ଦେଶରେ କମୁଛି ଦୈନିକ ଆକ୍ରାନ୍ତ ସଂଖ୍ୟା, ଗତ ୨୪ ଘଣ୍ଟାରେ ୪୬ ହଜାର ୯୬୪ ନୂଆ ଆକ୍ରାନ୍ତ ଚିହ୍ନଟ, ୪୭୦ ମୃତ

ନୂଆଦିଲ୍ଲୀ: ଦେଶରେ କରୋନାର ଦୈନିକ ଆକ୍ରାନ୍ତ ସଂଖ୍ୟା ଦିନ କୁ ଦିନ ହ୍ରାସ ପାଉଥିବା ନେଇ ଲକ୍ଷ କରାଯାଉଛି । ଶନିବାର ତୁଳନାରେ ଆଜି ଅର୍ଥାତ ରବିବାର ପାଖାପାଖି ୨ ହଜାର ମାମଲା କମିଥିବା ନେଇ ଲକ୍ଷ କରାଯାଇଛି । ଶନିବାର ୪୮ ହଜାର ୬୪୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୪୬ ହଜାର ୯୬୪କୁ ଖସି ଆସିଛି । ଯେବେକି ଗୋଟିଏ ଦିନ ଭିତରେ ୪୭୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ହୋଇଛି । ଏହାକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୨ ହଜାର ୧୧୧ ରେ ପହଂଚିଛି । ଆଜିର ଚିହ୍ନଟ ସଂଖ୍ୟାକୁ ମିଶାଇ ଦେଶରେ ଆକ୍ରାନ୍ତ ସଂଖ୍ୟା ୮୧ ଲକ୍ଷ ୮୪ ହଜାର ୦୮୩ରେ ପହଁଚିଥିବା ନେଇ ରେକର୍ଡ ହୋଇଛି ।

ରିପୋର୍ଟ ଅନୁଯାୟୀ, ଦେଶରେ ସକ୍ରିୟ ମାମଲା ଓ ଭାଇରସରୁ ସୁସ୍ଥ ସଂଖ୍ୟା ମଧ୍ୟରେ ଏକ ବଡ ଅନ୍ତର ଆସିଥିବା ନେଇ ଲକ୍ଷ କରାଯାଇଛି ।ଦେଶରେ ଏବେ ୫ ଲକ୍ଷ ୭୦ ହଜାର ୪୫୮ ସକ୍ରିୟ ମାମଲା ଥିବା ବେଳେ ୭୪ ଲକ୍ଷ ୯୧ ହଜାର ୫୧୩ ଜଣ ଜଣ ସୁସ୍ଥ ହୋଇ ଫେରିଛନ୍ତି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.