ଦୀର୍ଘ ୬ ମାସ ପରେ ଦେଶରେ ୨୦ ହଜାର ତଳକୁ ଖସିଲା ଦୈନିକ ଆକ୍ରାନ୍ତ ସଂଖ୍ୟା

ନୂଆଦିଲ୍ଲୀ:  ଦେଶରେ ପାଖାପାଖି ୬ ମାସ ପରେ ଦୈନିକ ସଂକ୍ରମିତ ସଂଖ୍ୟା ୨୦ ହଜାର ତଳକୁ ଖସିଥିବା ଜଣାଯାଇଛି । ଯେବେକି ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ତିନି ଲକ୍ଷ ତଳକୁ ଖସିଥିବା ନେଇ ରେକର୍ଡ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ତରଫରୁ ଆଜି ସକାଳ ୮ ଟାରେ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୯ ହଜାର ୫୫୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ୧ କୋଟି ୭୫ ହଜାର ୧୧୬କୁ ବୃଦ୍ଧି ପାଇଛି । ଯେବେକି ୩୦୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୬ ହଜାର ୧୧୧ ଛୁଇଁଥିବା ନେଇ ଜଣାଯାଇଛି ।

ତଥ୍ୟ ଅନୁଯାୟୀ, ଦେଶରେ ୯୬ ଲକ୍ଷ ୩୬ ହଜାର ୪୮୫ ଜଣ ସଂକ୍ରମଣ ମୁକ୍ତ ହୋଇଥିବା ବେଳେ ସୁସ୍ଥ ହାର ୯୫.୬୫ କୁ ବୃଦ୍ଧି ପାଇଛି । ଯେବେକି ମୃତ୍ୟୁ ହାର ୧.୪୫ ପ୍ରତିଶତ ରହିଛି । ଦେଶର ବିଭିନ୍ନ ସ୍ଥାନରେ ୨ ଲକ୍ଷ ୯୨ ହଜାର ୫୨୮ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ତରଫରୁ ଜାରି ରିପୋର୍ଟ ଅନୁଯାୟୀ, ଦେଶରେ ଡିସେମ୍ବର ୨୧ ପର୍ଯ୍ୟନ୍ତ ୧୬ କୋଟି ୩୧ ଲକ୍ଷ ୭୦ ହଜାର ୫୫୭ ନମୁନା ପରୀକ୍ଷଣ ହୋଇଥିବା ବେଳେ ଏମଧ୍ୟରୁ ୧୦ ଲକ୍ଷ ୭୨ ହଜାର ୨୨୮ ନମୁନା ଯାଞ୍ଚ ସୋମବାର କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.