ଟାଟୁ କାହିଁକି କରିବେନି ? ଟାଟୁ କରିବା ଦ୍ୱାରା କିଛି ସମସ୍ୟା ହୋଇଥାଏ କି ?

ଏବେ ଟାଟୁ ବନାଇବା ଏକ ନୂଆଁ ଟ୍ରେଣ୍ଡ ପାଲଟି ଗଲାଣି । ଶରୀରରେ ନିଜଡ ପସନ୍ଦର ସ୍ଥାନରେ ଟାଟୁ ବନାଉଛନ୍ତି ଲୋକେ । ଏମିତିକି ଜଣକଠାରୁ ଅନ୍ୟଜଣେ ବି ମନ କରୁଛି ଏପରି କରିବାକୁ । କିନ୍ତୁ ଏହି ଟାଟୁ କରିବା ଦ୍ୱାରା କଣ ସମସ୍ୟା ଉପୁଜିପାରେ ଯାହାକୁ ନେଇ ଦ୍ୱନ୍ଦରେ ରହନ୍ତି ଲୋକେ । ସେଥିପାଇଁ ମନ ବି ମଉଳିଯାଏ । କେହି କେହି କହନ୍ତି କି ଟାଟୁ କରିବା ଦ୍ୱାରା ଚାକିରିରେ ସମସ୍ୟା ହୁଏ ଆଉ କେହି କେହି କହିଥାନ୍ତି କି ବ୍ଲଡ ଡୋନେଟ କରିପାରିବ ନାହିଁ । କିନ୍ତୁ ଡକ୍ଟର କଣ କହୁଛନ୍ତି ଜାଣିବା ।

ଡବ୍ଲୁଏଚଓର ଏକ ରିପୋର୍ଟ ହିସାବରେ ଏମିତି ନୁହେଁ ଯେ ଥରେ ଜଣେ ଟାଟୁ ଯଦି କରୁଛି ତେବେ ଜୀବନ ସାରା ସେ ବ୍ଲଡ ଦେଇପାରିବ ନାହିଁ । ଟାଟୁ କରିବା ପରେ ବି ଜଣେ ବ୍ୟକ୍ତି ସହଜରେ ବ୍ଲଡ ଦେଇପାରିବ । କିନ୍ତୁ ରିପୋର୍ଟରେ ଏହା କୁହାଯାଇଛି କି ଯଦି ଜମେ ପାଖାପାଖି ସମୟରେ ଟାଟୁ କରିଛି ତ ସେ ରକ୍ତ ଦେଇପାରିବ ନାହିଁ । ଏ କଥା କୁହାଯାଇଛି କି ଟାଟୁ କରିବାର ୬ମାସ ଯାଏଁ ବ୍ଲଡ ଡୋନେଟ କରିପାରିବ ନାହିଁ ହେଲେ ଟାଟୁ କରିବାର ୬ମାସ ପରେ ବ୍ୟକ୍ତିଜଣକ ବ୍ଲଡ ଦେଇପାରିବ । ଏହାଛଡା ଯଦି ଜଣେ ବ୍ୟକ୍ତି ପିୟରସିଙ୍ଗ କରିଛନ୍ତି ତେବେ ସେ ମଧ୍ୟ ବ୍ଲଡ ଡୋନେଟ କରିପାରିବ ନାହିଁ ।

ହଁ ଏମିତି ହୋଇପାରେ କି ଯଦି ଜଣେ କେହି ବଡି ପିୟରସିଗ କୌଣସି ହେଲ୍ଥ ପ୍ରଫେସନାଲ ଓ ପିୟରସିଙ୍ଗରୁ ହେଉଥିବା ଦରଜ ଫୁଲିବା ଆଦି ଠିକ ହୋଇଯାଇଥିବ ତେବେ ଏହା କରିବାର ପ୍ରାୟ ୧୨ଘଣ୍ଟା ପରେ ବି ବ୍ଲଡ ଦେଇପାରିବେ । ଏତିପାଇଁ ଯଦି ଆପଣ ବ୍ଲଡ ଡୋନେଟ କରିବାକୁ ଚାହିଁବେ ତେବେ ଏହି କଥାର ନିଶ୍ଚୟ ଧ୍ୟାନ ରଖନ୍ତୁ ।

ଏହା ଉପରେ ଏସିଆନ ହସ୍ପିଟାଲର ଏସୋସିଏଟ ଡାଇରେକ୍ଟର ଡକ୍ଟର ଉମା ରାନୀଙ୍କ କହିବା କଥା କି ଯଦି କୌଣସି ବ୍ୟକ୍ତି ଟାଟୁ କରିଛନ୍ତି ତେବେ ସେ ବର୍ଷକ ଯାଏଁ ବ୍ଲଡ ଡୋନେଟ କରିପାରିବେନାହିଁ । ଟାଟୁକୁ ମଲ୍ଟିପଲ ପିୟରସିଙ୍ଗ ମାନା ଯାଏ । ତେଣୁ କିଛି ଦିନର ଅପେକ୍ଷା କରିବାର ଆବଶ୍ୟକତା ରହିଛି । ଏହା ଛଡା ଶରୀରରେ ଯଦି କୌଣସି ସ୍ଥାନରେ ଛୋଟ ସର୍ଜରୀ ବି ହୋଇଥିବା ତେବେ ତ ବ୍ଲଡ ଡୋନେଟ ପାଇଁ ଅପେକ୍ଷା କରିବାକୁ ପଡିବ ।

ଦିଲ୍ଲୀର ପିଏସଆରଆଇ ହସ୍ପିଟାଲର ଡକ୍ଟର ବିନୀତା ସିଂ ଟଣ୍ଡନ କହିଛନ୍ତି କି ଯଦି କୌଣସି ବ୍ୟକ୍ତି ଟାଟୁ କରିଛନ୍ତି ତେବେ ୬ମାସ ଯାଏଁ ବ୍ଲଡ ଡୋନେଟ କରିପାରିବ ନାହିଁ । କାରଣ ନିଡିଲରେ ବହୁତ ପିୟରସିଂ ହୋଇଥାଏ ଏବଂ ଏହା ଇନଫେକ୍ସନ ମଧ୍ୟ ବଢାଇପାରେ । ତେଣୁ ଏଥିରେ ଏଚ ଆଇ ବି, ହେପାଟାଇଟିସ ବି, ଆଦି ହେବାର ସମ୍ବାବନା ଯଥେଷ୍ଟ । ଏବଂ ଏହା ଟ୍ରାନ୍ସମିସବଲ ହୋଇଥାଏ । ଫଳରେ ରୋଗ ଆଉଜଣକୁ ହେବାର ସମ୍ଭାବନା ବଢିଯାଏ । କିନ୍ତୁ ଯଦି କେହି ହେଲ୍ଥ ଏକ୍ସପର୍ଟଙ୍କଠୁ ଏହା କରାଇଛନ୍ତି ତେବେ କୌଣସି ସମସ୍ୟା ନାହିଁ । କିନ୍ତୁ ଯଦି ଅନ୍ୟକେଉଁଠୁ ବି କରାଇଛନ୍ତି ତେବେ ଅପେକ୍ଷା କରିବା ଉଚିତ । ଏହା ସହ ଯେଉଁଲୋକଙ୍କୁ ଜ୍ୱର, କାଶ, ଥଣ୍ଡା ଆଦି ରହିଛି ତେବେ ବ୍ଲଡ ଡୋନେଟ ଠାରୁ ଦୂରରେ ରହିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.