Below header

ଡିସେମ୍ବରରେ ବିବାହ କରିବେ ରଣବୀର-ଆଲିଆ, ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ପରିବାର

ବଲିଉଡର ସବୁଠୁ ଫେମସ ଯୋଡି ମଧ୍ୟରୁ ଗୋଟିଏ ଆଲିଆ ଭଟ୍ଟ ଓ ରଣବୀର କପୁର ଆଜିକାଲି ନିଜର ଫିଲ୍ମ ବ୍ରହ୍ମାସ୍ତ୍ରକୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି । ସୂଚନା ଅନୁଯାୟୀ ଅନେକ ଦିନ ଧରି ଦୁହେଁ ଦୁହିଁଙ୍କୁ ଡେଟ କରିବା ପରେ ରଣବୀର ଓ ଆଲିଆ ପବିତ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତେବେ ଶୁଣାଯାଉଛି ଯେ ରଣବୀର ଓ ଆଲିଆ ଚଳିତ ବର୍ଷ ଡିସେମ୍ବର ମାସରେ ବିବାହ କରିବାକୁ ଯାଉଛନ୍ତି ଯେଉଁଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି ।

ଏହା ପୂର୍ବରୁ ମଧ୍ୟ ଅନେକଥର ରଣବୀର ଓ ଆଲିଆଙ୍କ ବିବାହକୁ ନେଇ ଚର୍ଚ୍ଚା ହୋଇଛି କିନ୍ତୁ ଏଥର ତାଙ୍କ ବିବାହ ପଛରେ ସବୁଠାରୁ ବଡ଼ କାରଣ ଋଷି କପୁର ବୋଲି କୁହାଯାଉଛି । ରଣବୀରଙ୍କ ପିତା ଋଷି କପୁର ଚାଁହୁଛନ୍ତି ଯେ ତାଙ୍କ ପୁଅର ବିବାହ ଅତିଶୀଘ୍ର ହୋଇଯାଉ । ସୂଚନା ଅନୁଯାୟୀ ଗତବର୍ଷ ଋଷି କାପୁରଙ୍କ ସ୍ୱାସ୍ଥ୍ୟବସ୍ଥା ବହୁତ ଖରାପ ହୋଇଯାଇଥିଲା ଯେଉଁ କାରଣରୁ ସେ ନ୍ୟୁୟର୍କରେ ଅନେକ ଦିନ ଧରି ଚିକିତ୍ସିତ ହେଉଥିଲେ ।

ଗତ କିଛିଦିନ ତଳେ ଋଷି କପୁର ନିଜର ଚିକିତ୍ସା କରି ବିଦେଶରୁ ଫେରିଛନ୍ତି ଯେଉଁ କାରଣରୁ ପରିବାର ନିଷ୍ପତ୍ତି ନେଇଛନ୍ତି ବର୍ତ୍ତମାନ ଯେତେଶୀଘ୍ର ସମ୍ଭବ ରଣବୀରଙ୍କ ବିବାହ ତାରିଖ ଫାଇନାଲ ହୋଇଯିବା ଆବଶ୍ୟକ । ଯଦିଓ ଲୋକେସନ ଓ ଭେନ୍ୟୁକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.