ଆୟୁଷ୍ମାନଙ୍କ ସହିତ ଫିଲ୍ମ କରିବା ପରେ ଭୂମିଙ୍କ ମନ ଆକାଶରେ ଉଡୁଛି, କହୁଛନ୍ତି ‘ଆମ ଯୋଡି ପରଫେକ୍ଟ’

ବଲିଉଡରେ ଅନେକ ହିଟ୍‌ ଯୋଡି ରହିଛନ୍ତି। ପ୍ରାୟତ ସେମାନଙ୍କୁ ଏକାଧିକ ଫିଲ୍ମରେ ଏକାଠି ନଜର ଆସିଛନ୍ତି। ତା’ ସହିତ ଫିଲ୍ମ ମଧ୍ୟ ସୁପରହିଟ୍‌ ହୋଇଛି। ଏପରି ଯୋଡି ମଧ୍ୟରେ ରାଜକପୁର-ନର୍ଗିସ, ରାଜେଶ ଖାନ୍ନା- ମୁମତାଜ, ଅମିତାଭ- ରେଖା, ଧର୍ମେନ୍ଦ୍ର-ହେମା, ଶାହୁରୁଖ-କାଜୋଲଙ୍କ ଯୋଡି ଅନ୍ୟତମ। କିନ୍ତୁ ଏମାନଙ୍କୁ ଛାଡି ଏବେ ବଲିଉଡରେ ଆଉ ଏକ ଯୋଡି ହ୍ୟାଟ୍ରିକ ଦେବାରେ ଲାଗିଛି। ଏହି ଲିଷ୍ଟରେ ଏବେ ଆୟୁଷ୍ମାନ ଏବଂ ଭୂମିଙ୍କ ନାମ ଯୋଡି ହୋଇଯାଇଛି। ଲଗାତାର ତିନିଟି ସୁପରହିଟ୍‌ ଫିଲ୍ମ ‘ ଦମ୍‌ ଲଗାକେ ହୈସା, ଶୁଭ ମଙ୍ଗଳ ସାବଧାନ ଏବଂ ବାଲା’ ଭଳି ଫିଲ୍ମରେ ଦୁହେଁ କମାଲ କରିଛନ୍ତି। ଫିଲ୍ମ ‘ବାଲା’ ଏବେ ବକ୍ସ ଅଫିସରେ ସୁପରହିଟ୍‌ ଆୟ କରୁଛି। ଯାହାକୁ ନେଇ ଭୂମିଙ୍କ ପାଦ ଏବେ ତଳେ ଲାଗୁନି।

bhumi

ଏହାକୁ ନେଇ ଭୂମି କହିଛନ୍ତି, ‘ଆୟୁଷ୍ମାନ ଏବଂ ମୋ ଯୋଡି ନିଶ୍ଚିତ ଭାବେ ଭାଗ୍ୟଶାଳୀ। ଯାହାକୁ ଦର୍ଶକଙ୍କ ଭଲପାଇବା ଏବଂ ପ୍ରଶଂସା ମିଳୁଛି। ଆଉ ଦୁହିଁଙ୍କର ଅନସ୍କ୍ରିନ କେମେଷ୍ଟ୍ରି ଭଲ ରହିଛି। ଆୟୁଷ୍ମାନଙ୍କ ସହିତ ଆଗକୁ ଆଉ ଫିଲ୍ମ କରି ହିଟ୍‌ ରେକର୍ଡ ସୃଷ୍ଟି କରିବାକୁ ଚାହୁଁଛନ୍ତି ଭୂମି।

ଏହାସହ ପଢ଼ନ୍ତୁ ; ହଟ୍‌ ବିକିନୀକୁ ନେଇ ବିବାଦରେ ଫସିଗଲେ ବାଣୀ, ସୋସିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ

ସୂଚନାଯୋଗ୍ୟ, ଭୂମିଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ ପତି, ପତ୍ନୀ ଔର ଓ୍ଵ’ ଖୁବଶୀଘ୍ର ପରଦା ଉପରକୁ ଆସିବାକୁ ରହିଛି। ଏହାଛଡା ଭୂମି ଅପ୍‌କମିଙ୍ଗ ଫିଲ୍ମ ‘ଭୂତ ପାର୍ଟ ଓ୍ଵାନ- ଦ ହଣ୍ଟେଡ ସିପ୍‌ ଏବଂ ଡଲି କିଟି ଭଳି ହାତରେ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.