Inblock ଲଞ୍ଚ କଲା ଭାରତର ପ୍ରଥମ ବ୍ଲକଚେନ୍‌ ସ୍ମାର୍ଟଫୋନ, ଜାଣନ୍ତୁ କେତେ ରହିଛି ଦାମ୍‌

ଭାରତୀୟ ମୋବାଇଲ କମ୍ପାନୀ Inblock ଦେଶର ପ୍ରଥମ ବ୍ଲକଚେନ୍‌ ସ୍ମାର୍ଟଫୋନ ଲଞ୍ଚ କରିଛି। INblock ଏକାଠି ୩ଟି ବ୍ଲାକଚେନ ସ୍ମାର୍ଟଫୋନ ମାର୍କେଟରେ ଲଞ୍ଚ କରିଛି, ଯେଉଁଥିରେ Inblock E10, E12 ଏବଂ E15 ସାମିଲ୍‌ ରହିଛି। Inblock ର ଦାବି ଅନୁଯାୟୀ ଏସବୁ ମଧ୍ୟରେ କୌଣସି ବି ସ୍ମାର୍ଟଫୋନ କୌଣସି ଚାଇନିଜ୍‌ ପାର୍ଟସ୍‌ ର ବ୍ୟବହାର କରାଯାଇନାହିଁ।

ଖରାପ ହେଲେ ମିଳିବ ନୂଆ ଫୋନ

କମ୍ପାନୀ କହିବାନୁଯାୟୀ, ଓ୍ଵାରେଣ୍ଟି ସମୟରେ ଫୋନ ଖରାପ ହେଲେ ଗ୍ରାହକଙ୍କଚ ନୂଆ ଫୋନ ମିଳିବ। ଇନବ୍ଲକ ମୁତାବକ ଫୋନରେ ବ୍ୟବହାର ହେଉଥିବା ସମସ୍ତ ପାର୍ଟସ୍‌ ଦୁବାଇରୁ ଆସୁଛି। କମ୍ପାନୀର ପ୍ଲାଂଟ ନୋଏଡାର ସେକ୍ଟର-୬୩ ରେ ଚାଲିଛି। ଭାରତ ପୂର୍ବରୁ ବ୍ଲାକଚେନ୍‌ ସ୍ମାର୍ଟଫୋନ ର ଲଞ୍ଚିଂ ଉତ୍ତରପ୍ରଦେଶ ସରକାର କୌଶଳ ବିକାଶ ମନ୍ତ୍ରୀ କପିଲ ଦେବ ଅଗ୍ରଓ୍ଵାଲ, ବିଜ୍ଞାନ ଏବଂ ପ୍ରଦ୍ୟୋଗିକୀ ମନ୍ତ୍ରୀ ନିଲିମା କଟିୟାର ଏବଂ କମ୍ପାନୀର ଫାଉଣ୍ଡର ଦୁର୍ଗା ପ୍ରସାଦ ତ୍ରିପାଠୀଙ୍କ ଉପସ୍ଥିତିରେ ହୋଇଯାଇଛି।

inblockInblock E10, E12 ଏବଂ E15 ର ଫିଚର୍ସ ଏବଂ ମୂଲ୍ୟ

ଏହିସବୁ ଫୋନ ମଧ୍ୟରୁ Inblock E10 ୩ଟି େଓ୍ଵରିୟଣ୍ଟରେ ଉପଲବ୍ଧ ହେବ। ଏହାମଧ୍ୟରେ ୧ ଜିବି ରମ୍‌ ସହ ୧୬ ଜିବି ଷ୍ଟୋରେଜ୍‌, ୨ ଜିବି ରାମ୍‌ ସହ ୧୬ ଜିବି ଷ୍ଟୋରେଜ୍‌ ଏବଂ ୩ ଜିବି ରାମ୍‌ ସହ ୧୬ ଜିବିର ଷ୍ଟୋରେଜ୍‌ ସାମିଲ୍‌ ରହିଛି। ଏହାର ମୂଲ୍ୟ କ୍ରମଶଃ ୪,୯୯୯ ଟଙ୍କା, ୫,୯୯୯ ଟଙ୍କା ଏବଂ ୬,୯୯୯ ଟଙ୍କା ରହିଛି। ଏସବୁ ମଧ୍ୟରୁ ୧୫ ପ୍ରିମିୟମ ମଡଲ୍‌ ରହିଛି, ଯାହାର ଆରମ୍ଭ ମୂଲ୍ୟ ୮,୬୦୦ ଟଙ୍କା ରହିଛି ଏବଂ ଅଧିକତମ ମୂଲ୍ୟ ୧୧,୯୯୯ ଟଙ୍କା ରହିଛି। ଏହି ଫୋନ ୪ ଜିବି ରାମ୍‌ ଏବଂ ୬୪ ଜିବି ଷ୍ଟୋରେଜ୍‌ ସହ ମାର୍କେଟରେ ଲଞ୍ଚ ହୋଇଛି। ସେହିଭଳି E12 ର ମୂଲ୍ୟ ୭,୪୫୦ ଟଙ୍କା ରହିଛି। ସୂଚନାେଂଯାଗ୍ୟ କମ୍ପାନୀ ଏହି ୩ଟି ଫୋନର କ୍ୟାମେରା, ବ୍ୟାଟେରୀ, ପ୍ରୋସେସର ଆଦି ବିଷୟରେ କୌଣସି ସୂଚନା ପ୍ରକାଶ କରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.