Below header

‘ଆଦିପୁରୁଷ’ରେ ପ୍ରଭାସଙ୍କ ବପକ୍ଷରେ ନଜର ଆସିପାରନ୍ତି ଏହି ଅଭିନେତ୍ରୀ, ଏମିତି ଚାଲିଛି ଚର୍ଚ୍ଚା

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ପ୍ରଭାସଙ୍କ ସହିତ କିଏ ବା କାମ କରିବାକୁ ଚାହେଁ ନାହିଁ। ପ୍ରଭାସଙ୍କ ଫିଲ୍ମ ସାହୋ ବକ୍ସ ଅଫିସରେ ବେଶ୍ କିଛି କମାଲ କରିନ ପାରୁ ପଛେ କିନ୍ତୁ ପ୍ରଭାସଙ୍କ ଫାନ ଫଲୋୟର୍ସ କମ୍ ନାହାନ୍ତି। ଏବେ ପ୍ରଭାସ ଅପକମିଂ ଫିଲ୍ମ ଆଦିପୁରୁଷକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି। କିନ୍ତୁ ଏହି ଫିଲ୍ମରେ ପ୍ରଭାସଙ୍କ ଅପଜିଟିରେ କିଏ ନଜର ଆସିବେ, ତାହାକୁ ନେଇ ଚର୍ଚ୍ଚା ଚାଲିଛି। ଏହି ଫିଲ୍ମରେ ତାଙ୍କ ସହିତ ଅନୁଷ୍କା ଶର୍ମା ଆସିବେ ବୋଲି ଶୁଣିବାକୁ ମିଳିଥିଲା କିନ୍ତୁ ଏବେ କ୍ରିତି ସାନନ ନଜର ଆସିବା ନେଇ ଚର୍ଚ୍ଚା ଚାଲିଛି।

ସୂଚନାଯୋଗ, ଫିଲ୍ମର ହିରୋଇନକୁ ନେଇ ଅନୁଷ୍କା ଶର୍ମାଙ୍କ ନାମ ଚର୍ଚ୍ଚାରେ ରହିଥିଲା। କିନ୍ତୁ ଅନୁଷ୍କା ଏବେ ଗର୍ଭବତୀ ରହିଛନ୍ତି। ତା’ ପରେ ମଧ୍ୟ କିଆରା ଆଡଭାନୀଙ୍କ ନାମକୁ ନେଇ ବେଶ ଚର୍ଚ୍ଚା ଚାଲିଥିଲା। ତାଜା ସୂଚନା ମୁତାବକ, ଏବେ ଏହି ଫିଲ୍ମରେ କାମ କରିବା ପାଇଁ କ୍ରିତି ସାନନଙ୍କ ନାମ ଚର୍ଚ୍ଚାରେ ରହିଛି। ଏହାକୁ ନେଇ ଏପର୍ଯନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

adipurush

ପ୍ରଭାସଙ୍କ ଅପକମିଙ୍ଗ ଫିଲ୍ମ ଏକ ମଲ୍ଟିଷ୍ଟାର ଫିଲ୍ମ। ଫିଲ୍ମରେ ଅଜୟ ଦେବଗନ, ସୈଫ ଅଲ୍ଲୀ ଖାନ ଏବଂ କାଜୋଲ ପ୍ରମୁଖ ଭୂମିକାରେ ନଜର ଆସିବେ ବୋଲି ଖବର ମିଳିଛି। ଫିଲ୍ମରେ ସୈଫ ନେଗେଟିଭ ଚରିତ୍ରରେ ନଜର ଆସିବେ। ପ୍ରଭାସଙ୍କ ପାଖରେ ଆଉ ଏକ ଫିଲ୍ମ ରାଧେ ଶାମ ମଧ୍ୟ ରହିଛି। ଯେଉଁଥିରେ ତାଙ୍କ ବିପକ୍ଷରେ ପୂଜା ହେଗେଡ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.