Below header

ଉଦଯାପିତ ହେଲା ରାଜ୍ୟସ୍ତରୀୟ ସୁରଭି କାର୍ଯ୍ୟକ୍ରମ, ପିଲାଙ୍କ କଳାକୌଶଳକୁ ବୁଲି ଦେଖି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୧୯ ଉଦଯାପିତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଯାପନୀ ଉତ୍ସବରେ ଯୋଗ ଦେଇ ପିଲାମାନଙ୍କ ପାଇଁ ‘ସୁରଭି’ ପ୍ରତିଭା ଦେଖାଇବାର ସୁଯୋଗ ସୃଷ୍ଟି କରିଥିବା କହିଛନ୍ତି। ଏହା ସହ ଜ୍ଞାନକୁ କେବଳ ସ୍କୁଲ ବହି ଭିତରେ ସୀମିତ ନରଖି ଅପଡେଟ କରିବାକୁ ପରାମର୍ଶ ଦେଇଛନ୍ତି। ନିଜ ମନପସନ୍ଦର ବିଷୟରେ ଉତ୍କର୍ଷ ପ୍ରଦର୍ଶନ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି। ଶେଷରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ମୁଖ୍ୟମନ୍ତ୍ରୀ।

ଏହା ପୂର୍ବରୁ ନବୀନ ପିଲାମାନଙ୍କ ଷ୍ଟଲ ବୁଲି ଦେଖିବା ସହ ତୁଳୀରେ ନିଜ ହାତରେ ଚିତ୍ର ଅଙ୍କନ କରିଥିଲେ। ଉଦଯାପନୀ ଉତ୍ସବରେ ମନ୍ତ୍ରୀ ସମୀର ଦାଶ, ଅଶୋକ ପଣ୍ଡା ଯୋଗ ଦେଇଥିଲେ। ଭୁବନେଶ୍ୱର ୟୁନିଟ ୮ ବାଳକ ବିଦ୍ୟାଳୟରେ ୧୪ ତାରିଖ ଶିଶୁ ଦିବସରେ ସୁରଭି ଉଦଘାଟିତ ହୋଇଥିଲା । ଏହି ମହୋତ୍ସବରେ ୩୦ଟି ଜିଲ୍ଲାରୁ ଛାତ୍ରଛାତୀମାନେ ଯୋଗ ଦେଇଥିଲେ । ବିଭିନ୍ନ ପ୍ରକାର କଳା, ଚିତ୍ରାଙ୍କନ, ଟେରାକୋଟା, ଚାନ୍ଦୁଆ ଓ ପ୍ରୋଜେକ୍ଟ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶନ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଆଗକୁ ବଢିବା ପାଇଁ ଉତ୍ସାହିତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.