ନିର୍ଭୟା ମାମଲାର ଶୁଣାଣି ଅବସରରେ ଜଜ୍‌ କହିଲେ, ‘ଆଇନ୍‌ ବଞ୍ଚିବାକୁ ଅନୁମତି ଦେଉଥିବାରୁ ଫାଶୀ ଦେବା ପାପ ହେବ’

ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ନିର୍ଭୟା ଦୋଷୀଙ୍କ ବିରୋଧରେ ଡେଥ୍‌ ଓ୍ଵାରେଣ୍ଟ ଜାରି କରିବାକୁ ମନା କରିଦେଇଛନ୍ତି। ଏନେଇ ଦିଆଯାଇଥିବା ପିଟିସନ୍‌କୁ ଖାରଜ କରି କୋର୍ଟ କହିଛନ୍ତି ଯେ ଯଦି ଆଇନ୍‌ ଦୋଷୀଙ୍କୁ ବଞ୍ଚିବାକୁ ଅନୁମତି ଦେଉଛି ତେବେ ତାଙ୍କୁ ଫାଶୀ ଦେବା ପାପ।

Image result for nirbhaya-case-court-sinful-to-execute-the-convicts-when-law-permits-them-to-live

ସୂଚନାଯୋଗ୍ୟ ଯେ ଦିଲ୍ଲୀ ସରକାରଙ୍କ ତରଫରୁ କୋର୍ଟରେ ଏକ ଆବେଦନ କରାଯାଇ ନିର୍ଭୟା ଦୋଷୀଙ୍କୁ ତୁରନ୍ତ ଫାଶୀ ଦେବାକୁ ସେମାନଙ୍କ ବିରୋଧରେ ଡେଥ୍‌ ଓ୍ଵାରେଣ୍ଟ ଜାରି କରିବାକୁ ପ୍ରାର୍ଥନା କରାଯାଇଥିଲା। କୋର୍ଟ ଶୁଣାଣି ଅବସରରେ ଦିଲ୍ଲୀ ସରକାରଙ୍କ ତରଫରୁ ମାମଲା ଲଢ଼ୁଥିବା ଓକିଲ ନିଜ ଦଲିଲରେ ମଧ୍ୟ କହିଥିଲେ ଯେ ଏବେ କୌଣସି ଦୋଷୀଙ୍କର କୌଣସି ପିଟିସନ୍‌ ଆଉ କୋର୍ଟରେ ସ୍ଥଗିତ ନାହିଁ। ଏଣୁ ଏବେ କୋର୍ଟ ସ୍ୱତନ୍ତ୍ର ଡେଥ୍‌ ଓ୍ଵାରେଣ୍ଟ ଜାରି କରିବାକୁ ସମର୍ଥ।

Image result for nirbhaya-case-court-sinful-to-execute-the-convicts-when-law-permits-them-to-live

ପ୍ରକାଶ ଯେ ନିର୍ଭୟାର ଚାରି ଦୋଷୀ ଅକ୍ଷୟ, ମୁକେଶ ଓ ବିନୟ ନିଜ ଆଇନ୍‌ଗତ ଅଧିକାରକୁ ବ୍ୟବହାର କରିସାରିଛନ୍ତି। ମାତ୍ର ଚତୁର୍ଥ ଦୋଷୀ ପବନ ଏବେ ପର୍ଯ୍ୟନ୍ତ କ୍ୟୁରେଟିଭ୍‌ ଓ ଦୟା ପିଟିସନ୍‌କୁ ବ୍ୟବହାର କରିନାହିଁ। ତଥାପି ନିର୍ଭୟାର ଚାରି ଅଭିଯୁକ୍ତଙ୍କ ବିରୁଦ୍ଧରେ ଡେଥ୍‌ ଓ୍ଵାରେଣ୍ଟ ଜାରି କରିବାକୁ ଅନୁରୋଧ କରାଯାଇଛି।

Image result for nirbhaya-case-court-sinful-to-execute-the-convicts-when-law-permits-them-to-live

ମାତ୍ର କୋର୍ଟ ଏହି ପିଟିସନ୍‌କୁ ସହମତି ପ୍ରଦାନ କରିନାହାନ୍ତି। ପଟିଆଲା କୋର୍ଟ ଡେଥ୍‌ ଓ୍ଵାରେଣ୍ଟ ଜାରି କରିବାକୁ କରାଯାଇଥିବା ଅନୁରୋଧକୁ ଖାରଜ କରିଛନ୍ତି। ପଟିଆଲା ହାଇକୋର୍ଟର ଅତିରିକ୍ତ ବିଚାରପତି ଧର୍ମେନ୍ଦ୍ର ରାଣା କହିଛନ୍ତି ଯେତେବେଳେ ଆଇନ୍‌ ଦୋଷୀଙ୍କୁ ବଞ୍ଚିବାର ଅନୁମତି ଦେଇଛି ସେତେବେଳେ ସେମାନଙ୍କୁ ଫାଶୀ ଦେବା ପାପ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.