Below header

‘ଅଂଗ୍ରେଜୀ ମିଡିୟମ୍‌’ ପରେ ଆସିବାକୁ ଯାଉଛି ‘ଚାଇନିଜ ମିଡିୟମ୍‌’! ଜାଣନ୍ତୁ କାହିଁକି ଦିଆଗଲା ଏଭଳି ଟାଇଟଲ

ହିନ୍ଦୀ ମିଡିୟମ୍‌ ଓ ଅଂଗ୍ରେଜୀ ମିଡିୟମ୍‌ ପରେ ଏବେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଆସୁଛି ଚାଇନିଜ୍‌ ମିଡିୟମ୍‌। ୨୦୧୭ ରେ ଆସିଥିବା ଏହି ଫିଲ୍ମ ଚୀନ୍‌ରେ ଖୁବ୍‌ ଭଲ ପ୍ରଦର୍ଶନ କରିଥିଲା। ଫିଲ୍ମ ଦେଖି ନିର୍ମାତା ମଧ୍ୟ ବେଶ୍‌ ଉତ୍ସାହିତ ହୋଇଛନ୍ତି। କୁହାଯାଉଛି ଯେ ଅଂଗ୍ରେଜୀ ମିଡିୟମ୍‌ ମଧ୍ୟ କିଛି ମାସ ଭିତରେ ରିଲିଜ୍‌ ହେବ।

angrezi medium

ଏହି ସିରିଜ୍‌ର ନିର୍ମାତା ଦିନେଶ ବିଜାନ ସୂଚନା ଦେଇ କହିଛନ୍ତି ଯେ ହିନ୍ଦୀ ମିଡିୟମ୍‌ ଚୀନ୍‌ରେ ରିଲିଜ୍‌ ହେବା ପରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ଅଂଗ୍ରେଜୀ ମିଡିୟମ୍‌ ମଧ୍ୟ କିଛି ଦିନ ଭିତରେ ସେଠାରେ ରିଲିଜ୍‌ ହେବ। ୨୦୧୮ ଏପ୍ରିଲ ୪ ତାରିଖରେ ଫିଲ୍ମ ରିଲିଜ୍‌ ହେବାର ଚାରି ସପ୍ତାହ ପରେ ମୁଁ ସେଠାକୁ ଯାଇଥିଲି। ସେଠାରେ ଏକ ରୋସ୍ତୋରାଁରେ ଖାଇବା ବେଳେ ଜଣେ ୱେଟର ଯେତେବେଳେ ଜାଣିଲେ ଯେ ମୁଁ ହିନ୍ଦୀ ମିଡିୟମ୍‌ର ନିର୍ମାତା ବୋଲି ସେ ମୋ ପାଖକୁ ଦୌଡ଼ିଆସିଥିଲେ। ସେ କହିଥିଲେ ଯେ ମୁଁ ମୋ ପୁଅ ସହ ଆପଣଙ୍କ ଫିଲ୍ମ ଦେଖିଛି। ଏହି ଘଟଣା ପରେ ସେ ଚାଇନିଜ୍‌ ମିଡିୟମ୍‌ ନିର୍ମାଣ କରିବାକୁ ଚିନ୍ତା କରିଥିବା କହିଛନ୍ତି।

angrezi medium2

ଭାଷାକୁ ନେଇ ଚୀନ୍‌ ଲୋକମାନେ ସାରା ଦୁନିଆରେ ଯେଉଁ ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେ ନେଇ ବିଜାନ କହିଛନ୍ତି ଯେ ବର୍ତ୍ତମାନ ଚୀନ୍‌ର ଲୋକେ ସାରା ଦୁନିଆରେ ରହିଛନ୍ତି ଓ ଭାଷାକୁ ନେଇ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତଥାପି ସେମାନେ ନିଜ ପିଲାଙ୍କୁ ବିଦେଶକୁ ପଢ଼ିବାକୁ ପଠାଉଛନ୍ତି। ମୋ ଅନୁସାରେ ଦୁନିଆରେ ଏବେ ଚାଇନିଜ୍‌ ମିଡିୟମ୍‌ର ମଧ୍ୟ ଆବଶ୍ୟକତା ରହିଛି।

angrezi medium3

ତେବେ ହୋମୀ ଅଡଜାନିଆଙ୍କ ନିର୍ଦ୍ଦେଶିତ ଅଂଗ୍ରେଜୀ ମିଡିୟମ୍‌ରେ ଇରଫାନ୍‌ ଖାନ୍‌, ରାଧିକା ମଦନ, କରୀନା କପୁର ଖାନ୍‌ ଓ ଦୀପକ ଡୋବରିୟାଲ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଫିଲ୍ମ ମାର୍ଚ୍ଚ ୧୩ ତାରିଖରେ ରିଲିଜ୍‌ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.