କରୋନା ଭାଇରସ୍‌ ଯୋଗୁ ଭାରତ ସମେତ ସାରା ବିଶ୍ୱରେ ସେୟାର ମାର୍କେଟ୍‌ରେ ହାହାକାର, ଖସିଲା ସେନସେକ୍ସ

ସେୟାର ବଜାରରେ ହଲଚଲ । ଖସିଲା ସେନସେକ୍ସ । କରୋନା ଭାଇରସ୍‌ ଯୋଗୁ ଭାରତ ସମେତ ସାରା ବିଶ୍ୱରେ ସେୟାର ମାର୍କେଟ୍‌ରେ ହାହାକାର । କରୋନାକୁ WHO ମହାମାରୀ ଘୋଷଣା କରିବା ପରେ ପୂରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ବଡ଼ ଧରଣର ହ୍ରାସ ହୋଇଛି । ଆଜି ସେୟାର ବଜାର ଖୋଲିବା ମାତ୍ରେ ୧୭ ଶହ ପଏଣ୍ଟ ତଳକୁ ଖସିଥିଲା ସେନ୍‌ସେକ୍ସ । ଏବେ ସେନ୍‌ସେକ୍ସ ପାଖାପାଖି ୨୬ ଶହ ପଏଣ୍ଟ ରହିଛି । ସେନ୍‌ସେକ୍ସ ୩ ହଜାର ୧୪ ପଣ୍ଟ ଖସି ୩୨ହଜାର ୬୮୨ ପଏଣ୍ଟରେ ପହଞ୍ଚିଛି । ସେହିପରି ନିଫ୍‌ଟି ୮୫୬ ପଏଣ୍ଟ ତଳକୁ ଖସିଛି । ୯ ହଜାର ୫୭୨ ପଏଣ୍ଟରେ ପହଞ୍ଚିଛି ନିଫ୍‌ଟି । ଭାରତୀୟ ଟଙ୍କା ମଧ୍ୟ ୧୭ ମାସର ସର୍ବନିମ୍ନ ସ୍ତର ୭୪.୩୫ରେ ପହଞ୍ଚିଛି । ଷ୍ଟକ ବଜାରରେ ଏହି ଦ୍ରୁତ ହ୍ରାସ ଫଳରେ ନିବେଶକମାନେ ପ୍ରାୟ ୬ ଲକ୍ଷ କୋଟି ଟଙ୍କା ହରାଇଥିବା ଅନୁମାନ କରାଯାଉଛି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.