Below header

ଲୋକପ୍ରିୟ ଅଭିନେତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ, ଭୟଙ୍କର ମାଡ଼ ମାରିବାପରେ ମନ ବୁଝିଲାନି ଦୁର୍ବୃତ୍ତମାନେ କଲେ ଏଭଳି ଅତ୍ୟାଚାର

ରାସ୍ତାରେ ମହିଳାମାନେ ଯାତାୟାତ କରିବାକୁ ଆଉ ସୁରକ୍ଷିତ ମଣୁନାହାନ୍ତି। କୋଉଠି ମହିଳାଙ୍କୁ ଆକ୍ରମଣ ହେଲାଣି ତ ଆଉ କେଉଠି ଏସିଡ୍‌ ଫିଙ୍ଗାଗଲାଣି। ଗତକାଲି ଛତିଶଗଡ଼ରେ ଏକ ସେହିଭଳି ଘଟଣା ଦେଖିବାକୁ ମିଳିଛି। କୌଣସି ସାଧାରଣ ଝିଅ ନୁହେଁ ବରଂ ଜଣେ ଅଭିନେତ୍ରୀ ଏଭଳି ଆକ୍ରମଣର ଶିକାର ହୋଇଛନ୍ତି।

ଛତିଶଗଡ଼ର ଦୁର୍ଗ ଜିଲ୍ଲାର ଭିଲାଇ ସହରସ୍ଥିତ ସୁପେଲା ଥାନା ଅନ୍ତର୍ଗତ ଅଞ୍ଚଳରେ ଶନିବାର କିଛି ଦୁର୍ବୃତ୍ତ ଛତିଶଗଡ଼ି ଫିଲ୍ମ ଅଭିନେତ୍ରୀ ମାୟା ସାହୁଙ୍କୁ ଭୟଙ୍କର ମାଡ଼ ମାରିବା ପରେ ତାଙ୍କ ଉପରକୁ ତରଳ ପଦାର୍ଥ ଫିଙ୍ଗି ଫେରାର ହୋଇଯାଇଛନ୍ତି। ମାୟାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ତେବେ ପୋଲିସର କହିବାନୁସାରେ ମାୟାଙ୍କ ଉପରକୁ ଫିଙ୍ଗାଯାଇଥିବା ତରଳ ପଦାର୍ଥ ଏସିଡ୍‌ ନୁହେଁ।

ଏହାସହ ପଢ଼ନ୍ତୁ: ବିମାନରେ ଚାଲିଗଲା ୪ ମାସର ଶିଶୁର ଜୀବନ, ଜାଣିପାରିଲେନି ପରିବାର ଲୋକେ

ମାୟାଙ୍କ ଅଭିଯୋଗମୁତାବକ, ଶନିବାର ରାତିରେ ମାୟା ସାହୁ ତାଙ୍କ ସାଙ୍ଗ ଘରକୁ ଚାଲି ଚାଲି ଯାଉଥିଲେ। ଏହି ସମୟରେ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ମାଡ଼ ମାରିବା ସହ ଗାଳି ଦେଇଥିଲେ। ଏତିକିରେ ତାଙ୍କ ମନ ବୁଝିନଥିଲା ସେ ମାୟାଙ୍କ ଉପରକୁ କିଛି ତରଳ ପଦାର୍ଥ ମଧ୍ୟ ଫିଙ୍ଗିଦେଇ ଚାଲିଯାଇଥିଲେ। ତା’ପରେ ମାୟାଙ୍କ ଶରୀରରେ ଜଳାପୋଡ଼ା ହୋଇଥିଲା। କିନ୍ତୁ ଘରେ ଯାଇ ଧୋଇ ହୋଇଯିବା ପରେ ପୋଡ଼ାକମିଥିଲା। ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏବେ ପୋଲିସ ଘଟଣାର ଯାଞ୍ଚ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.