ଆଜି “ବିଶ୍ୱ ଆତ୍ମହତ୍ୟା ନିରୋଧୀ ଦିବସ”, ଜାଣନ୍ତୁ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ଠାରେ ଦେଖାଯାଏ କି କି ଲକ୍ଷଣ

ଆତ୍ମହତ୍ୟା ଜନିତ ମୃତ୍ୟୁସଂଖ୍ୟା ଦିନ କୁ ଦିନ ବଢ଼ିବାରେ ଲାଗିଛି । ଅତି ସାମାନ୍ୟ କାରଣରୁ ବି ଲୋକେ ଆତ୍ମହତ୍ୟା ପରି ସଂଗୀନ ଅପରାଧ କରିବାକୁ ପଛାଉ ନାହାନ୍ତି । କିଛି କିଛି ଦେଶରେ ପରିସ୍ଥିତି ଏମିତି ହେଲାଣି, ଏହାକୁ ନେଇ ସେଠାକାର ସରକାର ଚିନ୍ତିତ ହୋଇଗଲେଣି । କିନ୍ତୁ ଏପରି ଏକ ସଂଗୀନ ଅପରାଧକୁ ରୋକିବା ପାଇଁ ଏହାର ପ୍ରାରମ୍ଭିକ ଲକ୍ଷଣ ବାବଦରେ ଜାଣିବା ନିହାତି ଆବଶ୍ୟକ । ଏହାର ପ୍ରାରମ୍ଭିକ ଲକ୍ଷଣ ବାବଦରେ ପୂର୍ବରୁ ଅବଗତ ଥିଲେ ଏକ ମୂଲ୍ୟବାନ ଜୀବନ ରକ୍ଷା କରିବାରେ ସକ୍ଷମ ହୋଇପାରିବ । ଆତ୍ମହତ୍ୟାର ଲକ୍ଷଣ ବାବଦରେ ଦେଶର ଜଣେ ବିଶିଷ୍ଟ ମନୋବିଜ୍ଞାନୀଙ୍କ ପରାମର୍ଶ ନିଆଯାଇଥିଲା ।

– ଡାକ୍ତରଙ୍କ ଅନୁଯାୟୀ, ଜଣେ ବ୍ୟକ୍ତି କେବେ ବି ଆତ୍ମହତ୍ୟା ପରି ପଦକ୍ଷେପ ହଠାତ ଉଠାନ୍ତି ନାହିଁ । ଏମିତି ଏକ ପଦକ୍ଷେପ ଉଠାଇବା ପାଇଁ ସମ୍ପୃକ୍ତ ବ୍ୟକ୍ତି ଦୀର୍ଘ ସମୟ ଧରି ଭାବନ୍ତି । ବ୍ୟକ୍ତି ଆଗକୁ ଏମିତି କିଛି ପଦକ୍ଷେପ ନେବେ କି ନାହିଁ ସେବାବଦରେ ବି ଏହି ଲକ୍ଷଣ ମାନଙ୍କରୁ ଜଣାପଡ଼ିଯିବ ।

– ନିଜର ଜଣେ ପ୍ରିୟଜନଙ୍କ ବିୟୋଗକୁ ବି ସାହିପାରନ୍ତି ନାହିଁ ଅନେକ ବ୍ୟକ୍ତି । ନିଜ ଏକଲା ପଣ ଦୂର କରିବା ପାଇଁ ଆତ୍ମହତ୍ୟା ପରି ପଦକ୍ଷେପ ନିଅନ୍ତି ।

suicide

– ସବୁ ସମୟରେ ମନ ଦୁଃଖରେ ରହୁଥିବା ବ୍ୟକ୍ତି ମାନେ ବି ଆତ୍ମହତ୍ୟା ପରି ପଦକ୍ଷେପ ଉଠାଇବାର ଆଶଙ୍କା ଅଧିକ ରହିଥାଏ ।

– ମାନସିକ ବିଷାଦଗ୍ରସ୍ତ ଲୋକେ ଅନ୍ୟମାନଙ୍କ ଠାରୁ ଧୀରେ ଧୀରେ ଦୁରେଇ ଯାଆନ୍ତି । କୌଣସି ସମାରୋହ, ଆୟୋଜନ ଆଦିରେ ଯୋଗ ଦେବାକୁ ବି ଏମାନେ ପସନ୍ଦ କରନ୍ତି ନାହିଁ ।

– ବ୍ୟକ୍ତିଙ୍କ ବ୍ୟବହାରରେ ଅନେକ ପରିବର୍ତ୍ତନ ଆସିଥାଏ ।

– କୌଣସି ଜିନିଷ ପ୍ରତି ଅତ୍ୟଧିକ ଭୟ ମଧ୍ୟ ଆତ୍ମହତ୍ୟା ପରି ପଦକ୍ଷେପ ନେବାର ମୂଳ କାରଣ ।

– ବିଶେଷଜ୍ଞଙ୍କ ଅନୁଯାୟୀ ଆତ୍ମହତ୍ୟା ପ୍ରଵଣ ରଖୁଥିବା ବ୍ୟକ୍ତି ନିଜ ପ୍ରିୟ ଲୋକ ସହିତ ନିହାତି କଥା ହୁଅନ୍ତି ।

– ଝାଳ ବୋହିବା, ଭୟ ଲାଗିବା, ଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା, ମୁଣ୍ଡ ବୁଲାଇବା, ଦେହ ଥଣ୍ଡା ପଡିଯିବା ଆତ୍ମହତ୍ୟା ପୂର୍ବର ଲକ୍ଷଣ ଅଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.