ପଡ଼ିଆ ଭିତରକୁ ପଶିଆସିଥିବା ନିଜ ଦିଓ୍ଵାନା ଫ୍ୟାନ୍‌ଙ୍କ ପାଇଁ ଢାଲ ବନିଲେ ବିରାଟ କୋହଲି, ସୁରକ୍ଷାକର୍ମୀଙ୍କଠାରୁ ବଞ୍ଚାଇଲେ, ଦେଖନ୍ତୁ ଭିଡିଓ

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ନା କେବଳ ଭାରତରେ, ବରଂ ପୂରା କ୍ରିକେଟ୍‌ ଜଗତରେ ଖୁବ୍‌ ପସନ୍ଦ କରାଯାଉଛି। ଯୁବା କ୍ରିକେଟ୍‌ ପ୍ରଶଂସକମାନେ ବିରାଟଙ୍କୁ ନିଜର ସବୁଠାରୁ ବଡ଼ ଆଦର୍ଶ ବୋଲି ମାନୁଛନ୍ତି। ଆଉ ତାଙ୍କ ପାଗଳପଣ ବିରାଟଙ୍କୁ ଦେଖୁ ଦେଖୁ ଆସିଯାଉଛି।

ଏହାସହ ପଢ଼ନ୍ତୁ: ବବି ଲେଶଲେଙ୍କ ସହ ରିଲେଶନ୍‌ଶିପରେ ଅଛନ୍ତି WWE ଷ୍ଟାର୍‌ ଲାନା, କହିଲେ, ତାଙ୍କ ପେଟରେ ବଢ଼ୁଛି ସ୍ୱାମୀ ରୁସେବଙ୍କ ରାକ୍ଷସ ପିଲା, ଦେଖନ୍ତୁ ଭିଡିଓ

କୋହଲିଙ୍କ ଫ୍ୟାନ୍‌ ଫଲୋଇଙ୍ଗ୍‌ ଆଜିକା ଦିନରେ ବହୁତ ବଢ଼ିଯାଇଛି। ସେ ବିଶ୍ୱର କୌଣସି ବି କୋଣରେ ଖେଳନ୍ତୁ, ସେଠାରେ ତାଙ୍କ ଫ୍ୟାନ୍ସ ସୃଷ୍ଟି ହେଉଛନ୍ତି। ବିଶ୍ୱ କ୍ରିକେଟ୍‌ର ଜଣେ ସଫଳତମ ବ୍ୟାଟ୍ସମ୍ୟାନ୍‌ ବିରାଟଙ୍କର କିଛି କ୍ରେଜି ଫ୍ୟାନ୍ସ ଅଛନ୍ତି, ଯେଉଁମାନେ ତାଙ୍କୁ ଦେଖିବା ପାଇଁ ପଡ଼ିଆ ପଯ୍ୟର୍ନ୍ତ ଚାଲିଆସୁଛନ୍ତି। ଆଉ ମୌକା ମିଳିଲେ ସୁରକ୍ଷା ଘେରାକୁ ଭାଙ୍ଗିବାକୁ ବି ପଛାଉନାହାନ୍ତି।

ଏହାସହ ପଢ଼ନ୍ତୁ: ସାନିଆ ମିର୍ଜାଙ୍କୁ ହାଏ ହାଏ ମିର୍ଚ୍ଚି କହିଲେ ଯୁବରାଜ ସିଂହ, ଏମିତି ରିପ୍ଲାଏ ଦେଲେ ଟେନିସ୍‌ ଷ୍ଟାର

ଏମିତି ହିଁ ଏକ ଘଟଣା ପୁଣିଥରେ ଦେଖିବାକୁ ମିଳିଛି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଦୁଇଟି ଟେଷ୍ଟ ସିରିଜ୍‌ ମ୍ୟାଚ୍‌ରୁ ଗୋଟିଏ ମ୍ୟାଚ୍‌ ଇନ୍ଦୋରର ହୋଲ୍‌କର କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ର ତୃତୀୟ ଦିନ ଡ୍ରିଙ୍କସ୍‌ ବ୍ରେକ୍‌ ସମୟରେ ବିରାଟ କୋହଲିଙ୍କୁ ଭେଟିବା ପାଇଁ ଜଣେ ଫ୍ୟାନ୍‌ ପଡ଼ିଆ ଭିତରକୁ ପଶିଆସିଥିଲେ।

ଏହାସହ ପଢ଼ନ୍ତୁ: ପିଲାମାନଙ୍କ ସହ କ୍ରିକେଟ ଖେଳିଲେ ବିରାଟ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

ସେ ବିରାଟଙ୍କ ନାଁକୁ ନିଜ ଶରୀରରେ ପେଣ୍ଟ୍‌ କରିଥିଲେ। କୌଣସି ବି ପ୍ରକାରେ ସେ ବିରାଟଙ୍କ ଗୋଡ଼କୁ ଛୁଇଁବାକୁ ଚାହୁଁଥିଲେ। ଏହି ସମୟରେ ସୁରକ୍ଷା କର୍ମୀ ଖୁବ୍‌ ଜୋର୍‌ରେ ବିରାଟଙ୍କ ଫ୍ୟାନ୍‌ଙ୍କ ପାଖରେ ପହଞ୍ଚିଥିଲେ ଏବଂ ତାଙ୍କୁ ବାହାରକୁ ବାହାର କରିବାକୁ ଚାହୁଁଥିଲେ।
କିନ୍ତୁ ସେଠାରେ ବିରାଟ ଯାହା କରିଥିଲେ, ତାହା ସମସ୍ତଙ୍କ ହୃଦୟ ଜିତିଥିଲା। ସୁରକ୍ଷା କର୍ମୀ ଫ୍ୟାନ୍‌ଙ୍କୁ ବାହାର କରୁଥିବା ବେଳେ ବିରାଟ ତାଙ୍କ ଢାଲ ବନି ବଞ୍ଚାଇଥିଲେ। କେବଳ ଏତିକି ନୁହେଁ, ସେ ସୁରକ୍ଷା କର୍ମୀଙ୍କୁ ଧୀରେ ନେଇଯିବାକୁ ଏବଂ କିଛି ନ କରିବାକୁ ଅପିଲ୍‌ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.