ୍ବାର କପଡ଼ାକୁ ଧୋଇବା ଦ୍ୱାରା ଯଦି ଏଥିରେ କଣା ଆସିଯାଏ କିମ୍ବା ପତଳା ହୋଇଯାଏ । ଏହାକୁ ବଦଳାଇବା ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.