Below header

‘The Kapil Sharma Show’ର କେତେକ ସଦସ୍ୟ ହେଲେ କରୋନାର ଶିକାର, ଏଭଳି ନିଷ୍ପତ୍ତି ନେଲେ ଶୋ’ର ନିର୍ମାତା

ନିକଟରେ ‘ଇଣ୍ଡିଆଜ ବେଷ୍ଟ ଡ୍ୟାନ୍ସର’ର ସେଟରେ ୭ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏଭଳିସ୍ଥଳେ ଶୋ’ର ଜଜ ମଲାଇକା ଆରୋରା ମଧ୍ୟ କରୋନା କବଳକୁ ଆସିଯାଇଥିଲେ। ବର୍ତ୍ତମାନ ଆଉ ଏକ ବଡ଼ ଟିଭି ଶୋ’ ଦ କପିଲ ଶର୍ମା ଶୋ’ କରୋନା କବଳରୁ ବର୍ତ୍ତି ପାରିନାହିଁ। କୁହାଯାଉଛି, ଦ କପିଲ ଶର୍ମା ଶୋ’ ଟିମର ୨ ସଦସ୍ୟଙ୍କୁ କରୋନା ଆକ୍ରାନ୍ତ କରିଛି।

ଏହି ଖବର ଆସିବା ପରେ ସେଟ ଉପରେ ଭୟର ବାତାବରଣ ଖେଳିଯାଇଛି। ଶୋ’ ନିର୍ମାତା ତୁରନ୍ତ ପଦକ୍ଷେପ ନେବାକୁ ଯାଇ ଉକ୍ତ ୨ଜଣ ସଦସ୍ୟଙ୍କୁ କ୍ଵରେଣ୍ଟିନ କରିଦେଇଛନ୍ତି। କରୋନା କାଳରେ ୩ ମାସ ପର୍ଯ୍ୟନ୍ତ ଶୋ’ ବନ୍ଦ ପଡିଥିଲା। ଏହାପରେ ବଡ଼ କଷ୍ଟରେ ଶୋ’ର ସୁଟିଂ ଆରମ୍ଭ କରାଯାଇଥିଲା।

xxz

ତେବେ ବର୍ତ୍ତମାନ ଶୋ’ର ଟିଆରପି ଖସୁଥିବା ନଜର ଆସୁଛି। କରୋନା ଯୋଗୁ ବଡ଼ ବଡ଼ ସେଲିବ୍ରିଟିମାନେ ଶୋ’କୁ ଆସିବାକୁ ଚାହୁଁନାହାନ୍ତି। ଯେଉଁ କାରଣରୁ ନିର୍ମାତାଙ୍କୁ ବହୁତ କ୍ଷତି ସହିବାକୁ ପଡ଼ୁଛି। ତେବେ ବର୍ତ୍ତମାନ ସୁଦ୍ଧା ଶୋ’କୁ ବନ୍ଦ କରିବା ନେଇ କୋୖଣସି ନିଷ୍ପତ୍ତି ସାମ୍ନାକୁ ଆସିନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.