ବଲିଉଡର ଏହି ଫିଲ୍ମରେ ପ୍ରଥମ ଥର ଦେଖା ଯାଇଥିଲା କିସିଂ ସିନ୍, ଏମିତି ହୋଇଥିଲା ଏହାର ସୁଟିଂ

ବଲିଉଡ ଫିଲ୍ମରେ ଯଦି କିସିଂ ସିନ୍ ବା ରୋମାଣ୍ଟିକ ସିନ ନ ରହେ,ତେବେ ଫିଲ୍ମ ଅଧୁରା ଲାଗିଥାଏ । ହେଲେ ଗୋଟିଏ ସମୟ ଥିଲା ଯେତେବେଳେ ହିରୋ-ହିରୋଇନଙ୍କ ମଧ୍ୟରେ ରୋମାନ୍ସ ସିନ୍ ବହୁତ ଭାବି ଚିନ୍ତି କରାଯାଉଥିଲା । ୫୦-୬୦ ଦଶକରେ କିଛି ଏମିତି ସିନ୍ ଅଛି ଯେଉଁଠି ହିରୋ-ହିରୋଇନଙ୍କୁ ଅତି ନିକଟରୁ ଦେଖାଯାଇଛି । ରୋମାନ୍ସ ଓ ବୋଲ୍ଡ ସିନ ତ ଦେଖାଯିବା ତ ଦୂରର କଥା । ଆଜିକାଲି ଫିଲ୍ମରେ ବହୁତ ବୋଲ୍ଡ ସିନ ଦେଖାଯାଉଛି । ହେଲେ ଆପଣ ଜାଣନ୍ତି କି ହିନ୍ଦୀ ଫିଲ୍ମରେ ପ୍ରଥମ କିସିଂ ସିନ୍ କେବେ,କେଉଁ ଫିଲ୍ମରେ କେମିତି କରାଯାଇଥିଲା ।
ଏହି ଫିଲ୍ମରେ ସୁଟିଂ ହୋଇଥିଲା ପ୍ରଥମ କିସିଂ ସିନ୍ :
ବଲିଉଡର ପ୍ରଥମ କିସ ସିନ ୧୯୩୩ ମସିହା ହୋଇଥିବା ଫିଲ୍ମ ‘କର୍ମା’ ରେ ସୁଟ ହୋଇଥିଲା । ଏହି ସିନକୁ ଅଭିନେତ୍ରୀ ଦେବୀକା ରାନୀ ଓ ଅଭିନେତା ହିମାଂଶୁ ରାୟ ଙ୍କ ମଧ୍ୟରେ ସୁଟ କରାଯାଇଥିଲା ।
୪ ମିନିଟ ଥିଲା ବଲିଉଡର ପ୍ରଥମ କିସ୍ ସିନ :
ଫିଲ୍ମରେ କର୍ମା ରେ ଦେଖାଯାଇଛି ଯେ କିସିଂ ସିନ ସେ ସମୟର ସବୁଠୁ ଲମ୍ବା ରୋମାଣ୍ଟିକ ସିନ ଥିଲା । ଏଥିରେ ଦେବୀକା ହିରୋ ହିମାଂଶୁଙ୍କୁ କିଛି କିଛି ସମୟ ବ୍ୟବଧାନରେ କେତେଥର କିସ୍ କରିଥିଲେ । ଏହି ସିନ ପ୍ରାୟ ୪ ମିନିଟ ଯାଏ ଚାଲିଥିଲା । ଏହି ସିନ କୌଣସି ଲଭ ମେକିଂ ସିନ ନଥିଲା ବରଂ ହିରୋ ବେହୋସ ହୋଇଯାଉଥିଲେ । ତାଙ୍କୁ ହୋସରେ ଆଣିବା ପାଇଁ ହିରୋଇନ କିସ କରି ହୋସରେ ଆଣୁଥିଲେ । ଏହି ସିନ ବଲିଉଡ ଫିଲ୍ମ ଇତିହାସରେ ପ୍ରଥମ କିସିଂ ସିନ୍ ।
କେମିତି କରାଯାଇଥିଲା କିସ୍ର ସୁଟିଂ :
କର୍ମା ଫିଲ୍ମରେ ଏହି କିସିଂ ସିନକୁ ନେଇ ଫିଲ୍ମ ନିର୍ମାତା, ଅଭିନେତା ଓ ଅଭିନେତ୍ରୀଙ୍କୁ ବହୁତ କିଛି ଶୁଣିବାକୁ ପଡ଼ିଥିଲା । ଏପରିକି ଫିଲ୍ମକୁ ବ୍ୟାନ ମଧ୍ୟ କରି ଦିଆଯାଇଥିଲା । ସେ ସମୟରେ ପରଦାରେ ଅଭିନୟ କରିବା ବହୁତ ବଡ଼ କଥା ଥିଲା । ହେଲେ ଅଭିନେତା ହିମାଂଶୁ ରାୟ ଓ ଦୀପିକା ରାନୀ ଏହା କରି ବଡ଼ କାମ କରିଥିଲେ । ଦେବୀକା ଓ ହିମାଂଶୁ ପତି-ପତ୍ନୀ ଥିଲେ । ତେଣୁ ତାଙ୍କୁ ଏହି ସିନ କରିବା ପାଇଁ କୌଣସି ଅସୁବିଧା ନଥିଲା ।
ଦେବୀକା ରାନୀଙ୍କୁ ଦିଆଯାଇଥିଲା ପଦ୍ମଶ୍ରୀ ପୁରସ୍କାର :
୧୯୭୦ ରେ ଦାଦା ସାହେବ ଫାଲକେ ଆଓ୍ଵାର୍ଡର ଆରମ୍ଭ ହୋଇଥିଲା । ଏହା ଭାରତୀୟ ସିନେମାର ସବୁଠୁ ବଡ଼ ଆଓ୍ଵାର୍ଡ । ଏହାର ପ୍ରଥମ ବିଜେତା ଥିଲେ ଦେବୀକା ରାନୀ । ଫିଲ୍ମ ଇଣ୍ଡଷ୍ଟ୍ରିଜର ପ୍ରଥମ ମହିଳା ଯିଏ ପାଇଥିଲେ ପଦ୍ମଶ୍ରୀ ଆଓ୍ଵାର୍ଡ ।