ବଡ ପରଦାରେ ଦେଖାଦେବେ “କ୍ୟାପଟେନ ବ୍ୟୋମ”, ବଡ ବଜେଟରେ ତିଆରି ହେବ ଫିଲ୍ମ

୯୦ ଦଶକରେ ଯେଉଁମାନେ ଜନ୍ମ ନେଇଥିବେ ସେମାନଙ୍କର ଦେଶରେ ପ୍ରଥମ ଥର ପାଇଁ ରିଲିଜ ହୋଇଥିବା ସାଇନ୍ସ ଫିକ୍ସନ ସ୍ପେସ ସୁପରହିରୋ “କ୍ୟାପଟେନ ବ୍ୟୋମ” ନିଶ୍ଚିତ ଭାବେ ମନେ ଥିବ । ହଁ, ବ୍ରହ୍ମାଣ୍ଡର ସେହି ରକ୍ଷକ ଯିଏ ଦୂରଦର୍ଶନରେ ଟାଇମ ଟ୍ରାଭେଲ ବାବଦରେ କଥା କହୁଥିଲେ । ସେ ଏବେ ପୁଣି ଥରେ ପରଦା ଉପରକୁ ଆସିବାକୁ ଯାଉଛନ୍ତି । ହଁ ଆପଣ ନିଶ୍ଚିତ ଭାବେ ଠିକ ଶୁଣିଛନ୍ତି ।
ସ୍ପେସ ୱାରିୟର ଦୀର୍ଘ ୨୨ ବର୍ଷ ପରେ ପୁଣି ଥରେ ପରଦା ଉପରକୁ ଆସିବାକୁ ଯାଉଛି । ମିଡ଼ିଆ ରିପୋର୍ଟ ଅନୁସାରେ ଏହାର ନିର୍ମାତା ମାନେ ଏହାକୁ ପାଞ୍ଚ ଭାଗ ବିଶିଷ୍ଟ ଫିଚର ଫିଲ୍ମ ଫ୍ରାଞ୍ଚାଇଜି ସହ ପାଞ୍ଚ ଅଧ୍ୟାୟର ୱେବ ସିରିଜ ଭାବରେ ଲଞ୍ଚ କରିବା ନେଇ ଯୋଜନା ଚଳାଇଛନ୍ତି । ୟାମଧ୍ୟରେ ୯୦ ଦଶକର ସବୁ ଠାରୁ ଲୋକପ୍ରିୟ ସିରିଏଲ “ଶକ୍ତିମାନ” ବଡ଼ ପରଦାରେ ରିଲିଜ ହେବାକୁ ଯାଉଛି । ଯାହାକୁ ଦେଖିବା ପାଇଁ ପିଲାମାନେ ସମୟ ହେବା ଆଗରୁ ଟିଭି ସାମ୍ନାରେ ବସି ପଡୁଥିଲେ । ସେ ସମୟରେ ଏହି ଶୋ’ ଛୋଟ ରୁ ବଡ ସମସ୍ତଙ୍କର ମନୋରଂଜନ କରିପାରିଥିଲା ।
ଏଥିରେ ମୁକେଶ ଖାନ୍ନା ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହି ଶୋ’ର ଲୋକପ୍ରିୟତା ଦେଖି ମାର୍ବଲ ସିନେମାଟିକ୍ ୟୁନିଭର୍ସରେ ସାମିଲ କରାଯାଇଥିଲା । ଯାହାର ଲିଡ ରୋଲରେ ବଲିଉଡରେ ଜଣାଶୁଣା କଳାକାରଙ୍କ ନାମ ଆସିବା ଶୁଣିବାକୁ ମିଳୁଛି। ଶୁଣିବାକୁ ମିଳୁଛି କି, ରଣବୀର ସିଂ ଏହି ଭୂମିକାରେ ନଜର ଆସିପାରନ୍ତି। ରଣବୀର ଏହି ଅଫର ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ରଣବୀର ଫିଲ୍ମ ପାଇଁ ସାଇନ କରିନାହାନ୍ତି। ମୁକେଶ ଖାନ୍ନା ଏହି ଖବରକୁ ନେଇ ମୁହଁ ଖୋଲିନାହାନ୍ତି। କିନ୍ତୁ ଏହି ଖବରକୁ ଖଣ୍ଡନ ମଧ୍ୟ କରିନାହାନ୍ତି।