ଏବେ ଫେସବୁକ କିମ୍ବା ଇନଷ୍ଟାଗ୍ରାମରେ ଆସିବନି ଫେସମାସ୍କର ବିଜ୍ଞାପନ, ବ୍ୟାନ କଲା ସୋସିଆଲ ମିଡ଼ିଆ

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକ ଓ ଇନଷ୍ଟାଗ୍ରାମ ନିଜର ପ୍ଲାଟଫର୍ମରେ ମେଡିକାଲ ଫେସ ମାସ୍କ ବିକ୍ରି କରୁଥିବା ବିଜ୍ଞାପନ ଉପରେ ପ୍ରତିବନ୍ଧ ଲଗାଇଛନ୍ତି । ଯାହାଦ୍ୱାରା ଲୋକମାନଙ୍କଠାରୁ କରୋନା ଭାଇରସ ଏମର୍ଜେନ୍ସି ଭୟର ଫାଇଦା ଉଠାଯାଇ ପାରିବନାହିଁ । ବିଜ୍ଞାପନ ବା ବାଣିଜ୍ୟିକ ଉତ୍ପାଦ ପାଇଁ Trust / Integrity Teamର ନେତୃତ୍ୱ ନେଉଥିବା ରବ ଲେଈଥର୍ନ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।

ସେ ଲେଖିଛନ୍ତି ‘ ଆମେ ମେଡିକାଲ ଫେସ ମାସ୍କ ବିକ୍ରି କରୁଥିବା ବିଜ୍ଞାପନ ଏବଂ ପ୍ରଡକ୍ଟ ଲିଷ୍ଟିଙ୍ଗ ଉପରେ ପ୍ରତିବନ୍ଧ ଲଗାଇବାକୁ ଯାଉଛୁ । କାରଣ କିଛି କମ୍ପାନୀ ଏହି ସାର୍ବଜନିକ ସ୍ୱାସ୍ଥ୍ୟ ଆପାତକାଳୀନର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି । ଏଠାରେ କମ ଦାମର ଜିନିଷକୁ ବେଶୀ ଦାମରେ ବିକ୍ରି କରାଯିବାର ସମ୍ଭାବନା ରହିଛି । କାରଣ କୋଭିଡ-19କୁ ନେଇ ସାରା ବିଶ୍ଵବାସୀ ଏବେ ଭୟଭୀତ ହୋଇ ରହିଛନ୍ତି । ଏପରିସ୍ଥଳେ କିଛି କମ୍ପାନୀ ଅନଲାଇନରେ ନିଜର ପ୍ରଡକ୍ଟ ବେଶୀ ବିକ୍ରି କରିବା ଆଶାରେ ବେଶୀ ଦାମରେ ଲୋକଙ୍କୁ ଫେସ ମାସ୍କ ଓ ସାନିଟାଇଜର ଇତ୍ୟାଦି ବିକ୍ରି କରୁଛନ୍ତି । ଯାହାକୁ ଆମେ କେବେବି ସହମତି ଦେବୁ ନାହିଁ । ତେବେ ଇନଷ୍ଟାଗ୍ରାମର ପ୍ରମୁଖ ଏଡମ ମୋସେରୀ ମଧ୍ୟ ଏହି କଥାରେ ନିଜର ସମର୍ଥନ ଜଣାଇଛନ୍ତି ।

फेसबुक, इंस्टाग्राम ने लगाए फेस मास्क बेचने वाले विज्ञापनों पर प्रतिबंध

ସୂଚନା ଅନୁଯାୟୀ ଫେସବୁକ ନିକଟରେ ଘୋଷଣା କରିଛି ଯେ କରୋନା ସମ୍ବନ୍ଧିତ ସୂଚନା ଦେବା ପାଇଁ ଏବେ ଫେସବୁକରେ ପପ-ଅପ ସୂଚନା ଉପଲବ୍ଧ ରହିବ । ଯେଉଁଥିରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (WHO) ତରଫରୁ ଆବଶ୍ୟକୀୟ ନିର୍ଦ୍ଦେଶାବଳୀ ରହିବ । ଠିକ ସେହିଭଳି ବର୍ତ୍ତମାନ ଅନ୍ୟ କମ୍ପାନୀ ଗୁଡିକ ମଧ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଭୁଲ ସୂଚନାକୁ ରୋକିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.